ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅବିନାଶ ମହାପାତ୍ର ଙ୍କ କବିତା ତଥାପି ପାରୁନି ଭୁଲି 

   ତଥାପି ପାରୁନି ଭୁଲି 

  

       ଅବିନାଶ ମହାପାତ୍ର 

   
    ହସି ପାରୁନାହିଁ ପଡି ତୋ ପ୍ରେମରେ
         କାନ୍ଦି ବି ପାରୁନି ଆଉ
    ଭାବି ପଛ କଥା ଲାଭ ନାହିଁ କିଛି
        ଗଲାଣି ତ ଚାଲି ଯାଉ l (0)
    ଥିଲା କାଲି ଯିଏ ଅତି ମୋ ନିଜର
         ହେଲା ଆଜି ସାତ ପର
    ସାଜି ଥିଲି ଦିନେ ପ୍ରେମର ପୂଜାରୀ
         ଭୁଲି ନିଜ ଘର ଦ୍ଵାର l (1)
    ପ୍ରେମର ଯନ୍ତ୍ରଣା ସହି ହେଉନାହିଁ
         ଜଳୁଛି ଅନ୍ତରେ ନିଆଁ
     ବନ୍ଦୀ କାରାବାସ ସହିଛି ଅନେକ 
         ପାଇବାକୁ ଟିକେ ରାହା l (2
    ମରି ସାରି ଆଜି ମାଟିରେ ମିଶି ବି
          ତଥାପି ପାରୁନି ଭୁଲି 
    ଫେରିକି ଆସିବ ସେ ଅଭୁଲା ଦିନ
         ଭାବୁଅଛି ଆଜି କାଲି l(3)
   ଏହି ବୋଧେ ହେବ ଶେଷକଥା ପ୍ରିୟା
        ତୁମସାଥେ ଆଜି ମୋର
   ଫେରି ମୁଁ ଯାଉଛି ଅଫେରା ପଥରେ
          ପାଇଲିନି ଅଧିକାର l(4)
 

     ବୟାଙ୍ଗଡ଼ିହି, ଧାମନଗର, ଭଦ୍ରକ l

       

Related posts

ବ୍ଳକ ଗ୍ରାଣ୍ଟ ଶିକ୍ଷକଙ୍କ ଆନ୍ଦୋଳନ ପ୍ରସ୍ତୁତି ବୈଠକ,ଗର୍ଜିଲେ ବ୍ଳକ ଗ୍ରାଣ୍ଟ ଶିକ୍ଷକ

Sunil Chandra Nayak

ଜୁଆ ଆଡାସ୍ଥଳୀ ଉପରେ ପୋଲିସ ଚଢ଼ାଉ : ୮ଟି ବାଇକ ମୋବାଇଲ ସହ ୯୫ ହଜାର ଟଙ୍କା ଜବତ ଏବଂ ୬ ଜଣଙ୍କୁ କୋର୍ଟ ଚାଲାଣ

ଥୁଆମୂଳ ରାମପୁର ବ୍ଳକର ସମିତି ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!