ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅବିନାଶ ମହାପାତ୍ର ଙ୍କ କବିତା ତଥାପି ପାରୁନି ଭୁଲି 

   ତଥାପି ପାରୁନି ଭୁଲି 

  

       ଅବିନାଶ ମହାପାତ୍ର 

   
    ହସି ପାରୁନାହିଁ ପଡି ତୋ ପ୍ରେମରେ
         କାନ୍ଦି ବି ପାରୁନି ଆଉ
    ଭାବି ପଛ କଥା ଲାଭ ନାହିଁ କିଛି
        ଗଲାଣି ତ ଚାଲି ଯାଉ l (0)
    ଥିଲା କାଲି ଯିଏ ଅତି ମୋ ନିଜର
         ହେଲା ଆଜି ସାତ ପର
    ସାଜି ଥିଲି ଦିନେ ପ୍ରେମର ପୂଜାରୀ
         ଭୁଲି ନିଜ ଘର ଦ୍ଵାର l (1)
    ପ୍ରେମର ଯନ୍ତ୍ରଣା ସହି ହେଉନାହିଁ
         ଜଳୁଛି ଅନ୍ତରେ ନିଆଁ
     ବନ୍ଦୀ କାରାବାସ ସହିଛି ଅନେକ 
         ପାଇବାକୁ ଟିକେ ରାହା l (2
    ମରି ସାରି ଆଜି ମାଟିରେ ମିଶି ବି
          ତଥାପି ପାରୁନି ଭୁଲି 
    ଫେରିକି ଆସିବ ସେ ଅଭୁଲା ଦିନ
         ଭାବୁଅଛି ଆଜି କାଲି l(3)
   ଏହି ବୋଧେ ହେବ ଶେଷକଥା ପ୍ରିୟା
        ତୁମସାଥେ ଆଜି ମୋର
   ଫେରି ମୁଁ ଯାଉଛି ଅଫେରା ପଥରେ
          ପାଇଲିନି ଅଧିକାର l(4)
 

     ବୟାଙ୍ଗଡ଼ିହି, ଧାମନଗର, ଭଦ୍ରକ l

       

Related posts

ନୂଆଁଖାଇ ସଯବାଜରେ ଚଳଚଞ୍ଚଳ ଗାଁ ଠୁଁ ସହର

Sunil Chandra Nayak

ଟେମରି ଗ୍ରାମ ପଞ୍ଚାୟତ ର ନାଏବ ସରପଞ୍ଚ ଦୁଃଖିରାମ ସା ଅପ୍ରତିଦ୍ବନ୍ଦୀ ଭାବେ ନିର୍ବାଚିତ 

Sunil Chandra Nayak

ବିଶ୍ବ ବରିଷ୍ଠ ନାଗରିକ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!