ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତୁମୁରା ଠାରୁ ଦାଦନ ଯାଉଥିବା ଶ୍ରମିକ ଙ୍କୁ ଉଦ୍ଧାର କରି ପଠାଇଲେ ଗୋଳାମୁଣ୍ଡା ବ୍ଲକ ଅଧ୍ୟକ୍ଷ

ଗୋଲାମୁଣ୍ଡା ତା,/୧୧(ମ ନି ସ ) କୋକସରା ବ୍ଲକ ର ମହିମା ପଞ୍ଚାୟତ ଘଣ୍ଟିଗୁଡା ଗ୍ରାମର ୩୦ ରୁ ଉର୍ଦ୍ଧ୍ବ ଦାଦନ ଶ୍ରମିକ ନୂଆପଡା ଜିଲ୍ଲା ହାତିବନ୍ଧା ଅଞ୍ଚଳ ର ଜଣେ ଦାଦନ ସର୍ଦ୍ଧାର ହାଇଦ୍ରାବାଦ ର ଇଟାଭାଟି କୁ ଦାଦନ ଖଟିବାକୁ ଶନିବାର ରାତିରେ ନେଇ ନିଜ ଘରେ ରଖିଥଲେ, ଶ୍ରମିକ ମାନେ କହିବା ଅନୁସାରେ ପ୍ରତ୍ୟେକ ଶ୍ରମିକ ମାନଙ୍କ ପିଛା ୩୫ ହଜାର ମୋ ସହିତ ହାଇଦ୍ରାବାଦ କୁ କାମ କରି ଯିବ ବୋଲି ପ୍ରଲୋଭନ ଦେଖାଇ ନେଇ ଯାଇଥିଲା, ହେଲେ ନିଜ ଘରେ ଶ୍ରମିକ ମାନଙ୍କୁ ନେଇ ମାନସିକ ଶାରୀରିକ ନିର୍ଯ୍ୟାତନ ଦେଇ ପ୍ରତିଶ୍ରୁତି ଦେଇଥିବା ୩୫ ହଜାର ନ ଦେବାରୁ ଶ୍ରମିକ ମାନେ ଲୁଚିକି ଗୋଳାମୁଣ୍ଡା ବ୍ଲକ ତୁମୁରା ପଟେ ପଲେଇ ଆସି ତୁମୁରା ସ୍ଥିତ ଧାନ ମଣ୍ଡି ନିକଟରେ ଲୁଚି ରହିଥିଲେ । ଏନେଇ କୌଣସି ସୂତ୍ରରୁ ଗୋଳାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଙ୍କ ନିକଟରେ ଖବର ପହଞ୍ଚିବା ପରେ ରବିବାର ସନ୍ଧ୍ୟା ରେ ନିଜେ ଘଟଣାସ୍ଥଳରେ ପହଞ୍ଚି ଶ୍ରମିକଙ୍କ ସହ କଥା ହେବାପରେ ସମସ୍ତ ଘଟଣା ସମ୍ପର୍କରେ ଜାଣିବା ପରେ ଧର୍ମଗଡ ଉପ ଜିଲାପାଳ ବେଦ ଭୂଷଣ ,ଗୋଳାମୁଣ୍ଡା ଥାନା ଅଧିକାରୀ ଯୁଗଲ ଶବର,କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଙ୍କ ସହ ଏହି ବିଷୟରେ କଥା ହୋଇ ସମସ୍ତ ଦାଦନ ଶ୍ରମିକ ଙ୍କୁ ନିଜ ହାତରୁ ଗାଡି ବାବଦକୁ ଭଡା ଦେଇ ଶ୍ରମିକ ମାନଙ୍କ ନିଜ ଗାଁ ଗୁଡିକୁ ପଠାଇ ବ୍ୟବସ୍ଥା କରିଥିବା ଜଣାପଡିଛି।

ଗୋଲାମୁଣ୍ଡା ରୁ ଦାମୋଦର ଦାସ ଙ୍କ ରିପୋର୍ଟ୍ 

Related posts

ବାରିପଦାରେ ଆପ୍ ଦଳ ଆନୁକୁଲ୍ୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

Sunil Chandra Nayak

ଶ୍ଯାମା ପ୍ରସାଦ୍ ବୋଷ୍ ଙ୍କ କବିତା ” ପରକୀୟା ପ୍ରୀତି ” 

Sunil Chandra Nayak

ଚନ୍ଦାହାଣ୍ଡି ବ୍ଲକ ଉପାଧ୍ୟକ୍ଷ ଙ୍କ ନାମରେ ଏନବିଡ୍ଲୁ ଜାରୀ

Sunil Chandra Nayak

Leave a Comment

error: Content is protected !!