ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚନ୍ଦ୍ରକଳା ଦେବୀ ଙ୍କ କବିତା “ଶିଶିର ସାରସ”

“ଶିଶିର ସାରସ”

ରାଗ-କଳ ହଂସ କେଦାର

ଚନ୍ଦ୍ରକଳା ଦେବୀ

ହେମନ୍ତ ଧରାପୃଷ୍ଠୁ’ ନିଏ ବିଦାୟ’
ଶିଶିର ଋତୁଚକ୍ରେ’କି ଶୋଭାମୟ’ଯେ
ଦିବାକର ଦିନାନ୍ତେ’ ଅସ୍ତ ହୁଅନ୍ତେ’
ଶଶି ଆଗତହୁଏ ‘ସେ ଧରାବକ୍ଷେ’ଯେ ||
ଦିନର ତାପ କ୍ରମେ’ ହୁଏ ସନ୍ତାପ’
ଶିଶିର ଆଗମନ’ସେ ଧରା ବକ୍ଷ’ଯେ
ନିଶାକର ଆଗମେ’ କୁମୁଦ ପୁଷ୍ପ ‘
ଧୀରେଧୀରେ ପ୍ରସ୍ଫୁଟି’ତ ହୁଏତା ରୂପ’ ଯେ ||
ସୂର୍ଯ୍ୟମୁଖୀ ଅଳସୀ’ସୋରିଷ ଫୁଲେ’
ଶୋଭାମୟୀ ଧରିତ୍ରୀ’ମନକୁହରେ’ଯେ
ଶିଶିର ସ୍ନାତାପୃଥ୍ଵୀ’ ଶୋଭା ମୟରେ’
ଶିଶିର ରୂପୀ ମୁକ୍ତା’ବିଭୁ ପୟରେ’ଯେ ||
ପ୍ରକୃତି ରାଣୀ ଦିଶେ’ ଭାରି ସୁନ୍ଦର ‘
ସତେ ଅବା ନାଇଛି’ ମୁକୁତା ହାର’ଯେ
ଘାସ ଗାଲିଚା ପରେ’ଶିଶିର ଟୋପା’
ମଣି ମୁକୁତା ସମ’ସେ ଅପରୂପା’ଯେ ||
ଶିଶିରେ କୁଝଟିକା’କାୟା ବିସ୍ତାରେ’
ପ୍ରତ୍ୟୁଷେ ରାସ୍ତାଘାଟ’ଦିଶେ ନାହିଁରେ’ ଯେ’
ଶିଶିର ରାତ୍ରିରେ ସେ’ଶେଫାଳୀ ପୁଷ୍ପ’
ବାସ ବିତରି ଥାଏ’ସେ ହସ ହସ’ଯେ ||
ଶସ୍ୟକ୍ଷେତ୍ରେ ଶୋଭିତ’ଧରଣୀ ରାଣୀ’
ପୁରପଲ୍ଲୀରେ ପୂଜା’ଶ୍ରୀ ଠାକୁରାଣୀ’ ଯେ’
ବିଦ୍ୟାଦାୟିନୀ ଦେବୀ’ମା ସରସ୍ବତୀ’
ଶିରୀ ପଞ୍ଚମୀ ଦିନ’ପୂଜା ପାଆନ୍ତି’ଯେ ||
ଶିଶିର ସକାଳରେ’ଗ୍ରାମର ଦୃଶ୍ୟ’
ଚାଷୀ ଶସ୍ୟଅମଳେ’ରହଇ ବ୍ୟସ୍ତ’ଯେ
ଶିଶିରେ ଦୁଃଖୀଜନ’କଷ୍ଟ ପାଆନ୍ତି ‘
ବୃଦ୍ଧବୃଦ୍ଧା ଶୀତରେ’ନିଆଁ ପୁଆନ୍ତି’ ଯେ ||
ରମ୍ୟ ଚିଲିକା ହ୍ରଦ’କେଡେ ସୁନ୍ଦର’
ହ୍ରଦପରେ ଶୋଭଇ’ଧୂମ ଆସ୍ତର’ଯେ
