ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପତ୍ରିକା “ଗାଁ’ର ମହକ” ଉନ୍ମୋଚନ ପାଇଁ ପ୍ରସ୍ତୁତି

 ମସୀହା ବ୍ୟୁରୋ:୨୩/୧୧ _ବାଙ୍କୀ, ଡମପଡା ବ୍ଲକ ଅନ୍ତର୍ଗତ ତାଳବସ୍ତ ପଞ୍ଚାୟତ ଅଧିନସ୍ଥ ଭିଜିପୁଟ ଆଦିବାସୀ ସାହି ନିକଟରେ ଭୂତନାଥ ସାହିତ୍ୟ ଓ ସାଂସ୍କୃତିକ ସଂସଦ, ଚକାପଦା, ବାଙ୍କୀର ପଞ୍ଚମ ବାର୍ଷିକ ଉସ୍ଚବ ପ୍ରତିବର୍ଷ ପରି ଆସନ୍ତା ଜାନୁୟାରୀ ମାସ ୨୬ତାରିଖରେ ଅନୁଷ୍ଠିତ ସଂପର୍କିତ ପ୍ରସ୍ତୁତି ଶିବିର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ପ୍ରମୁଖ ଉପଦେଷ୍ଟା ଲଲାଟେନ୍ଦୁ ପଣ୍ଡାଙ୍କ ପରିଚାଳନାରେ ଆୟୋଜିତ କାର୍ଯ୍ୟକ୍ରମରେ ବାଙ୍କୀର ବିଭିନ୍ନ ଅନୁଷ୍ଠାନର ମୁଖ୍ୟ କର୍ମକର୍ତ୍ତାମାନଙ୍କ ସହିତ ସଂସଦର ବରିଷ୍ଠ କର୍ମକର୍ତ୍ତା ଓ ଅନେକ ସଭ୍ୟ ଓ ସଭ୍ୟା ଉପସ୍ଥିତ ରହିଥଲେ। ଗ୍ରାମାଞ୍ଚଳର ଲୁକାୟିତ ପ୍ରତିଭାମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟରେ ପ୍ରକାଶିତ ବାର୍ଷିକ ସାହିତ୍ୟ ଓ ସାମାଜିକ ପତ୍ରିକା “ଗାଁ’ ର ମହକ” ଉନ୍ମୋଚନ କରିବା ସଂପର୍କିତ ବିଭିନ୍ନ ବିଷୟବସ୍ତୁ ଆଲୋଚନା କରାଯାଇଥିଲା। ଉକ୍ତ ଦିବସରେ ରାଜ୍ୟସ୍ତରୀୟ ସାରସ୍ବତ ସମ୍ମିଳନୀ ସହିତ କବିତା ଆସର କରିବାପାଇଁ ଆବାହକ ଅକ୍ଷୟ କୁମାର ସାମଲ ପ୍ରସ୍ତାବ ରଖିଥିଲେ। ଏହାସହିତ ମହାବିଦ୍ୟାଳୟ ସ୍ତରରେ ସାହିତ୍ୟ ଓ ସମାଜର ଉନ୍ନତିପାଇଁ ପ୍ରତିଯୋଗିତା କରାଯାଇ ଅଧିକରୁ ଅଧିକ ଯୁବପିଢୀମାନଙ୍କୁ ସାମିଲ କରାଯିବ ବୋଲି ସମ୍ପାଦକ ବାବୁଲି ରଣା ଜଣାଇଥିଲେ। ଉକ୍ତ ପ୍ରସ୍ତୁତି ବୈଠକରେ ପତ୍ରିକାର ସଂପାଦକ ଶିକ୍ଷାବିତ୍ ମନୋଜ କୁମାର ରାଉତ,ମୁଖ୍ୟ ଉପଦେଷ୍ଟା ସମାଜସେବୀ କେଶବ ଚନ୍ଦ୍ର ବେହେରା, ବରିଷ୍ଠ ସଦସ୍ୟ ନିଶାନ୍ତ ପ୍ରିୟମ୍ବଦ ଦାଶ, ପ୍ରତୀକ୍ଷା ସାହିତ୍ୟ ପରିବାରର ସାଧାରଣ ସମ୍ପାଦକ ସୁବ୍ରତ କୁମାର ନାୟକ, କବି ବିପ୍ଳବ, ସମାଜସେବୀ ପ୍ରଦୀପ କୁମାର ଜେନା, ଆମ ପରିବାର ଚକ୍ରର ପ୍ରତିଷ୍ଠାତା କୁମାର ଅମୀୟ (ବୁଲୁ ବାବା) ଓ ଆଦର୍ଶ ଯୁବ ପରିଷଦର ବରିଷ୍ଠ ସଦସ୍ୟ ପ୍ରସନ୍ନ କୁମାର ପ୍ରଧାନ, ସମାଜସେବୀ ଶଶୀଭୂଷଣ ତ୍ରିପାଠୀ, ଓଡିଆ ସଂସ୍କୃତି ଜାଗରଣ ପରିଷଦର ଆବାହକ ଅଶୋକ କୁମାର ଗିରି, ସମ୍ବାଦ ସାହିତ୍ୟ ଘର ଡମପଡାର ସଂଯୋଜକ ଶୁଭେନ୍ଦୁ କୁମାର ମହାପାତ୍ର ଓ ଲାଲବାହାଦୁର ଯୁବ ସଂସଦର ଆବାହକ ପ୍ରକାଶ ଚନ୍ଦ୍ର ପ୍ରଧାନ, ସମାଜସେବୀ ମାନଭଞ୍ଜନ ଦଳେଇ, ଅଶୋକ କୁମାର ତ୍ରିପାଠୀ, କବି ବଂଶୀଧର ମହାପାତ୍ର, ଶ୍ରୀ ସୁବୁଦ୍ଧେଶ୍ବର ସାହିତ୍ୟ ସଂସଦର ସମ୍ପାଦକ ଗୈ।ରାଙ୍ଗ ଚରଣ ରାଉତ, ବରିଷ୍ଠ କବି କୌଶିକ ନାୟକ ପ୍ରମୁଖ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ। ସଂସଦର ସଭାପତି ତଥା ସମାଜସେବୀ ନିରଞ୍ଜନ ପଣ୍ଡା ଅନୁଷ୍ଠାନ ପକ୍ଷରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ସସ୍ମିତା ପଣ୍ଡା ଙ୍କ କବିତା ତୁମେ ହିଁ ତୁମେ

Sunil Chandra Nayak

ଆଦିବାସୀ ଅଧୁଷିତ ଅଂଚଳରେ କିସାନ ସମ୍ପ୍ରଦାୟର ଲୋକ ମାନେ ନିଆରା ଢଙ୍ଗରେ ପାଳନ କଲେ କରମା ପୂଜା  

Sunil Chandra Nayak

ଶସ୍ତା ହେଲା ଖାଇବା ତେଲ,ଖାଉଟିଙ୍କୁ ସାମାନ୍ୟ ଆଶ୍ୱସ୍ତି

Sunil Chandra Nayak

Leave a Comment

error: Content is protected !!