ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜାତୀୟ ଅଙ୍ଗଦାନ ଦିବସ ପାଳନ

ରାଉରକେଲା/”ମୃତ୍ଯୁ ପରେ ଶରୀରର ଅଙ୍ଗ ଦାନ ଦ୍ବାରା ପୀଡିତ ମାନଙ୍କୁ ନୂତନ ଜୀବନ ପ୍ରଦାନ କରନ୍ତୁ” ଜାତୀୟ ଅଙ୍ଗଦାନ ଦିବସ ର ଏହି ବାର୍ତ୍ତା କୁ ଇନର ହୁଇଲ୍ କ୍ଲବ ଓ ରୋଟାରି କ୍ଲବ ରାଉରକେଲା ରିଭରସାଇଡ ଜନସାଧାରଣରେ ପ୍ରସାର ନିମିତ୍ତ ଏକ ବିଶାଳ ରାଲିର ଆୟୋଜନ କରିଥିଲା। ସର୍ବ ଭାରତୀୟ ସ୍ତର ରେ ଇନର ହୁଇଲ କ୍ଲବ ତରଫ ରୁ ଏପରି ରାଲି ନଭେମ୍ବର ୨୭ ତାରିଖରେ ଅନୁଷ୍ଠିତ ହୋଇ ଯାଇଅଛି। ବିଭିନ୍ନ ପ୍ରକାର ଅଙ୍ଗ ଦାନ ବାର୍ତ୍ତା ରେ ସଜ୍ଜିତ ବହୁ ସଂଖ୍ୟକ କାର୍ ଓ ଏହି ଶୋଭାଯାତ୍ରାରେ ଭାଗ ନେଇଥିଲେ। ଇନର ହୁଇଲ କ୍ଲବ ର ମାନନୀୟ ସଦସ୍ଯା ରିମ୍ସ ର ଅଧ୍ୟକ୍ଷା ନଳୀନିପ୍ରଭା ପଟ୍ଟନାୟକ ରାଲିର ଉଦଘାଟନ କରିଥିବା ବେଳେ ସଭାପତି ଡଃ ମିନତୀ ପଣ୍ଡା, ସଚିବ ଅଜିତା ମହାନ୍ତିଙ୍କ ସହ ପ୍ରାକ୍ତନ ସଭାପତି ପ୍ରତିମା ମହାପାତ୍ର, ଅମୃତା ତ୍ରିପାଠୀ, ପ୍ରମିଳା ମିଶ୍ର, ମମତା ପାଠୀ, ପ୍ରଜ୍ଞା ତ୍ରିପାଠୀ, ଡଃ ସୁଧାରାଣୀ ପ୍ରଧାନ, କାବେରୀ ବାନାର୍ଜୀ, ମହିମା ମହାପାତ୍ର, ଆରତୀ ପଣ୍ଡା, ଅଞ୍ଜଳି ହୋତା, ସିମରାନଜିତ ଶେଖୋଁ, ଅନୀତା ନାୟକ, ଅଂଶିକା ଶେଖୋଁ, ମୋନାଲିସା ପ୍ରଧାନ ଅଭିଯାନ କାର୍ଯ୍ୟକ୍ରମ ରେ ଛେଣ୍ଡ ସ୍ଥିତ ବିଜୁପଟ୍ଟନାୟକ ଛକ ଠାରୁ ଗୋପବନ୍ଧୁ ପାଠାଗାର ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ। ରୋଟାରି କ୍ଲବ ରାଉରକେଲା ରିଭରସାଇଡ ର ସଭାପତି ସିଦ୍ଧିନାଥ ଜ୍ୟୋତିଷୀ ଓ ସଚିବ ଭଗବାନ ପାଢୀଙ୍କ ସହିତ ଡଃ ପିସି ମହାପାତ୍ର, ଗଣେଶ୍ୱର ପଟ୍ଟନାୟକ, ସନ୍ତୋଷ ମିଶ୍ର, ପ୍ରଶାନ୍ତ ପାତ୍ର, ମଧୁସୂଦନ ମହାନ୍ତି, ଅଜିତ ପୁଜାରୀ, ସୁଖବିନ୍ଦର ଶେଖୋଁ, ଉଦିତ ସାହୁ, ଡଃ ପି କେ ମହାନ୍ତି, ପରମେଶ୍ଵର ପ୍ରଧାନ, ବସନ୍ତ ତନ୍ତୀ, ଆଦିତ୍ଯ ମହାପାତ୍ର, ଗୁରୁଚରଣ ପଟ୍ଟନାୟକ, ନିର୍ମଳ ଆଚାର୍ଯ୍ଯ, ବସନ୍ତ ପଣ୍ଡା, ନିରଞ୍ଜନ ସେନାପତି,ଆଦିତ୍ଯ ପାଢୀ ଓ ଗିରିଜା ଗୋସ୍ବାମୀ ଙ୍କ ସହ ଗୋପବନ୍ଧୁ ପାଠାଗାର ସଦସ୍ଯ ମାନେ ପଦଯାତ୍ରାରେ ଅଂଶଗ୍ରହଣ କରିଥିଲେ। ସ୍କୁଲ ଛାତ୍ରଛାତ୍ରୀ ଓ ହାଇଟେକ ମେଡିକାଲ କଲେଜ ର ଡଃ ଚିନ୍ମୟ ଓ ୧୫ଜଣ ଡାକ୍ତରୀ ଛାତ୍ର ଯୋଗ ଦେଇ ଅଭିଯାନ କୁ ଆହୁରି ସୁନ୍ଦର ଓ ସଫଳ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଡଃ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଉମାକାନ୍ତ ଦାସ ଙ୍କ କବିତା ବେଶୀ ବାଟଆଉ ନାହିଁ ଲୋ ମା”

Sunil Chandra Nayak

ଆରଆଇଟିରେ ବିଶ୍ବ ଏଡ୍ସ ଦିବସ ପାଳିତ

Sunil Chandra Nayak

ଟଙ୍କା ଠକି ନେଇ ଥିବା ଘଟଣା କୁ ଅଭିଯୋଗ କାରୀଙ୍କ ଖଣ୍ଡନ

Sunil Chandra Nayak

Leave a Comment

error: Content is protected !!