ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମମତା ସାହୁ ଙ୍କ କବିତା ହୃଦୟ ଯନ୍ତ୍ରଣା

 ହୃଦୟ ଯନ୍ତ୍ରଣା

ଅସହ୍ୟ ଏ ହୃଦୟ ଯନ୍ତ୍ରଣା
କାହାକୁ ଜମା କହି ହୁଏନା।।
ନିରବେ ଲୁଚି ଲୁହ ଝରାଏ
ଗୁମୁରି ନିତି ସେ କାନ୍ଦୁଥାଏ।।
ପଣତେ କିଛି ଲୁହ ପୋଛଇ
ଓଠ ତା କିଛି ଲୁହ ପିଅଇ।।
ଆଶାତ ସବୁ ଯାଏ ମିଳାଇ
ସ୍ବପ୍ନବି ଯାଏସତେ ଦୂରେଇ।।
ଏମିତି ନ ଥିବେ କେ ସଂସାରେ
କରିନାହିଁ ଭୁଲ କେବେ ହେଲେ।।
ସଂସାରେ କୁହ କିଏ ରହିଛି
ପ୍ରେମ ବିନା ସେ ବଞ୍ଚି ପାରିଛି।।
ଏମିତି ହୃଦୟଟେ କାହାର
ଅନୁଭବ ନାହିଁ ତା ପ୍ରେମର।।
ନୂଆଁ ମୋଡ ଆସେ ଜୀବନେ
ଭଙ୍ଗା ମନ କାନ୍ଦେ ଗୋପନେ।।
ବୁଝେନା କିଏ ମନ ବେଦନା
ହୃଦୟ ଜାଣେ ସେ ପ୍ରତାରଣା।।
ଅଭୂଲା ସ୍ମୃତି ଏକା ଆପଣା
ଝରାଏ ନିତି ପ୍ରୀତି ବାସନା।।
ଦୀପ ଜଳି ସଞ୍ଜ ସକାଳେ
ନିଜକୁ ଜାଳି ଉଜାଗରେ।।
ହସେ ମୁଁ ପୁଣି ଲୁହ ନିଗାଡି
ନିଜକୁ ନିଜେ ନିଏ ସଜାଡି।।
 

           ମମତା ସାହୁ 

             ଗାଈଗାଁ, କଳାହାଣ୍ଡି

Related posts

ସରପଞ୍ଚ ସଙ୍ଘ ପକ୍ଷରୁ ବ୍ଳକ ସ୍ତରୀୟ କାର୍ଯ୍ଯ କାରିଣୀ ବୈଠକ ଅନୁଷ୍ଠିତ

Sunil Chandra Nayak

ଛାତ୍ର ଜନତା ଦଳ ତରଫରୁ ଆଜି ବିଶ୍ବବିଦ୍ୟାଳୟ ସମ୍ମୁଖରେ ଜଳ ସେବା ଶିବିର ଆରମ୍ଭ

Sunil Chandra Nayak

ରୋଟାରୀ କ୍ଲବ ରାଉରକେଲା ସେଣ୍ଟ୍ରାଲର ଛତା ବଣ୍ଟନ

Leave a Comment

error: Content is protected !!