ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ଲାଗିଗଲା ଡୋରି ବାହାରିଲି ପୁରୀ
    ସକାଳ ବେଳା ମୋ ଗାଡି
ପ୍ରଭୁ ନାମ ଧରି ହରିରାମ କରି 
     ପଥ ଯାଏ ହାତ ଯୋଡ଼ି।
ସୟନେ ସପନେ ପ୍ରଭୁ ନାମ କାନେ
        ଶୁଣି ପବିତ୍ର ଶରୀର
ମନ୍ଦ ବୁଧି ସବୁ ଦୂର ହୋଇ ଯାଉ
      ଜନତା ହେଉ ସଂସ୍କାର।
ସୁଯୋଗ ଆସିଲେ ହାତ ଛଡା ନାହିଁ
       ମିଳିତ ଭାବେ ସୁଯୋଗ
ଭାଗ୍ୟ ବଦଳିବ ହରିରାମ ଜପ
     ଜୀବନ ଶାନ୍ତି ମୋ ଭୋଗ।
ପ୍ରଭୁ ଆଜ୍ଞା ପାଇ ଯାଏ ଆଗ ହୋଇ
        ଶାହା ହୁଅନ୍ତି ପଥରେ
ପହଞ୍ଚି ଦାଣ୍ଡରେ ମୁଣ୍ଡିଆ ମାରିଲେ
     ଦର୍ଶନ ମୋର ଭାଗ୍ୟରେ।
ଦେଖି ବଡ଼ଦାଣ୍ଡ ଜନ ହୁଏ ରୁଣ୍ଡ
     କୋଳାହଳ ପୁଣ୍ୟ ଭାବ
କିଏ କାହା ମତ କହୁ ଥାଏ ବସି
    ଭକ୍ତି ବଢେ ମୋ ଗୈାରବ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ବୁନିୟାଦୀ ଶିକ୍ଷା ଅଭିଯାନର ଉଦ୍ଘାଟନୀ କାର୍ଯ୍ୟକ୍ରମ

Sunil Chandra Nayak

ଡଗରା ବନସୁରକ୍ଷା ସମିତିପକ୍ଷରୁ ବୃକ୍ଷ ରୋପଣ 

କ୍ଷମତା ନିର୍ମାଣ ତାଲିମ କାର୍ଯ୍ୟକ୍ରମ ଉଦଘାଟିତ 

Leave a Comment

error: Content is protected !!