ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ଜଗନ୍ନାଥଙ୍କୁ ମୋର ଖୋଲା ଚିଠି 

  ଜଗନ୍ନାଥଙ୍କୁ ମୋର ଖୋଲା ଚିଠି 

  ଦିଲ୍ଲୀପ କୁମାର ନନ୍ଦୀ 

ମାନ ଅଭିମାନେ କହିଥିଲି ପ୍ରଭୁ
ଆଉ ଲେଖିବିନି ତୁମକୁ ଚିଠି
ମନ ମୋ’ ହେଉଛି ଘାଣ୍ଟି ଗୋଳେଇ
କୋଉଠି କିଛି ମୁଁ ଛାଡ଼ି ଦେଲିକି 
ଜଗନ୍ନାଥଙ୍କୁ ମୋର ଖୋଲା ଚିଠି।।
ଦେଉନି ବେରିଙ୍ଗି କରୁନି ରେଜେଷ୍ଟ୍ରି 
ସମୟ ସାପେକ୍ଷ କାଳେ ହେବଟି
ଯଉମୁଦ ଦେଇ ପଠାଇଲେ ପ୍ରଭୁ
ଖୋଲିଲା ବେଳକୁ ଚି଼ରି ଯିବଟି।।
ଜଗନ୍ନାଥଙ୍କୁ ମୋର ଖୋଲା ଚିଠି…..
ପଢିଲା ବେଳକୁ ଅସୁବିଧା ହେବ
ଅଧା ପଢ଼ି ଅଧା ରହି ଯିବଟି
ମୋ’ଦୁଃଖ କାହାଣୀ ଲେଖିଛି ବଖାଣି
କାଳେ କିଛି ବାକି ରହି ଯିବଟି।।
ଜଗନ୍ନାଥଙ୍କୁ ମୋର ଖୋଲା ଚିଠି……
ମନ କାଗଜରେ ହୃଦୟ କଲମେ
ଲୁହର କାଳିରେ ଲେଖୁଛି ଚିଠି
ବସିବା ପାଖରୁ ଉଠି ଆସି ପ୍ରଭୁ 
 ଦୀନ ବୋଲି ହେଳା କରିବନି ଟି।।
ଜଗନ୍ନାଥଙ୍କୁ ମୋର ଖୋଲା ଚିଠି……
 ଦୀନ ଅକିଞ୍ଚନ ଖୋଲା ହୃଦୟରୁ
ଲେଖୁଛି ତୁମକୁ ଏ ଖୋଲା ଚିଠି
ଆଶା ବାନ୍ଧିଛି ମୁଁ ଆଶ୍ଵସନା କିଛି
ନିଶ୍ଚେ ଦୀନବନ୍ଧୁ କିଛି ଦେବଟି।।
ଜଗନ୍ନାଥଙ୍କୁ ମୋର ଖୋଲା ଚିଠି….(ଘୋଷା)

 ଧର୍ମଶାଳା, ଯାଜପୁର 

Related posts

ପ୍ରକୃତି ପ୍ରେମରେ ଯୁବଶକ୍ତି ସମର୍ପିତ ଓଡ଼ିଶା ର ଅଧ୍ୟକ୍ଷ ହିମାଂଶୁ

ସାମ୍ବାଦିକ ମାନଙ୍କୁ ଜମି ଯୋଗାଇ ଦେବା ନିମନ୍ତେ ପ୍ରଶାସନ ନିକଟରେ ପ୍ରେସକ୍ଲବ ପକ୍ଷରୁ ଦାବି 

Sunil Chandra Nayak

ରାଉରକେଲା କଲେଜରେ ‘ବିଶ୍ବ ମାନବାଧିକାର ଦିବସ’ ଓ ‘ପ୍ରତିଜ୍ଞା ପାଠ’… 

Sunil Chandra Nayak

Leave a Comment

error: Content is protected !!