ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚୌମୁଖ ପ୍ରିମିୟର୍ ଲିଗ୍-୨୦୨୨ ଉଦଯାପିତ

ଲଙ୍ଗଳେଶ୍ବର,୨୪/୧୧-(ମ ନି ସ)  ବାଲିଆପାଳ ବ୍ଲକ୍ ଚୌମୁଖ ପଞ୍ଚାୟତ ଅଧିନସ୍ଥ ଚୌମୁଖ ଗ୍ରାମରେ ରାଧାକୃଷ୍ଣ କ୍ରିକେଟ୍ କମିଟି ଆନୁକୂଲ୍ୟରେ ଚୌମୁଖ ପ୍ରିମିୟର୍ ଲିଗ୍-୨୦୨୨ ଉଦଯାପିତ ହୋଇଯାଇଛି । ଉଦଯାପନୀ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ବିଜୁ ମହିଳା ଜନତା ଦଳ ରାଜ୍ୟ କାର୍ଯ୍ଯକାରୀ ସଭାପତି ନାରୀନେତ୍ରୀ ସୁବାସିନୀ ଜେନା ଯୋଗଦେଇ ଖେଳକୁ ଶୁଭାରମ୍ଭ କରିବା ସହିତ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁଶାନ୍ତ ପାତ୍ର,ମନୋରଂଜନ ବେହେରା,ପ୍ରଦୀପ କର,ଅମୂଲ୍ୟ ବେହେରା ,ବାଲିଆପାଳ ବ୍ଲକ୍ ବିଜେଡି ସଭାପତି ଗୋବିନ୍ଦ ପ୍ରସାଦ ଦାସ, ଜିଲ୍ଲା ପରିଷଦ ସଦସ୍ୟ ବେଣୁଧର ଜେନା,ନିଶାକର ସେଠୀ, ଜିଲ୍ଲା ଛାତ୍ର ସଭାପତି ସୀମନ ଦାସ ମହାପାତ୍ର, ବେତଗଡ଼ିଆ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ସନ୍ତୋଷ ଗିରି,ରାମଚନ୍ଦ୍ର କର ପ୍ରମୁଖ ସମ୍ମାନ୍ନିତ ଅତିଥି ଭାବେ ଯୋଗ ଦେଇଥିଲେ ।ଟୁର୍ଣ୍ଣାମେଣ୍ଟରେ କସ୍ତୁରୀ ଏଣ୍ଟରପ୍ରାଇଜେସ୍ ,ଲକ୍ଷ୍ମୀପ୍ରିୟା ଟ୍ରେଡରସ୍ ,ଦାସ ଏଣ୍ଟରପ୍ରାଇଜେସ୍ ,ରାଧାକୃଷ୍ଣ କ୍ରିକେଟ୍ ଟିମ୍ ପ୍ରଭୂତି ୪ଟି ଦଳ ଅଂଶଗ୍ରହଣ କରିଥିଲେ ।ଲକ୍ଷ୍ମୀପ୍ରିୟା ଟ୍ରେଡରସ୍ ସହିତ କସ୍ତୁରୀ ଏଣ୍ଟରପ୍ରାଇଜେସ୍ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା ।ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ମୀପ୍ରିୟା ଟ୍ରେଡରସ୍ ୬ୱିକେଟ୍ ହରାଇ ୯୭ ରନ୍ ସଂଗ୍ରହ କରିଥିଲା ।ଜବାବରେ କସ୍ତୁରୀ ଏଣ୍ଟରପ୍ରାଇଜେସ୍ ୬ ୱିକେଟ୍ ହରାଇ ୯୦ ରନ୍ ସଂଗ୍ରହ କରିପାରିଥିଲା । ଫଳରେ ଲକ୍ଷ୍ମୀପ୍ରିୟା ଟ୍ରେଡରସ୍ ଚମ୍ପିଆନ ହୋଇଥିଲା । ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଶ୍ରୀମତୀ ସୁବାସିନୀ ଜେନା ବିଜୟୀ ଓ ରନସ୍ ଅପ୍ ଦଳକୁ ଟ୍ରଫି ଏବଂ ନଗଦ ଅର୍ଥ ପ୍ରଦାନ କରିଥିଲେ । ସୌରଭ ଜେନା ମ୍ୟାନ ଅଫ୍ ଦି ମ୍ୟାଚ ଏବଂ ଚନ୍ଦନ ମାଝୀ ମ୍ୟାନ ଅଫ୍ ଦି ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇ ପୁରସ୍କୃତ ହୋଇଥିଲେ । ଟୁର୍ଣ୍ଣାମେଣ୍ଟକୁ ରାଧାକୃଷ୍ଣ କ୍ରିକେଟ୍ କମିଟିର ପାର୍ଥ ଦାସ,ତପୁ ମହାନ୍ତି,ଚନ୍ଦନ ଦାସ,ସତ୍ୟନାରାୟଣ ବାରିକ,ଦୂର୍ଗା ମାଧବ ଦାସ,କାର୍ତ୍ତିକ ଗିରି,କାଳିଆ ମାଝୀ,ସଂଜୟ ମାଝୀ,ବଳରାମ ଖିଲାର,ଜୟାନନ୍ଦ କର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

ବାଲିଆପାଳ ରୁ ଦିଲୀପ କୁମାର ଜେନା ଙ୍କ ରିପୋର୍ଟ୍ 

Related posts

ରାଜୀବ ଲୋଚନ ପାଣିଗ୍ରାହୀ ଙ୍କ କବିତା ହେରା ପଞ୍ଚମୀ

ମସୀହା ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଠିତ ପ୍ରତିଯୋଗିତା ରେ ଶ୍ରେଷ୍ଠ ବିବେଚିତ ହୋଇଥିବା ପ୍ରତାପ କିଶୋର ରାଉତ ଙ୍କ କବିତା ମଣିଷ

Sunil Chandra Nayak

ତେରେସିଂହା ଗ୍ରା.ପ.ରେ ଜନ ଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!