ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଭିନ୍ନ ଦାବି ନେଇ ପାଚିକା ସଂଘର ବି ଇ ଓ ଅଫିସ ଘେରାଓ

ନୂଆପଡା /, ବିଭିନ୍ନ ଦାବି ନେଇ ମଙ୍ଗଳବାର ବୋଡେ଼ନ ବ୍ଲକ ପାଚିକା ସଂଘ ତରଫରୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଘେରାଓ କରାଯିବା ସହ ଦାବିପତ୍ର ପ୍ରଦାନ କରାଯାଇଛି।ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶତାଧିକ ପାଚିକା ଓ ସହାୟିକା ଆଜି ବୋଡେ଼ନ ହାଟ ପଡା ଠାରୁ ଏକ ବିରାଟ ରେଲି ରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆସି ସହ ଗୋଷ୍ଟି ଶିକ୍ଷା ଅଧିକାରୀ ପ୍ରେମାନନ୍ଦ ନାଏକଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ପାଚିକା ମାନେ ଛଅ ମାସରୁ ଦୁଇ ବର୍ଷ ପର୍ଯ୍ୟନ୍ତ ଦରମା ପାଇ ନାହାନ୍ତି, ଶିକ୍ଷକ ମାନେ ସେମାନଙ୍କୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରୁଛନ୍ତି, ଅନ୍ୟ ରାଜ୍ୟରେ ଭଲ ଦରମା ଦିଆ ଯାଉଥିବା ବେଳେ ଓଡ଼ିଶାରେ ଚଉଦ ଶହ ଟଙ୍କା ଦରମା ଦିଆଯାଉଛି,କମ ଦରମା ସତ୍ତ୍ୱେ ସେମାନେ ନିଜେ କାଠ କିଣିକି ରୋଷେଇ କରିଛନ୍ତି, ଅଧିକ ସମୟ କାମ କରାଯାଉଛି ଆଦି ଦାବିପତ୍ରରେ ଉଲ୍ଲେଖ ରହିଛି।ଏସବୁ ସମସ୍ୟାର ସମାଧାନ କରା ନଗଲେ ଆଗକୁ ଆନ୍ଦୋଳନ ଜୋରଦାର କରାଯିବ ଓ ଦରକାର ପଡ଼ିଲେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟକୁ ତାଲା ବନ୍ଦ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା।

ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ 

Related posts

କିସ୍ ଶିକ୍ଷାନୁଷ୍ଠାନକୁ ଜାତିସଂଘର ସର୍ବଶ୍ରେଷ୍ଠ ସାକ୍ଷରତା ପୁରସ୍କାର: ଉତ୍ସବ ପାଳିଲେ ଆଦିବାସୀ

Sunil Chandra Nayak

କାଞ୍ଚନଗଡିଆ ଗ୍ରାମ ରେ ପ୍ରତିଭା ଅନ୍ଵେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

ଜଳ ଛତ୍ର ର ଶୁଭାରମ୍ଭ

Sunil Chandra Nayak

Leave a Comment

error: Content is protected !!