ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କ୍ରୀଡା ପରିଚାଳନା ନିମନ୍ତେ ପ୍ରସ୍ତୁତି ବୈଠକ

  ଡାବୁଗାଁ, ୨୨/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଭାଗୃହରେ ବ୍ଲକ ସ୍ତରରେ କ୍ରୀଡା ପରିଚାଳନା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ବିଡିଓ ଶରତ ମାଝିଙ୍କ ସଭାପତିତ୍ଵରେ ସୋମବାର ଅନୁଷ୍ଠିତ ହୋଇଯାଇଛି | ଆଗାମୀ ୨୦୨୩ ମସିହାରେ ଓଡିଶାରେ ହକି ବିଶ୍ଵ କପ ଖେଳ ଆୟୋଜନ ହେଉଥିବାରୁ ରାଜ୍ୟର ପ୍ରତି ଗ୍ରାମାଞ୍ଚଳରେ ଖେଳର ମହୋଲ ସୃଷ୍ଟି କରିବା ନିମନ୍ତେ ସରକାରଙ୍କ ନିର୍ଦ୍ଦେଶାନୁସାରେ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକରେ ମଧ୍ୟ ଗ୍ରାମାଞ୍ଚଳରୁ ଆରମ୍ଭ କରି ବ୍ଲକ ସ୍ତରରେ କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ ହେବ | ନବରଙ୍ଗପୁର ଜିଲାରେ ଫୁଟବଲ ପ୍ତରିଯୋଗୀତା ହେବା ନେଇ ସ୍ଥିର କରାଯାଇଛି | ଆସନ୍ତା ଡିସେମ୍ବର ୧,୨, ୩, ତାରିଖ ପଞ୍ଚାୟତ ସ୍ତରରେ ଫୁଟବଲ ପ୍ରତିଯୋଗୀତା ହୋଇ ୧୨ ଟି ପଞ୍ଚାୟତ ରୁ ୧୨ଟି ଫୁଟବଲ ଦଳ ଚୟନ କରାଯିବ | ଏହି ୧୨ ଟି ଦଳ ୬ ଓ ୭ ତାରିଖ ଦିନ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ ହେବା ନେଇ ବୈଠକରେ ସ୍ଥିର କରାଯାଇଛି | ଏହି ବୈଠକରେ ଏବିଡିଓ ପଦ୍ମନାଭ ତ୍ରିପାଠୀ, ବ୍ଲକ ଶିକ୍ଷା ଅଧିକାରୀ ଶିବ ଶଙ୍କର ମଣ୍ଡଳ, ପଞ୍ଚାୟତ ନିର୍ବାହୀ ଅଧିକାରୀ ପରଶୁରାମ ମାଳୀ, ପ୍ରଭାକର ମୁଦୁଲି, କାଳୀପଦ କୀର୍ତ୍ତନିଆ, ଅର୍ଜୁନ ଭତ୍ରା, ହଳଧର ଜାନୀ, ଖେଳ ଶିକ୍ଷୟତ୍ରୀ ରଶ୍ମିରାଣୀ ପଣ୍ଡା, ଖେଳ ଶିକ୍ଷକ ହେମନ୍ତ କୁମାର ସାମଲ, ଉମାକାନ୍ତ ବିଶ୍ଵାଳ, ରଞ୍ଜନ କୁମାର ପରିଡା ଏବଂ ସମସ୍ତ ପଞ୍ଚାୟତର ସରପଞ୍ଚ ମାନେ ଉପସ୍ଥିତ ଥିଲେ | ଗ୍ରାମପଞ୍ଚାୟତ ସଂମ୍ପ୍ରସାରଣ ଅଧିକାରୀ ଏ.ଡି ପ୍ରସାଦ ବୈଠକକୁ ପରିଚାଳନା କରିଥିଲେ |

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଭବାନୀପାଟଣା ଅର୍କାବାହାଲିପଡା ଛକରେ ହନୁମାନଙ୍କ ମନ୍ଦିର ଓ ବିଗ୍ରହ ସ୍ଥାପନ ଓ ପ୍ରତିଷ୍ଠା କାର୍ଯ୍ଯ ଅନୁଷ୍ଠିତ

ବହଳଦା କଲେଜ କର୍ମଚାରୀଙ୍କ ଘରେ କଳାକନା ବୁଲାଇଲେ ଚୋର

Sunil Chandra Nayak

ଶ୍ରମିକ କାର୍ଡରେ ମିଳୁ ନାହିଁ ସରକାରୀ ସହାୟତା ! ଦୁଇ ବର୍ଷ ହେଲା ବିଛଣାରେ ଶ୍ରମିକ

Sunil Chandra Nayak

Leave a Comment

error: Content is protected !!