ବାଣ ଫୁଟି ଗୁରୁତର ହେଲେ ୩୦ ଉର୍ଦ୍ଧ୍ବ ମହିଳା ଓ ପୁରୁଷ
ଅବସ୍ଥାଗୁରୁତର ଦେଖି କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଛି ୩୦ ରୁ ଉର୍ଦ୍ଧ୍ବ ଲୋକଙ୍କୁ
କେନ୍ଦ୍ରାପଡ଼ା // କେନ୍ଦ୍ରାପଡା ଜିଲ୍ଲା ବାଲିଆ ବଜାର ରେ କାର୍ତ୍ତିକେଶ୍ୱର ପୁଜା ମେଳଣ ସମୟରେ ରେ ବାଣ ଫୁଟାଉଥିବା ସମୟରେ ଅଘଟଣ । ବାଣ ଫୁଟି ୩୦ ଜଣ ରୁ ଉର୍ଦ୍ଧ୍ବ ଗୁରୁତ୍ୱର । ଗୁରୁତ୍ୱର ଙ୍କ ମଧ୍ୟରେ ଛୋଟପିଲା ଓ ମହିଳା ଅଛନ୍ତି । ବାଣ ଫୁଟାଉ ଥିବା ସମୟ ରେ ଅସାବଧାନତା ଯୋଗୁଁ ଏଭକି ଘଟଣା ଘଟିଥିଲା । ଯାହାକି ଏକାବେଳେ ତିନୋଟି ବାଣ ସଂଯୋଗ କରି ବାଣ ରେ ଅଗ୍ନି ସଂଯୋଗ କରାଯାଇଥିବା ଯୋଗୁଁ ଏଭଳି ଘଟଣା ଘଟିଥିବା କୁହାଯାଇଛି । ତେବେ ଆହତ ମାନ ଙ୍କୁ ବାଲିଆ ରୁ ପିକପ୍ ଗାଡି ଓ ଅନ୍ୟାନ୍ୟ ଗାଡ଼ିରେ ନିଆଯାଇଥିଲା । ପରେ ଆମ୍ବୁଲାନ୍ସ ପହଞ୍ଚି କି ମଧ୍ୟ ବହୁ ଗୁରୁତର ଙ୍କୁ କେନ୍ଦ୍ରାପଡା ମେଡ଼ିକାଲ ନେଇଥିଲା ।ଖବର ପ୍ରଚାର ହୋଇ ମେଡ଼ିକାଲ ଲୋକଙ୍କ ଭିଡଜମିଯାଇଥିଲା । ପରେ ଜିଲ୍ଲାପାଳ ଅମୃତ ଋତୁରାଜ ପହଞ୍ଚି ଗୁରୁତର ଅଧିକ ଚିକିତ୍ସା ପାଇଁ କଟକ ପଠାଇଥିଲେ । ବିଜେପି ଜିଲ୍ଲା ସଭାପତି କିଶୋର ପଣ୍ଡା ଓ ପୁର୍ବତନ ମନ୍ତ୍ରୀ ଗଣେଶ୍ବର ,ବିଧାୟକ ଶଶିଭୁଷଣ ବେହେରା , ରାଜେଶ ପଣ୍ଡା , ବିଜୁ ଯୁବ ଜନତାଦଳ ର ରାଜେଶ ଦାସ୍ ପ୍ରମୁଖ ରାଜନେତା ମେଡ଼ିକାଲ ରେ ପହଞ୍ଚି ଆହତଙ୍କୁ ପଚାରି ବୁଝିଛନ୍ତି ।
କେନ୍ଦ୍ରାପଡା ରୁ ବ୍ୟୁରେଚି଼୍ଫ ଅନିରୁଦ୍ଧ ସେଠୀ ଙ୍କ ରିପୋର୍ଟ (ମସିହା ନ୍ୟୁଜ୍)