ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିକଳାଙ୍ଗ ଝିଅର ବ୍ୟାଙ୍କ ପାସବୁକ୍ କରିବାକୁ ନିବେଦନ 

ଲଙ୍ଗଳେଶ୍ଵର -21/11/22- ରାଜ୍ୟ ସରକାରଙ୍କ ମାଳମାଳ ଯୋଜନା ଥିବା ସତ୍ବେ ଜଣେ ସାତ ବର୍ଷର ଦିବ୍ୟାଙ୍ଗ ଝିଅଟି ବ୍ୟାଙ୍କରେ ଆକାଉଣ୍ଟ ନଥିବାରୁ ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ହୋଇଥିବା ଦୃଷ୍ଟିକୁ ଆସିଛି।ବାପା ମା ବାରମ୍ବାର ସ୍ଥାନୀୟ ବ୍ୟାଙ୍କ ମ୍ୟାନେଜର ଠାରେ ଗୁହାରି କରୁଥିଲେ ମଧ୍ୟ ସହଯୋଗ କରୁନଥିବା ଅଭିଭାବକ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଠାରେ ଅଭିଯୋଗ କରିଛନ୍ତି। ତେବେ ସୂଚନାରୁ ପ୍ରକାଶ ବାଲିଆପାଳ ବ୍ଲକ ଅନ୍ତର୍ଗତ ବାଲିକୁଟୀ ପଞ୍ଚାୟତ ମହାବଳା ଗ୍ରାମର ଦଂପତି ତାରାସଂକର ଭୂୟାଁ ଓ ମଙ୍ଗଳି ଭୂୟାଁ।ତାରା ସଂକର ଭୂୟାଁ ଜଣେ ଦୀନ ମଜୁରିଆ। ତେବେ ତାଙ୍କର ସାତ ବର୍ଷ ତଳେ ଝିଅଟିଏ ଜନ୍ମ ହୋଇଥିବା ବେଳେ, ଲକ୍ଷ୍ମୀ ଘରକୁ ଆସିଛି ଓ ଘରର ଦାରିଦ୍ରତା ଦୂର ହେବବୋଲି ବାପା ମା ଆତ୍ମ ସନ୍ତୋଷ ଲାଭ କରିଥିଲେ। ତେବେ ଯେତେ ବୟସ ବଢିଲା ଝିଅର ମାନସିକ ଓ ଶାରିରୀକ ବୃଦ୍ଧି ଘଟିଲା ନାହିଁ।ଫଳରେ ଚିନ୍ତିତ ବାପା ମା ଡାକ୍ତରଙ୍କ ପରାମର୍ଶ ନେବା ପରେ ସେ ଜନ୍ମରୁ ବିକଳାଙ୍ଗ ବୋଲି ଡାକ୍ତର କହିଥିଲେ ଓ ଚିକିତ୍ସା ନିମନ୍ତେ ଅଧିକ ଖର୍ଚ୍ଚ ହେବା ସହିତ ସମୟ ସାପେକ୍ଷ ବୋଲି ଡାକ୍ତର କହିଥିଲେ। ତେବେ ଝିଅର ଏମିତି ଅବସ୍ଥା ପରେ ବାପା ମା ଚିକିତ୍ସା ଚିନ୍ତା ରେ ଥିବାବେଳେ ଦିବ୍ୟାଙ୍ଗ ଝିଅର ବ୍ୟାଙ୍କ ଆକାଉଣ୍ଟ ନଥିବାରୁ ବିଭିନ୍ନ ସରକାରୀ ଯୋଜନା ଯେପରି ଦିବ୍ୟାଙ୍ଗ ଭତ୍ତା,ରାସନ୍ କାର୍ଡ ଇତ୍ୟାଦି ରୁ ବଞ୍ଚିତ। ତେବେ ବ୍ୟାଙ୍କରେ ଆକାଉଣ୍ଟ ଟିଏ ପାଇଁ ସ୍ଥାନୀୟ ଲଙ୍ଗଳେଶ୍ଵର ୟୁକୋ ବ୍ୟାଙ୍କ ମ୍ୟାନେଜରଙ୍କ ଠାରେ ବାରମ୍ବାର ଅନୁରୋଧ କରିବା ସତ୍ବେ ବିଭିନ୍ନ ଡକୋମେଣ୍ଟ ଆଣିବାକୁ କହିବା ସହିତ ହାରାସମେଣ୍ଟ କରୁଥିବାର ଅଭିଭାବକ ଅଭିଯୋଗ କରିଛନ୍ତି। ଶେଷରେ କୋର୍ଟର ନିର୍ଦ୍ଦେଶ ଆଣିବାକୁ ମ୍ୟାନେଜର କହିବା ସହିତ ବ୍ୟାଙ୍କରୁ ଫେରାଇ ଦେଇଥିବା ଅଭିଯୋଗ କରିଛନ୍ତି।ଗରୀବ ପରିବାର ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ପାଇଁ ଅଭିଭାବକ କୁ କୋର୍ଟ ଯିବାକୁ ପଡିବା କଥା ଶୁଣି ବୁଦ୍ଧିଜୀବୀ ମହଲରେ ଏହାକୁ ନିନ୍ଦା କରାଯାଇଛି। ତେବେ ଅଭିଭାବକ ସ୍ଥାନୀୟ ମାଜିଷ୍ଟ୍ରେଟ ପାଖରୁ ଏକ ଆପିଡେଭିଟ୍ ଆଣିଥିଲେ ମଧ୍ୟ ସେଥିରେ ଖୋଲା ଯାଇପାରିବନି ବୋଲି ବ୍ୟାଙ୍କ ମ୍ୟାନେଜର ରୋକଠୋକ୍ ମନା କରିବା ପରେ ନିରାଶ ହୋଇ ଛନ୍ତି ବାପା ମା। ତେବେ ସ୍ଥାନୀୟ ପ୍ରଶାସନ କୁ ଗଣମାଧ୍ୟମ ମାଧ୍ୟମରେ ନିବେଦନ କରିଛନ୍ତି ଦିବ୍ୟାଙ୍ଗ ଝିଅଟି କେମିତି ସରକାରୀ ଯୋଜନାରେ ସାମିଲ ହୋଇପାରିବ। ତେବେ ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ ପ୍ରଶାସନ ଓ ବ୍ୟାଙ୍କ ମ୍ୟାନେଜର କି ପଦକ୍ଷେପ ନେଉଛନ୍ତି।

ବାଲିଆପାଳ ରୁ ଦିଲୀପ କୁମାର ଜେନା ଙ୍କ ରିପୋର୍ଟ 

Related posts

ନବ ନିଯୁକ୍ତ ଯୁବ ବିଜେଡି ସଭାପତି ଓ ସମ୍ପାଦକ ଙ୍କୁ ତେନ୍ତୁଳିଖୁଣ୍ଟି ବ୍ଲକ ବି ଜେ ଡି ର ସମ୍ବର୍ଦ୍ଧନା

Sunil Chandra Nayak

ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ସମବାୟ ଆନ୍ଦୋଳନ ର ପୁରୋଧା କୈଳାଶ ପଣ୍ଡା ଙ୍କ ୮୫ ବର୍ଷ ବୟସରେ ପରଲୋକ

Sunil Chandra Nayak

ଦରଗୁଲା ନଦୀଶଯ୍ୟା ବାଲୁକା ଖଣି ଉପରେ ଜନ ଶୁଣାଣି

Sunil Chandra Nayak

Leave a Comment

error: Content is protected !!