ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଥୁଆମୂଳ ରାମପୁର ବ୍ଳକ ଅଙ୍ଗନଓ୍ବାଡି ଓ୍ବାର୍କସ ଙ୍କ ଅନିର୍ଦ୍ଦିଷ୍ଟ କାଳ କାର୍ଯ୍ଯ ବନ୍ଦ ଆନ୍ଦୋଳନ

ଥୁଆମୂଳ ରାମପୁର:୨୨/୧୧ – ( ମ.ନି.ସ ) :- ଅଲଓଡିଶା ଅଙ୍ଗନଓ୍ବାଡି ଲେଡିଜ୍ ଓ୍ବାର୍କସ ଆସୋସିଏସନ ନିର୍ଦ୍ଦେଶ କ୍ରମେ ସାରା ଓଡିଶାରେ ନିଜ ଦାବି ପୂରଣ ପାଇଁ ନଭେମ୍ବର ୨୧/୧୧/ ୨୦୨୨ ତାରିଖ ଦିନ ଠାରୁ ଅନିର୍ଦ୍ଦିଷ୍ଟ କାଳ କାର୍ଯ୍ଯ ବନ୍ଦ ଆନ୍ଦୋଳନ ଭୁବନେଶ୍ବର ଠାରେ ଜାରିରଖିଥିବା ବେଳେ ଓଲଓଡିଶା ଅଙ୍ଗନଓ୍ବାଡି ଲେଡିଜ୍ ଓ୍ବାର୍କସ ଆସୋସିଏସନ ନିର୍ଦ୍ଦେଶ କ୍ରମେ ସେହିପରି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଅଙ୍ଗନବାଡି ଓ୍ବାର୍କସ ସଂଘ ପକ୍ଷରୁ ମଧ୍ୟ ଆଜି ଯଥା ୨୨/୧୧/୨୦୨୨ ତାରିଖ ମଙ୍ଗଳବାର ଦିନ ଶିଶୁ ବିକାଶ ପରିସରରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ଯ ବନ୍ଦ ଆନ୍ଦୋଳନ ଜାରିରହିଛି। ସେମାଙ୍କ ଦାବି ପତ୍ରରେ ଦର୍ଶାଯାଇଥିବା ଦାବି ଗୁଡିକ ହେଲା ଭାରତୀୟ ମଜଦୁର ସଂଘ ଦ୍ବାରା ପରିଚାଳିତ ଅଲଓଡିଶା ଅଙ୍ଗନଓ୍ବାଡି ଲେଡିଜ୍ ଓ୍ବାର୍କରସ ଆସୋସିଏସନ ତରଫରୁ ଆପଣଙ୍କୁ ଅବଗତ କରୁଛୁ କି ସରକାରଙ୍କ ସବୁ ବିଭାଗର କାମକୁ ସଫଳ ରୂପାୟନ କରୁଥିବା ଅଙ୍ଗନଓ୍ବାଡି କର୍ମଚାରୀଙ୍କ ପ୍ରତି ରାଜ୍ଯ ସରକାରଙ୍କ ତାଙ୍କର ଦାବି ପୂରଣ କାହିଁକି କରୁନାହାନ୍ତି। ସବୁ ବିଭାଗର କର୍ମଚାରୀଙ୍କ ଦରମା ତଥା ଅନ୍ଯାନ୍ଯ ସବୁ ସୁବିଧା ସରକାରଙ୍କ ଦ୍ବାରା କରାଯାଉଥିବା ବେଳେ ଦୀର୍ଘ ଦିନ ଧରି ଅଙ୍ଗନଓ୍ବାଡି କର୍ମଚାରୀଙ୍କ ମାନଦେୟ ବୃଦ୍ଧି ତଥା ଅବସରକାଳୀନ ସହାୟତା ରାଶି ବୃଦ୍ଧି କରିବା ସହିତ କୌଣସି ସୁବିଧା ପ୍ରତି ସରକାର ଦୃଷ୍ଟି ଦେଉନାହାନ୍ତି, ସଂଘଠନ ତରଫରୁ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ ଏହାର କୌଣସି ପ୍ରତିକାର ନକରି ଓଲଟା କାର୍ଯ୍ଯଭାର ବୃଦ୍ଧି କରାଯାଉଛି। ତେଣୁ ଏହାକୁ ବିରୋଧ କରି ବିଭିନ୍ନ ଦାବି ପୂରଣ ପାଇଁ କାର୍ଯ୍ଯ ବନ୍ଦ ଆନ୍ଦୋଳନ ଜାରି ରହିଛି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଓଡ଼ିଶା ର ମହିଳା ନୂତନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କର ବିଜୟ କୁ ନେଇ ସମଗ୍ର କନ୍ଧମାଳ ରେ ଖୁସି ର ଲହରୀ

Sunil Chandra Nayak

ପୂଜ୍ୟଶ୍ରୀ ଶ୍ରୀ ଶ୍ରୀ ରବିଶଙ୍କର ଜୀଙ୍କ ଜନ୍ମଦିନ ମହୋତ୍ସବ ପାଳିତ 

ପୂଜାରୀଗୁଡା ଗ୍ରାମ ରେ ପଶିଲା ଭାଲୁ ଲୋକେ ଆତଙ୍କିତ

Sunil Chandra Nayak

Leave a Comment

error: Content is protected !!