ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ।। ମାଟିତ ମାଟି ଇରମ ମାଟି ।।

।। ମାଟିତ ମାଟି ଇରମ ମାଟି ।।

       

                   କୈଳାସ ଚ଼ନ୍ଦ୍ର ପାଢ଼ୀ

ମାଟିତ ମାଟି
           ଇରମ ମାଟି,
ବକ୍ଷେ ଯାହାର
           ରକ୍ତ-ଝୋଟି
ଆଙ୍କି ଦେଇଛି
          ଏ ମାଟି ପୁଅ,
କୁହରେ କୁହ 
ବୀର-ଗଉରବେ
ମହୀୟାନ୍ କିବା
          ଏ ମାଟି ନୁହଁ ?
ବକ୍ଷରେ ତାର
କାନଡେରି ଥରେ
          ଶୁଣରେ ଶୁଣ,
ଝଂକୃତ ହୁଏ
ବୀର-ବାଣୀ ତାର
         ବଜ୍ରୁ ଟାଣ
ଶତ୍ରୁ ନାଠି
ପରାଣ-ଆତଙ୍କେ
         ପଡ଼େ ରେ ଫାଟି ।।
ଏଇଠି ଗୀତାର
ମହିମ୍ନ-ଛନ୍ଦ
         ଉର୍ଦ୍ଧେ ଉଠି
ମହାଭାରତର
ମହାଗାଥା କୁ ଯେ
       ଦେଉଛି ରଟି
ଜନ୍ମଭୂମିର
ସ୍ବାଧୀନତା ଲାଗି
         ରକ୍ତ ଭେଟି
ନିଦକେ ଦେଇଛି
ଏ ମାଟିର ପୁଅ
ପଛଘୁଞ୍ଚାଦେଇ
ଜୀବନ ଭୟରେ
         ଯାଇନି ହଟି ।।
      

କୁମାର ପୁର।ଅନନ୍ତ ପୁର।

ବାସୁଦେବ ପୁର। ଭଦ୍ରକ ।

Related posts

ବର୍ଷା ରେ ଭୁଶୁଡ଼ିଲା ଘର ଅଳ୍ପକେ ବର୍ତ୍ତିଲେ ୪ ପରିବାର ର ଲୋକେ ଭଙ୍ଗା ଝାଟିମାଟି ଘରେ ଦେଖାଜାଉଛି ପୁନେଇଁ ଜହ୍ନ 

Sunil Chandra Nayak

ଜନମଙ୍ଗଳ, ରାସୋଳ ତରଫରୁ ଦୁଇକେନ୍ଦ୍ରମନ୍ତ୍ରୀ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଓ ଅନୁରୋଧ ପତ୍ର ପ୍ରଦାନ

Sunil Chandra Nayak

ନର୍ଲା ବ୍ଲକରେ ନୂତନ ବିଡ଼ିଓ ଭାବରେ ବାସନ୍ତି ସେଠୀଙ୍କ ଯୋଗଦାନ, ଭବ୍ୟ ସ୍ୱାଗତ କଲେ ବ୍ଲକ ଅଧ୍ୟକ୍ଷା,ଉପାଧ୍ୟକ୍ଷ ଓ କର୍ମଚାରୀ

Sunil Chandra Nayak

Leave a Comment

error: Content is protected !!