ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଶ୍ଵପ୍ରସିଦ୍ଧ ଯୋରନ୍ଦା ସ୍ଥିତ ମହିମା ଗାଦୀ ରେ ଚାଲିଲା ଜେସିବି

ଢେ଼ଙ୍କାନାଳ (ମ ନି ସ)୨୩/୧୧_ମହିମାପୀଠ ପରିସରରେ ଥିବା ବତୀ ମନ୍ଦିର ଓ ଧୂନି ମନ୍ଦିରକୁ ଆଜି ଜେସିବି ସାହାଯ୍ୟରେ ମାଟିରେ ମିଶାଯାଇଛି। ମହିମା ପୀଠରେ ଥିବା ଉଭୟ ବକ୍କଳଧାରୀ ମହିମା ସମାଜ ଓ କୌପିନଧାରୀ ମହିମା ସମାଜ ମଧ୍ୟରେ ଏହି ମନ୍ଦିରକୁ ନେଇ ଦୀର୍ଘ ବର୍ଷ ହେବ ବିବାଦ ଲାଗି ରହିଥିଲା। ୧୯୪୫ ମସିହାରୁ ଏ ନେଇ ହାଇକୋର୍ଟରେ ମାମଲା ଚାଲିଥିଲା। ତେବେ, ଏହି ମନ୍ଦିର ଗୁଡିକୁ କୌପିନଧାରୀ ମହିମା ସମାଜ ବ୍ୟବହାର କରୁଥିଲେ। ବକ୍କଳଧାରୀ ମହିମା ସମାଜ ପକ୍ଷରୁ ଏହି ଜାଗାକୁ ନେଇ କୋର୍ଟରେ କେସ୍ କରାଯାଇଥିଲା। ତେବେ,ପରବର୍ତ୍ତୀ ମୁହୁର୍ତ୍ତରେ ଏହି ଜାଗାକୁ ଖାଲି କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ଉପଜିଲ୍ଲାପାଳ । ଏଥିପାଇଁ ଆଜି ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଗାଦୀ ମନ୍ଦିର ଚାରିପାଖେ ବ୍ୟାରିକେଡ଼ ଲଗାଯାଇ ସାଧାରଣ ଲୋକଙ୍କୁ ମନ୍ଦିର ଭିତରକୁ ପ୍ରବେଶ ବାରଣ କରାଯାଇଛି। ଢେଙ୍କାନାଳ ଉପଜିଲ୍ଲାପାଳ, ଅତିରିକ୍ତ ଏସ୍‌ ପିଙ୍କ ନେତୃତ୍ଵରେ ଉଚ୍ଛେଦ ପ୍ରକ୍ରିୟା ଚାଲିଛି।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ତେରେସିଂହାରେ ତ୍ରିନାଥ ମେଳା ଅନୁଷ୍ଠିତ

Sunil Chandra Nayak

ଭୋଟ ଗଣନା ରେ ସାମ୍ବାଦିକ ମାନଙ୍କୁ ଅବହେଳା

Sunil Chandra Nayak

କଳାହାଣ୍ଡି, ନୂଆପଡା ଜିଲ୍ଲାରେ ଚୋର ଆତଙ୍କ, ଚନ୍ଦାହାଣ୍ଡି ରେ କୋକୁଆ ଭୟ

Sunil Chandra Nayak

Leave a Comment

error: Content is protected !!