ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡାକ୍ତର ମହେଶ୍ଵର ସିଂହ ଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଓ ସ୍ମୃତି ସଭା

ରାଉରକେଲା/ସହରର ଜଣାଶୁଣା ଡାକ୍ତର ମହେଶ୍ଵର ସିଂହ ଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଓ ସ୍ମୃତିସଭା ବାସନ୍ତୀ କଲୋନୀ ସ୍ଥିତ କନ୍ୟକା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ର ପ୍ରାକ୍ତନ ବିଧାୟକ ରାଧାକାନ୍ତ ସେଠୀଙ୍କ ସଭାପତିତ୍ବ ଓ ଅନିଲ କୁମାର ଦାଶଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପ୍ରାକ୍ତନ ପ୍ରଶାସକ ମହେନ୍ଦ୍ର ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ପ୍ରାଧ୍ୟାପକ ଡଃ ସନାତନ ପ୍ରଧାନ ଓ ସମ୍ମାନିତ ଅତିଥି ଭାବେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ, କେନ୍ଦ୍ରୀୟ ଉତ୍କଳ ସମ୍ମିଳନୀର ଉପସଭାପତି ବିଚିତ୍ରାନନ୍ଦ ସାହୁ, ଶିକ୍ଷାବିତ ପ୍ରଫେସର ଜେ କେ ରାଓ, ଡା ଅନିଲ କୁମାର ମିଶ୍ର, ତନୁଶ୍ରୀ ଜେନା,ଅକ୍ଷୟ ପ୍ରସାଦ ସିଂ ପ୍ରମୁଖ ଯୋଗଦେଇ ସ୍ବର୍ଗତ ଡାକ୍ତର ସିଂହ ଙ୍କ ସ୍ମୃତିଚାରଣ କରିଥିଲେ । ସଭାପତି ଓ ଅତିଥିମାନେ ଡାକ୍ତର ସିଂହ ଙ୍କୁ ଜଣେ ପରୋପକାରୀ, ସ୍ନେହୀ, ଅନ୍ୟ କୁ ଆପଣାର କରି ପାରୁଥିବା ବ୍ୟକ୍ତିତ୍ବ ଭାବେ ଅବହିତ କରି ପଇସା ପତ୍ର କୁ ଗୁରୁତ୍ବ ନଦେଇ କିପରି ସେବା କୁ ଗୁରୁତ୍ବ ଦେଉଥିଲେ ତଥା ତାଙ୍କ ବିଚାରରେ ପରିବାର ଓ ପରିବେଶ କିପରି ଏକାକାର ହୋଇଯାଉଥିଲା ସେ ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ କବି ଶ୍ରୀ ରାଉତ ଡା ସିଂହ ଙ୍କ ଉଦ୍ଦେଶ୍ୟରେ ଏକ କବିତା ପାଠ କରିଥିଲେ । ପ୍ରାରମ୍ଭରେ ଡା ସିଂହ ଙ୍କ ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ଅତିଥିମାନେ ତାଙ୍କ ଉଦ୍ଦେଶ୍ୟରେ ଏକ ସ୍ମରଣିକାକୁ ଉନ୍ମୋଚନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସହଧର୍ମୀଣୀ ନିର୍ମଳପ୍ରଭା ସିଂହ, ସରୋଜ ପାତ୍ର,ଛବିଳା ତ୍ରିପାଠୀ,ଖଗେଶ୍ବର ଓଝା, ଧର୍ମାନନ୍ଦ ପୃଷ୍ଟି, ଶ୍ରୀବତ୍ସ କୁଅଁର,ଡଃ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, କନ୍ୟା ଇଂ ଲିସା ପ୍ରିୟଦର୍ଶନୀ, ପୁତ୍ର ଡାକ୍ତର ଜ୍ୟୋତିପ୍ରକାଶ ସିଂହ, ଅଙ୍କିତା ବଳ ପ୍ରମୁଖ ସ୍ବର୍ଗତ ସିଂହ ସହ ବିତାଇଥିବା ମୁହୁର୍ତ୍ତକୁ ସ୍ମୃତି ଚାରଣ କରିଥିଲେ । ଶେଷରେ କେନ୍ଦ୍ରାପଡା ର ଆଇନଜୀବୀ ସ୍ମୃତିରଂଜନ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସ୍ମୃତି ଚାରଣ ସଭାରେ ସହରର ବହୁ ଡାକ୍ତର,ଶିକ୍ଷାବିତ୍, ସମାଜସେବୀ, ସାମାଜିକ କର୍ମୀ,ରାଜନେତା,ଆଇନଜୀବୀ, ସାମ୍ବାଦିକ ପ୍ରମୁଖ ଯୋଗଦେଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଆକାଶବାଣୀ ରାଉରକେଲା କେନ୍ଦ୍ରର ଦୁର୍ଗାପୁର ପାହାଡ଼ ସ୍ଥିତ ଟ୍ରାନ୍ସମିଟରଠାରେ ଜାତୀୟ ପତାକା ଉତ୍ତୋଳିତ

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ହାଣ୍ଡିଶାଳ ରାଜନୀତି

Sunil Chandra Nayak

ଜିଲ୍ଲା ଶିକ୍ଷା ପ୍ରତିଷ୍ଠାନ ଆନୁକୂଲ୍ୟରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!