ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଉରକେଲା ରେ ” ଶବ୍ଦ ସୁରଭି “ର ଉନ୍ମୋଚନ

ରାଉରକେଲା/ ଉତ୍କଳୀୟ ସଂସ୍କୃତିର ଅନନ୍ୟ ପରିଭାଷା ” ଶବ୍ଦ ସୁରଭି” ରାଉରକେଲାର ସିଭିଲ୍ ଟାଉନସିପ ସ୍ଥିତ ପାତଞ୍ଜଳି ପାର୍କ ଠାରେ ଉନୋଚିତ ହୋଇଯାଇଛି । ପଶ୍ଚିମ ଓଡିଶା ବୃହତ୍ତର ଚଷାଖଣ୍ଡ ସମାଜ ର ଖଣ୍ଡାୟତ ( ଚାଷୀ) ରାଉରକେଲା ର ସଭାପତି ସନତ କୁମାର ପ୍ରଧାନଙ୍କ ଆବାହକତ୍ବରେ ଆୟୋଜିତ ଏକ ନିରାଡମ୍ବର କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟଅତିଥି ଭାବେ ଯୋଗଦେଇ ” ଶବ୍ଦ ସୁରଭି “କୁ ଉନ୍ମୋଚନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଆଇନଜୀବୀ ବଂଶୀଧର ନାୟକ, କୋଷାଧ୍ୟକ୍ଷ ଅମିତ କୁମାର ବିଶ୍ବାଳ, ମାନବ ଅଧିକାର ସୁନ୍ଦରଗଡ ଜିଲ୍ଲା ସଭାପତି ଚକ୍ରାନ୍ତ ଜେନା, ମହିଳା ସଭାପତି ଲଳିତା ପ୍ରେମଶିଳା ଲାକ୍ରା, ବରିଷ୍ଠ ନାଗରିକ ଗୋବିନ୍ଦ ଚନ୍ଦ୍ର ସାହୁ,ଆଇନଜୀବୀ ଉମେଶ ନାୟକ, ସମାଜସେବୀ ଶଶାଙ୍କ ଶେଖର ପ୍ରଧାନ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ଶ୍ରୀ ରାଉତ ପୁସ୍ତକ ର ଉପାଦେୟତା ଓ ଭାଷା ସାହିତ୍ୟର ସୁରକ୍ଷା ଉପରେ ଆଲୋଚନା କରିଥିବା ବେଳେ ଡଃ ବାୟାମନୁ ଚର୍ଚ୍ଚିଙ୍କ ସଂପାଦନରେ ପ୍ରକାଶିତ ହେଉଥିବା ଶବ୍ଦ ସୁରଭି ସାହିତ୍ୟ ଜଗତକୁ ଅମୂଲ୍ୟ ବରଦାନ ହେବ ବୋଲି ଆଶାପୋଷଣ କରିଥିଲେ । ପ୍ରାରମ୍ଭରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ମହେଶ୍ଵର ପ୍ରଧାନଙ୍କ ବିୟୋଗରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଶେଷରେ ଶ୍ରୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଓଡିଆ ଭାଷା ବିକାଶ ମଞ୍ଚ ତରଫରୁ ଭଗବତୀଚରଣଙ୍କ ସ୍ମୃତି ଦିବସ ଓ ଗୁରୁଚରଣଙ୍କ ଜୟନ୍ତୀ ପାଳିତ

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ବୟସ ନଦୀର ତୀରେ

Sunil Chandra Nayak

ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନର ମେରକାପଙ୍କ ଦିନିକିଆ ରାୟଗଡା ଗସ୍ତ

Sunil Chandra Nayak

Leave a Comment

error: Content is protected !!