ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦାଦନ ଶ୍ରମିକଙ୍କ ମୃତ୍ୟୁ, ଗାଁକୁ ଫେରୁଛି ଶବ,ଗାଁରେ ଶୋକାକୁଳ ପରିବେଶ

କୋକସରା,୨୭/୧୧- (ମ ନି ସ) ବିଗତ କିଛି ମାସ ମଧ୍ୟରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ବିଭିନ୍ନ ଗ୍ରାମକୁ ଦାଦନ ଶ୍ରମିକଙ୍କ ଶବ ଫେରିଛି । ପୁଣି ଆଉ ଏକ ଦାଦନ ଶ୍ରମିକର ମୃତ୍ୟୁ ପରେ ଗାଁକୁ ଶବ ଫେରୁଥିବା ନେଇ ସୂଚନା ମିଳିଛି। ବ୍ଲକର ଡୁଡୁକାଠେଙ୍ଗା ପଞ୍ଚାୟତ ଡୁଡୁକାଠେଙ୍ଗା ଗ୍ରାମର ଗୁରୁଦା ମାଝୀଙ୍କ ଯୁଆନ ପୁଅ ମିନକେତନ ମାଝୀ (୧୮) ଗତ ୭ ମାସ ତଳେ ଘରର ଆର୍ଥିକ ସ୍ଥିତି କାରଣରୁ ବାଙ୍ଗାଲୋର ନିକଟସ୍ଥ ନାଗବରାରେ ଏକ ଠିକାଦାରଙ୍କ ନିକଟରେ କାମ କରୁଥିଲେ। ସବୁ ଠିକ ଠାକ ଚାଲିଥିଲା। ଘରକୁ ମାସକୁ ମାସ ଟଙ୍କା ମଧ୍ୟ ପଠାଉଥିଲେ। ତେବେ ଶୁକ୍ରବାର ମଧ୍ୟାହ୍ନରେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ସାଥି ଶ୍ରମିକ ମାନେ ସ୍ଥାନୀୟ ହସ୍ପିଟାଲରେ ଭର୍ତି କରିଥିଲେ । ହେଲେ ଚିକତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ ଠିକାଦାର ଯୁବକଙ୍କ ପରିବାରକୁ ଖବର ଦେଇଥିଲେ। ମୃତ୍ୟୁ ଖବର ଶୁଣିବା ପରେ ପରିବାର ଲୋକେ ଭାଙ୍ଗି ପଡିଛନ୍ତି। ଅନ୍ୟପଟେ ଠିକାଦାର ମୃତ ଶ୍ରମିକଙ୍କ ଶବକୁ ତାଙ୍କ ଭିଟାମାଟିକୁ ଏକ ଆମ୍ବୁଲାନ୍ସରେ ପଠାଉଥିବା ନେଇ ସୂଚନା ମିଳିଛି। ରବିବାର ସନ୍ଧ୍ୟା ସୁଦ୍ଧା ଶବ ଗାଁକୁ ଫେରିବ। ପୁଅକୁ ହରାଇ ମା ବାହୁନି ବାହୁନି କାନ୍ଦୁଥିବା ବେଳେ ସ୍ଥାନୀୟ ସରପଞ୍ଚ ହରିପ୍ରିୟା ନାଗ ମୃତକ ଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ସରକାରୀ ଭାବେ ଯାହା ସହାୟତା ରହିଛି ଯୋଗାଇ ଦିଆଯିବ ବୋଲି କହିଛନ୍ତି।

ମସିହା ନିଯୁଜ୍ ସର୍ଭିସ୍ 

Related posts

ଶ୍ରୀଧର ସମର୍ଲିଆ ଫାଉଣ୍ଡେସନ ପକ୍ଷରୁ ପୁରସ୍କାର ବିତରଣ

Sunil Chandra Nayak

କବିତା – ହେ ଗୋପୀ ବଲ୍ଲଭ

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ରାତ୍ରି

Sunil Chandra Nayak

Leave a Comment

error: Content is protected !!