ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମମତା ସାହୁ ଙ୍କ କବିତା ହୃଦୟ ଯନ୍ତ୍ରଣା

 ହୃଦୟ ଯନ୍ତ୍ରଣା

ଅସହ୍ୟ ଏ ହୃଦୟ ଯନ୍ତ୍ରଣା
କାହାକୁ ଜମା କହି ହୁଏନା।।
ନିରବେ ଲୁଚି ଲୁହ ଝରାଏ
ଗୁମୁରି ନିତି ସେ କାନ୍ଦୁଥାଏ।।
ପଣତେ କିଛି ଲୁହ ପୋଛଇ
ଓଠ ତା କିଛି ଲୁହ ପିଅଇ।।
ଆଶାତ ସବୁ ଯାଏ ମିଳାଇ
ସ୍ବପ୍ନବି ଯାଏସତେ ଦୂରେଇ।।
ଏମିତି ନ ଥିବେ କେ ସଂସାରେ
କରିନାହିଁ ଭୁଲ କେବେ ହେଲେ।।
ସଂସାରେ କୁହ କିଏ ରହିଛି
ପ୍ରେମ ବିନା ସେ ବଞ୍ଚି ପାରିଛି।।
ଏମିତି ହୃଦୟଟେ କାହାର
ଅନୁଭବ ନାହିଁ ତା ପ୍ରେମର।।
ନୂଆଁ ମୋଡ ଆସେ ଜୀବନେ
ଭଙ୍ଗା ମନ କାନ୍ଦେ ଗୋପନେ।।
ବୁଝେନା କିଏ ମନ ବେଦନା
ହୃଦୟ ଜାଣେ ସେ ପ୍ରତାରଣା।।
ଅଭୂଲା ସ୍ମୃତି ଏକା ଆପଣା
ଝରାଏ ନିତି ପ୍ରୀତି ବାସନା।।
ଦୀପ ଜଳି ସଞ୍ଜ ସକାଳେ
ନିଜକୁ ଜାଳି ଉଜାଗରେ।।
ହସେ ମୁଁ ପୁଣି ଲୁହ ନିଗାଡି
ନିଜକୁ ନିଜେ ନିଏ ସଜାଡି।।
 

           ମମତା ସାହୁ 

             ଗାଈଗାଁ, କଳାହାଣ୍ଡି

Related posts

ଜାମଦାର ଚିରସ୍ରୋତା ଜୁମ୍ବାଗଳା ଜଳ ଉତ୍ସ ପ୍ରକଳ୍ପ ନିର୍ମାଣ ନେଇ ବରିଷ୍ଠ ବିଜେପି ନେତା ବିଜୁଗୋପାଲ ଏବଂ ସାମନ୍ତ ଗିରିଙ୍କ ନେତୃତ୍ୱରେ କେନ୍ଦ୍ର ଜନଶକ୍ତି ମନ୍ତ୍ରୀଙ୍କୁ ଲିଖିତ ଦାବିପତ୍ର 

Sunil Chandra Nayak

ବସରେ ଆଶାକର୍ମୀଙ୍କୁ ଦୁର୍ବ୍ୟବହାର, ରାସ୍ତାରୋକିଲେ ମହିଳା

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା କୃତ୍ରିମତା

Sunil Chandra Nayak

Leave a Comment

error: Content is protected !!