ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆକାଂକ୍ଷିତ ଭାରତ ନିର୍ମାଣ ପାଇଁ ସକାରାତ୍ମକ ସୃଜନ ଜରୁରି

୨୨ ତମ ଭଦ୍ରକ ପୁସ୍ତକମେଳା ଉଦଘାଟିତ

ଭଦ୍ରକ,/ ଆଜି ଭାରତ ନିର୍ମାଣ ର ଅନ୍ୟତମ ଜ୍ଞାନ ଓ ଦିଗଦର୍ଶନ ର କେନ୍ଦ୍ର ବିନ୍ଦୁ ସେଥିପାଇଁ ମଣିଷ ଜୀବନ ର ସକଳ ଆଧାର ପୁସ୍ତକ ହେଉଛି ବୌଦ୍ଧିକ ସଂଯୋଗର ସେତୁ। ଲେଖକୀୟ ଚିନ୍ତାଚେତନା ପରିପକ୍ବ ହେଲେ ଉଚ୍ଚାଙ୍ଗ ସୃଜନ ସମ୍ଭବ ହୋଇଥାଏ। ଅଧୁନା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଆକାଂକ୍ଷିତ ଭାରତ ନିର୍ମାଣ ପାଇଁ ସକାରାତ୍ମକ ଓ ଗଠନମୂଳକ ମାନସିକତା ଜରୁରୀ। ପୁସ୍ତକ ହେଉଛି ମାନବୀୟ ସଂରଚନାତ୍ମକ ଇଚ୍ଛାର ମନୋଜ୍ଞ ପରିପ୍ରକାଶ ବୋଲି ସନସାଇନ୍ ମିଶନ ସ୍କୁଲ୍ ସନ୍ନିକଟ ମନମୋହନ ସଂଗୀତ ପରିଷଦ ପଡ଼ିଆରେ ଅନୁଷ୍ଠିତ ୨୨ ତମ ‘ଭଦ୍ରକ ପୁସ୍ତକମେଳା’ର ଉଦଘାଟନୀ ସନ୍ଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ପୁସ୍ତକମେଳା କମିଟି ସଭାପତି ଅଜୟ ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ଉଦଘାଟକ ଭାବେ ‘ସମ୍ବାଦ’ର ସମ୍ପାଦକ ମାନ୍ୟବର ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗଦେଇ ସଂପ୍ରତି ବହୁଳ ମାତ୍ରାରେ ବ୍ୟବହୃତ ତରଂଗ ମାଧ୍ୟମକୁ ଜ୍ଞାନବିଜ୍ଞାନ ଓ ଅଧ୍ୟୟନ କ୍ଷେତ୍ରରେ ଉପଯୋଗ କରିବା ଉଚିତ। ପ୍ରତ୍ୟେକ ବ୍ୟକ୍ତି ମା’, ମାଟି ଓ ମାତୃଭାଷା ପ୍ରତି ସମର୍ପିତ ହୋଇ କାର୍ଯ୍ୟକଲେ ଆମ ଜୀବନ ସାର୍ଥକ ହେବ। ପ୍ରାଥମିକ ଶିକ୍ଷା ଜାତୀୟକରଣ ହେଲେ ପ୍ରକୃତ ଆଦର୍ଶ ବଜାୟ ରହିବ। ପ୍ରଶ୍ନ ପଚାରିବାର ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ପୁସ୍ତକ ପଠନର ଆକାଂକ୍ଷାକୁ ନେଇ ଆମେ ବିଶ୍ବଗୁରୁ ଭୂମିକା ନିର୍ବାହ କରିପାରିବା ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟଅତିଥି ଭାବେ ଭଦ୍ରକ ବିଧାୟକ ମାନନୀୟ ସଞ୍ଜୀବ ମଲ୍ଲିକ ଯୋଗଦେଇ ଭଦ୍ରକ ପୁସ୍ତକମେଳା ଆଜି ଏକ ସାଂସ୍କୃତିକ ଆନ୍ଦୋଳନରେ ପରିଣତ ହୋଇଛି ବୋଲି କହିଥିଲେ। ସମ୍ମାନିତ ଅତିଥିଭାବେ ଭଦ୍ରକ ଜିଲ୍ଲାପାଳ ଯୋଗଦେଇ ଆଜିର ଡିଜିଟାଲ ଯୁଗରେ ମଧ୍ୟ ମୌଳିକ ପୁସ୍ତକ ପଠନର ଆବଶ୍ୟକତା ରହିଛି ବୋଲି କହିଥିଲେ। ମୁଖ୍ୟବକ୍ତା ଭାବେ ବିଶିଷ୍ଟ କଥାକାର ଡକ୍ଟର ରାଧାବିନୋଦ ନାୟକ ଯୋଗଦେଇ ନୂଆଦୁନିଆଁ ତିଆରି ହେବା ମୂଳରେ ମଣିଷ ସମାଜ ପାଇଁ ପୁସ୍ତକ ହିଁ ପରମବନ୍ଧୁ ବୋଲି କହିଥିଲେ। ସମ୍ମାନିତ ବକ୍ତା ଭାବେ ବିଶିଷ୍ଟ ନାଟ୍ୟକାର ବିଜୟ ଦାସ ଯୋଗଦେଇ ଆମେସବୁ କେବଳ ଅକ୍ଷର ଗୋଟାଳି ଭୂମିକାରେ ଅବତୀର୍ଣ୍ଣ ନହୋଇ ଉତ୍କର୍ଷ ପ୍ରତିପାଦିତ ପାଇଁ ପ୍ରୟାସ କରିବା ଉଚିତ ବୋଲି କହିଥିଲେ। ପୁସ୍ତକମେଳା କମିଟିର ସମ୍ପାଦକ ରୂପକବିହାରୀ ରାୟ ବିବରଣୀ ପ୍ରଦାନ କରିଥିବା ବେଳେ କମିଟିର ଉପସଭାପତି ଅଧ୍ୟାପକ ବିଶ୍ବରଞ୍ଜନ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ। ଉପଦେଷ୍ଟା ସୁଧାକର ରାଉତ ଅତିଥିମାନଙ୍କୁ ମଞ୍ଚ ଆହ୍ବାନ କରିଥିବା ବେଳେ ଆଡଭୋକେଟ୍ ଗଦାଧର ବଳ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଫେସର ଦେବେନ୍ଦ୍ରନାଥ ରାଉତ, ଗାଳ୍ପିକ ଶୈଳେନ୍ଦ୍ର ମହାପାତ୍ର, ବିଚିତ୍ରାନନ୍ଦ ମହାନ୍ତି, ହରୀଶ ଦାସ, ଦୁଃଶାସନ ମହାନ୍ତି, ଡକ୍ଟର ଅଭୟ କୁମାର ଦାସ, ଆଡଭୋକେଟ୍ ମନୋରଞ୍ଜନ ଦାସ, କବି ହୃଦାନନ୍ଦ ପାଣିଗ୍ରାହୀ, ପ୍ରାଧ୍ୟାପକ ବାସୁଦେବ ବାରିକ, ଦିବ୍ୟସିଂହ ନାୟକ, ଡକ୍ଟର ସମୀର ହୁଇ, ଶ୍ରୀହର୍ଷ ସ୍ବାଇଁ, ଅଶୋକ କୁମାର ଦାସ, କବୟତ୍ରୀ ଦମୟନ୍ତୀ ନାଥ, ଶିକ୍ଷୟତ୍ରୀ ଚାରୁଲତା ମହାପାତ୍ର, ବୈକୁଣ୍ଠ ବିଶ୍ବାଳ, ବାବୁଲାଲ୍ ଦାସ ପ୍ରମୁଖ ବିଶିଷ୍ଟ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ। ଉକ୍ତ ପୁସ୍ତକମେଳାରେ ମୋଟ ୩୪ଟି ଷ୍ଟଲ୍ ଉନ୍ମୋଚିତ ହୋଇଥିଲା ଓ ଏହା ଆସନ୍ତା ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି।

ଭଦ୍ରକ ରୁ ବ୍ୟୁରେ ଚି଼୍ଫ ଅନିରୁଦ୍ଧ ସେଠୀ ଙ୍କ ରିପୋର୍ଟ (ମସିହା ନିୟୁଜ )

Related posts

ବାବା ସାହେବ ଙ୍କ ୬୬ତମ ମହା ପରି ନିର୍ବାଣ ଦିବସ ପାଳିତ

Sunil Chandra Nayak

ମାଁ ମହାକାଳୀଙ୍କ ପୂଜା ଓ ଭୈରବ ଦେବଙ୍କ ଝାମୁଯାତ୍ରା ଅବସରେ କଳସ ଯାତ୍ରା 

Sunil Chandra Nayak

ବ୍ଲକ୍ ସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!