ଶିଶିରେ ବିହଙ୍ଗମ’ଦୂରୁ ଆସନ୍ତି ‘
ଖାଦ୍ୟ ଅନ୍ୱେଷଣନ୍ତେ’ନୀଡ଼ ଗମନ୍ତି’ ଯେ ||
ଅଗଣିତ ସାରସ’ଆକାଶ ମାର୍ଗେ’
ବିହରନ୍ତି ଉଲ୍ଲାସେ’ବଡ଼ ସରାଗେ’ଯେ
ନୀଡ଼ ଚତୁଃପାର୍ଶ୍ୱରେ’ସାରସ ଗଣ’
ଚକ୍ରେ ଆକାରେ ସଂଧ୍ୟେ’ବୁଲନ୍ତି’ପୁଣ’ ଯେ ||
ସରସୀରେ ସାରସ’ଲାବଣ୍ୟ ମୟ’
ସାରସ ସନ୍ତରଣ’ଆନନ୍ଦ ମୟ’ଯେ’
କେଡେ ମନଲୋଭାରେ’ସେ ରୂପକାନ୍ତି
ଦର୍ଶକ ଦର୍ଶନରେ’ମୁଗ୍ଧ ହୁଅନ୍ତି ‘ଯେ ||
ପୁଷ୍କରିଣୀ ମଧ୍ୟରେ’ ପଦମ ଫୁଲ’
ଢଳି ଢଳି ନାଚୁଛି’କି ମନୋହର’ଯେ
ପଦ୍ମପତ୍ର ଉପରେ’ ଶିଶିର ଜଳ’
ସତେ ଅବାସେ ଦିଶେ’ହୀରକ ମାଳ’ ଯେ’ ||
ପ୍ରଭାକର ଆଗମେ’ସେ ପ୍ରସ୍ଫୁଟିତ’
ଶାଶ୍ୱତ ପ୍ରେମେବନ୍ଧା’ସେଇ ଦୁହେଁତ’ଯେ’
ସୌନ୍ଦର୍ଯ୍ୟମୟୀ ବୋଲି’ଜାତୀୟ ପୁଷ୍ପ’
ସରବ ଦେବାଦେବୀ’ଆକର୍ଷେ ରୂପ’ ଯେ’ ||
ପ୍ରଥମା ଅଷ୍ଟମୀରେ’ ଆଦ୍ୟ ସନ୍ତାନ’
ନବବସ୍ତ୍ର ପିନ୍ଧିଣ’ ହୁଏ ପୂଜନ’ଯେ
ଶିଶିର ସାରସର’ ରୂପ ବୈଭବେ’
ବିହ୍ଵଳ ହୋଇଥାନ୍ତି’କବି ଭାବୁକ’ଯେ ||
ଶିଶିର କାଳ ଅଟେ’ ସଭିଙ୍କ ମିତ’
ଋତୁଚକ୍ର ଅନୁଯାୟୀ’ଆସିବ ସେତ’ ଯେ’
ଶିଶିର କାଳ ଅଟେ’ମଙ୍ଗଳ କାରୀ’
ଶିଶିର ଚାଲିଗଲେ’ଯିବ ସେ ଫେରି’ ଯେ ||

ବନ୍ଧୁଗାଁ,କୋରାପୁଟ

Related posts

ମମତା ଶତପଥୀ ଙ୍କ କବିତା ଚା ପିଆଲାରେ ଝଡ

Sunil Chandra Nayak

ଟେମରି ଗ୍ରାମ ପଂଚାୟତ ରେ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ଫଳାଫଳ 

Sunil Chandra Nayak

ପାନୀୟ ଜଳ ଯୋଗାଣ ପାଇଁ ବିଡ଼ିଓଙ୍କ ଦ୍ୱାରସ୍ଥ ହେଲେ ମହିଳା

Sunil Chandra Nayak

Leave a Comment

error: Content is protected !!