ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ପ୍ରଭୁ ନାମ ମୋର ସବୁ କାମ ଶୁଭ
      ଦୃଶ୍ୟ ପଥ ମୋ ସଂପଦ
ଜପ କରି ଦେଲେ ସଂଗୀତ ଗାଇଲେ
        ଛାଡି ଯାଏ ମୋ ବିପଦ।
ସକାଳ ସମୟ ସକାଳ ପବନ
      ଦେହ ପାଇଁ ବଡ଼ ହିତ
ସ୍ନାନ କରି ଗଲେ ମନ୍ଦିର ଦର୍ଶନ
     ପ୍ରଭୁ ପଦ ମୋ ଅମୃତ।
ଚାହିଁ ଦେଲେ ପ୍ରଭୁ ମିଳେ ଯାଏ ସବୁ
    ଭକ୍ତିରେ ମୋର ଠାକୁର
ହାତ ଯୋଡ଼ି କରି ନମସ୍କାର କଲେ
    ଗଢ଼ା ପୂଜା ମୋ ଈଶ୍ୱର।
ତୁମକୁ ଛାଡ଼ିଲେ କିଛି ଦିଶେ ନାହିଁ
     ଦୃଶ୍ୟ ମୋର ଅନ୍ଧକାର
ତୁମକୁ ଚିନ୍ତିଲେ ତୁମକୁ ଭାବିଲେ
       ପ୍ରଦାନ ଆଲୋକ ଧାର।
ତୂଳସୀ ଧଣ୍ଡାର ପାଦୁକା ପାଇଲେ
      ମନ ହୁଏ ମୋର ଶୁଦ୍ଧ
ଭକ୍ତି ଚିନ୍ତା ଧାରା ମନ ମୋ ପବିତ୍ର
     ଦର୍ଶନେ ମୋ ମନ ବୋଧ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୨ ଅନୁଷ୍ଠିତ

Sunil Chandra Nayak

ମୂର୍ଚ୍ଛନା ସାହିତ୍ୟ ସଂସଦର ନୂଆଖାଇ ଭେଟଘାଟ ଓ କବିତା ଆସର

Sunil Chandra Nayak

ଜନତା ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଦୁଇ ଦିବସୀୟ ସମାରୋହରେ ରାଜ୍ୟ ସଭା ସାଂସଦ ମମତା ମହାନ୍ତ ଏବଂ ରାଜ୍ୟ ମହିଳା, ଶିଶୁ ବିକାଶ ଏବଂମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କ ଯୋଗଦାନ

Sunil Chandra Nayak

Leave a Comment

error: Content is protected !!