ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଳାରେ ଗଦା ହେଲାଣି ଧାନ ମଣ୍ଡି ଖୋଲିବା ରେ ବିଳମ୍ବ 

ଚିଲିଗୁଡା  ( ମ ନି ସ)  କଳାହାଣ୍ଡି ଜିଲ୍ଲା ରେ ବର୍ତମାନ ପର୍ଯ୍ୟନ୍ତ ମଣ୍ଡି ଖୋଲି ନ ଥିବାରୁ ଚାଷୀ ମହଲ ରେ ଅସନ୍ତୋଷ ସୃଷ୍ଟି ହୋଇଛି।  ଜୁନାଗଡ଼ ଅଂଚଳର ଦାସିଗାଁ ମୁଣ୍ଡରାଗୁଡା ରାଜପୁର ଚିଲିଗୁଡା ବାଣିଜରା ପଂଚାୟତ ର ଚାଷୀ ନିଜ ଧାନ ଅକ୍ଟୋଵର ଶେଷ ସପ୍ତାହ ରୁ ଛୋଟ ଧାନ ୧୨୫ରୁ ୧୩୫ ଦିନିଆ ଧାନ ଅମଲ ଆରମ୍ଭ ହୋଇ ଥିବା ବେଳେ ବର୍ତ୍ତମାନ ନଭେମ୍ବର ୧୫  ରୁ ବଡ଼ ଧାନ ଅମଳ ଆରମ୍ଭ ହେଲାଣି ହେଲେ ମଣ୍ଡି ଆରମ୍ଭ ହୋଇନି ଆସନ୍ତା ୨୫ ତାରିଖ ରୁ ମଣ୍ଡି ଖୋଲାଯିବ ବୋଲି ପ୍ରଶାସନ  ନିର୍ଦେଶ ଦେଇଛନ୍ତି ଯାହା ପର୍ଯ୍ୟାୟ କ୍ରମେ ଡ଼ିସେମ୍ବର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ସମସ୍ତ ମଣ୍ଡି ଖୋଲାଯିବ ବୋଲି ସୂଚନା ଦିଆଯାଇଛି ତେବେ ମଣ୍ଡି ଖୋଲିବା ବିଳମ୍ବ ଯୋଗୁ ଦଲାଲ ସକ୍ରିୟ ହୋଇଯାଇଛନ୍ତି ଗାଁ ଗାଁ ବୁଲି ବହୁ କମ ଦର ରେ ଧାନ କିଣୁଛନ୍ତି ଆଉ ଚାଷୀ ନିଜ କଷ୍ଟ ରେ ଉପାର୍ଜିତ ଧାନ କୁ ବାଧ୍ୟ ହୋଇ କମ ଦାମ ରେ ବିକୁଛନ୍ତି । ଚାଷୀ ମାନେ ଖରିଫ ଧାନ ଠିକ ସମୟରେ  ଅମଳ କଲେ ମଧ୍ୟ ମଣ୍ଡି ଖୋଲିବା ର ଧାର୍ଯ୍ୟ ତାରିଖ  ଚାଷୀ ମାନେ ଜାଣି ପାରୁ ନାହାନ୍ତି । ଏପରିକି ଚାଷୀ ମାନଙ୍କ ପାଖକୁ   ଧାନ ବିକ୍ରି କରିବା ସମୟ ସୀମା ମଧ୍ୟ ଏଯାଏଁ ଚାଷୀଙ୍କ ପାଖକୁ ଆସିନାହିଁ  । ଯାହା ଫଳରେ ଚାଷୀ ମାନଙ୍କ ମଧ୍ୟରେ ଚିନ୍ତାର କାରଣ ପାଲ ଟିଛି ।ଶୁଣିବାକୁ ମିଳିଛି ମଣ୍ଡି ଖୋଲିବାର କିଛି ଦିନ ପରେ ଚାଷୀଙ୍କୁ ଧ।ନ ବିକ୍ରି କରିବାର ଧାର୍ଯ୍ୟ ସମୟ  ଜାଣି ପାରିବେ ବୋଲି  ଜଣା ପଡ଼ିଛି ।  ବର୍ତ୍ତମାନ ଚାଷୀ ମାନଙ୍କ କହିବା ଅନୁଯାୟୀ ଯେଉଁ ଚାଷୀଙ୍କ ଧାନ ବିକ୍ରି କରିବା ପାଇଁ ଟୋକନ ପାଇ ଥିବେ ସେହି ଚାଷୀ ମାନଙ୍କୁ ମିଲରସ ଦ୍ୱାର। ବୋରା ପ୍ରଦାନ କରିବା   ଏବଂ ମଣ୍ଡିରେ ଚାଷୀଙ୍କୁ  ଧାନ ବିକ୍ରି କରିବା ରେ ସହଯୋଗ କରିବା  ନେଇ ଚାଷୀ ମାନଙ୍କ ମଧ୍ୟରେ ଆଲୋଚନା କରାଯାଇଥିଲା ।   

 ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ବେଣୁଧର ସୂତାର ଙ୍କ କବିତା ସମୟ ଭୂଗୋଳେ ଜୀବନ ଗତି

ମହାଲିଙ୍ଗଠାରେ ଅଗ୍ରସେନ ଜୟନ୍ତି ପାଳିତ 

Sunil Chandra Nayak

ଥାନା ସମ୍ମୁଖରେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା , ୭ ଜଣ କୋର୍ଟ ଚାଲାଣ

Leave a Comment

error: Content is protected !!