ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା   _ ପରିଚୟ _

  _ ପରିଚୟ _

 

                   ଅପର୍ତ୍ତି ସେଠୀ

“ମୁଁ” ଆଜି ଏକ ପ୍ରଶ୍ନବାଚୀ ଚିହ୍ନ
      ଅଚିହ୍ନା ମନଟେ ପାଇଁ,
“ମୁଁ”କୁ”ମୁଁ” କି ଚିହ୍ନିପାରୁଅଛି
      ଅଜ୍ଞତାରେ ଛନ୍ଦି ହୋଇ?
ଅନେକ ଥର ମୁଁ ଚେଷ୍ଟା ବି କଲିଣି
      ପରିଚୟ ପାଇବାକୁ,
ତାଡନା ଭର୍ତ୍ସନା ଘୃଣ୍ଯତା ମଧ୍ଯରେ
      ଖୋଜୁଛି ” ମୁଁ” ପାଇବାକୁ।
ଅନ୍ତର ମୋହର ଆଜି ମର୍ମାହତ
       ନିନ୍ଦା କୁଠାର ଆଘାତେ,
ଯେଣୁ କଳଙ୍କିତ ଆଜି ପରାହତ 
      ଏ ମିଛ ସଂସାର ପଥେ।
ଅବଶୋଷ‌‌ ବିଷ ମୋ ହୃଦରେ ସ୍ଥିତ 
      ପଥର କରିଛି ଛାତି,
ଆଶା କାମନା ମୋ ମନ ମୁତାବକ
      ହୋଇନାହିଁ ଫଳବତୀ।
ତେଣୁ ମୁଁ ଭାବୁଛି “ମୁଁ” ନୁହେଁ କିଛି 
       ଜଣେ ଆଉ କିଏ ଅଛି,
ଅନ୍ତରାଳେ ରହି ମୋ ଭଲମନ୍ଦର
       କାର୍ଯ୍ୟକୁ ପରଖୁଅଛି।
ସରିସରି ଆସେ ତୈଳ ଏ ଦୀପରୁ
       ଲିଭି ଆସେ ଦୀପଶିଖା,
ତଥାପି କାହିଁକି ଏ ମନ ଭିତରେ
        ଈର୍ଷା ଦ୍ୱେଷ ଦିଏ ଦେଖା?
କେମିତି ଏସବୁ ତ୍ୟାଗ କରିବି ମୁଁ
       ବୁଦ୍ଧି ବାଟ ଦିଶୁନାହିଁ,
ଜାଣି ବି ପାରେନା କେମିତି ବଞ୍ଚିବି
       କେଉଁ ପରିଚୟ ନେଇ ?
ମଣିଷ ଖୋଳରେ ଅମଣିଷ ହୋଇ
       ଅନ୍ୟକୁ ଯାତନା ଦେଲି,
ପ୍ରେମ ବଦଳରେ ବିଷକୁ ଆଦରି
       ଅବାଟରେ ଯାହା ଗଲି।
ଭୁଲ୍ ମଣିଷର ଉପାଧିକୁ ବୋହି
       ବାଟ ଚାଲୁଥିଲା ବେଳେ,
ସତ କିନ୍ତୁ ମୋତେ ଅସ୍ତବ୍ୟସ୍ତ କରି
       ସନ୍ତାପିତ କରିମାରେ।
ବଞ୍ଚିବା ଭିତରେ ନିଜସ୍ଵ ହରାଇ
       ନିସ୍ଵ ହୋଇଗଲି ଆଜି,
ତେଣୁ ମୁଁ ଜାଣୁଛି ଶୂନ୍ୟ ହସ୍ତେ ଯିବି
       ହାରୁଛି ଜୀବନ ବାଜି।
ଯେଣୁ ନାହିଁ ମୋର ଧନ ଅହଂକାର
       ପକେଟ ମୋହର ଖାଲି,
ହୃଦେ ସାଇତିଛି ଚିନ୍ତାମଣି ଧନ
       ସତ୍ୟକୁ ପାଇବି ବୋଲି।

ପାଳକଣା‌, କୋରୋ‌, କେନ୍ଦ୍ରାପଡ଼ା

 

Related posts

ପଳାସ ଗଛରେ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ, ପୋଲିସର ତଦନ୍ତ ଜାରି

Sunil Chandra Nayak

ରାଉରକେଲା କଲେଜରେ ‘ବିଶ୍ବ ମାନବାଧିକାର ଦିବସ’ ଓ ‘ପ୍ରତିଜ୍ଞା ପାଠ’… 

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ରାକ୍ଷୀ ମୋ ରାକ୍ଷୀ , ଦୁଃଖ ସୁଖର ସାକ୍ଷୀ 

Sunil Chandra Nayak

Leave a Comment

error: Content is protected !!