ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଯୁବ ଜାଗରଣ ସମିତିର ବିପ୍ଲବୀ ଅଭିଯାନ ଆରମ୍ଭ

ଜୟପାଟଣା:୨୨/୧୧(ମ ନି ସ) ଜନ ମାନସ ପାଇଁ ଜୀବନର ସବୁଠାରୁ ଅତ୍ୟାବଶ୍ୟକ ମୌଳିକ ଅଧିକାର ସ୍ୱାସ୍ଥ୍ୟ ବ୍ୟବସ୍ଥା ।ଏହାର ମୁକାବିଲା କରି ନପାରି ତୃଣମୂଳ ସ୍ତରରେ ଅନେକ ଗରୀବ ପରିବାର ଏହି ବିପତ୍ତି ସମୟରେ ହାରି ଯାଉଛନ୍ତି । ଦୈନିକ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ଅନେକ ଧନ ଜୀବନ ନଷ୍ଟ ହେଉଛି । ଏହି ସବୁ ଅସୁବିଧା ସମୟରେ ସାମୁହିକ ପ୍ରଚେଷ୍ଟାରେ କିପରି ପ୍ରଥମେ ପ୍ରାଥମିକ ଚିକିତ୍ସା ହୋଇ ପାରିବେ ଯୁବ ଜାଗରଣ ସମିତିର ପ୍ରଥମ ଲକ୍ଷ୍ୟ ହେବ । କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକରେ ଅଞ୍ଚଳର ସ୍ଥାନୀୟ ଯୁବକ, ଯୁବତୀ,ଆବାକ ଵୃଦ୍ଧ ବନିତାଙ୍କୁ ନେଇ ଯୁବ ଜାଗରଣ ସମିତିର ଗଠନ ପାଇଁ ମହତ୍ୱପୂର୍ଣ୍ଣ ପ୍ରୟାସ ଜାରି ରହିଛି । ଆଜି ବାଣ୍ଡି ଗାଁ ମଣ୍ଡି ପ୍ରାଙ୍ଗଣରେ ବାଣ୍ଡି ଗାଁ ଗ୍ରାମ ପଞ୍ଚାୟତ ଏବଂ ଭେଜିଗୁଡ଼ା ଗ୍ରାମ ପଞ୍ଚାୟତ ର ଯୁବକ ମାନଙ୍କୁ ନେଇ ପଞ୍ଚାୟତ ଅଭିଯାନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଦିନରେ ଜୟପାଟଣା ବ୍ଲକର ୨୨ ଗୋଟି ପଞ୍ଚାୟତରୁ ଦଳ ବଳ ଧର୍ମ ନିର୍ବିଶେଷରେ ସମସ୍ତ ବର୍ଗରୁ ପର୍ଯ୍ୟାୟ କ୍ରମେ ବୈଠକ ମାନ ଅନୁଷ୍ଠିତ ହୋଇ ସମିତିର ସମ୍ପ୍ରସାରଣ କରା ଯାଉଛି । ଆଜିର ବୈଠକରେ ସଭାପତିତ୍ବ କରିଥିଲେ ସମିତିର ବରିଷ୍ଠ ସଦସ୍ୟ ଶଶୀଭୂଷଣ ନାଏକ,ମଞ୍ଚ ପରିଚାଳନା କରିଥିଲେ ସମିତିର ଉପ ସଭାପତି ଶୁସିଲ ନାଏକ ଏବଂ ସମିତିର ସଭାପତି ବିଭୁତି ଭୂଷଣ ପାଣିଗ୍ରାହୀ, ସାଧାରଣ ସମ୍ପାଦକ ବରିଷ୍ଠ ସାମ୍ବାଦିକ ଜଗମୋହନ ପଟ୍ଟନାୟକ ଉପସ୍ଥିତ ସଦସ୍ୟଙ୍କୁ ସମିତିର ମୁଳଲକ୍ଷ କଣ ସବିଶେଷ ବୁଝାଇଥିଲେ । ଏହି ବୈଠକରେ ଭେଜିଗୁଡା ସମିତି ସଭ୍ୟ ସଞ୍ଜୀବ ମାଝୀ, ଯୁବ କାର୍ଯ୍ୟକର୍ତ୍ତା ଚିତ୍ରସେନ ବାଗ,ଧବଳେଶ୍ବର ପଟେଲ, ବିଶ୍ୱଜିତ ରଣା, ମାନସ ପାତ୍ର,ହରେରାମ ସୁନାନି, ହଳଧର ଛତ୍ରିଆ, ଜୟଶଙ୍କର ଶଗଡ଼ିଆ, ମିନକେତନ ଛତ୍ରିଆ,କ୍ଷୀରୋଦ ବାଗ,ଉପେନ୍ଦ୍ର ଶବର ତଥା ଅନେକ କାର୍ଯ୍ୟକର୍ତ୍ତା ଯୋଗ ଦେଇ ନିଜ ମତାମତ ବ୍ୟକ୍ତ କରିଥିଲେ ।

ଜଗମୋହନ ପଟ୍ଟନାୟକ(ବରିଷ୍ଠ ସାମ୍ବାଦିକ)

Related posts

କନ୍ଦାଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୮ ଟି ଶ୍ରେଣୀକୁ ୨ କୋଠରି , ବାରଣ୍ଡାରେ ପଢୁଛନ୍ତି ଛାତ୍ରଛାତ୍ରୀ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ମନରେଗା କାଯ୍ୟ ରେ ମହା ଦୃନୀତି ଅଭିଯୋଗ , ଚାଷୀ କୁଳ ହତାଶ

Sunil Chandra Nayak

Leave a Comment

error: Content is protected !!