ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାଙ୍ଗାଳୀ ଚରଣ ସେଠୀ ଙ୍କ କବିତା ଶୀତୁଆ ସକାଳ 

ଶୀତୁଆ ସକାଳ 

କାଙ୍ଗାଳୀ ଚରଣ ସେଠୀ

ଶୀତୁଆ ସକାଳେ କଟିକିଆ ବୋହୂ
   କମ୍ବଳକୁ ଟାଣି କହେ
ଆଠଟା ବାଜିଲେ ଉଠେଇବ ମୋତେ
   ମୁଁ ଆଉ ଟିକେ ଶୁଏ।
ରାତି ପାହାନ୍ତିରୁ ଜେଜେମା ଉଠି
    ସକାଳ ସ୍ନାହାନ ସାରି
ଚଉରା ମୂଳରେ ଧୂପ ଦୀପ ଦେଇ
    ବସେ ଭାଗବତ ଧରି ।
ଜେଜେବାପା ଏଣେ ଧୂନୀ ଜାଳୁଥାନ୍ତି
   ଏକେଣିଆ ଦାଣ୍ଡ ଘରେ
ସକାଳୁ ସନିଆ ଧାନ କାଟୁଥାଏ
   ହାଡଭଙ୍ଗା ଶୀତ ଟାରେ ।
ରାତି ନ ପାହୁଣୁ ଝଡ ଦେଖାଦିଏ
   ବଡ ବାପା କପ୍ ପରେ
ଶୀତ ସକାଳରେ ଡରି ମରି ବୋଉ
   ଚା କରେ ରୋଷ ଘରେ।
ଦାଣ୍ଡ ବାରଣ୍ଡାରେ ବଳିଆ କୁକୁର
   ଜାକି ମାଡି ଶୋଇଥାଏ
କାଲୁଆ ପବନ ଦେହରେ ବାଜିଲେ
    କୁଙ୍କୁଟି କାଙ୍କୁଟି ହୁଏ ।
ଘରକୂଅପାଣି ବାମ୍ଫ ଉଠୁଥାଏ
   ବୋଉ ଦେଇଥାଏ କାଢି
ସକାଳ ଗାଧୁଆ ପୂର୍ବରୁ ମୋ ବାପା
   ନିତି କାଟନ୍ତି ଦାଢି ।
ନାନା ଜାତି ଫୁଲ ପନି ପରିବାରେ
   ବାଡି ଘର ଉଠେ ପୁରି
ଶୀତୁଆ ସକାଳ ମନେପଡେ ନାହିଁ
  ପୁଷ ମାଘ ଗଲେ ସରି ।

ବର୍ତ୍ତଣ୍ଡା, ସୁକିନ୍ଦା, ଯାଜପୁର

Related posts

ଛାତ୍ର ବିନିମୟ କାର୍ଯ୍ୟକ୍ରମ

Sunil Chandra Nayak

ଢ଼େଙ୍କାନାଳ – ଯୁବ ପରିବେଶବିତ୍ ଙ୍କ ଦ୍ଵାରା ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ମାନବ ଶୃଙ୍ଖଳ ଆୟୋଜିତ 

ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କ କପିଳାସ ପୀଠରେ ବୃକ୍ଷରୋପଣ

Sunil Chandra Nayak

Leave a Comment

error: Content is protected !!