ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ପ୍ରଭୁ ନାମ ମୋର ସବୁ କାମ ଶୁଭ
      ଦୃଶ୍ୟ ପଥ ମୋ ସଂପଦ
ଜପ କରି ଦେଲେ ସଂଗୀତ ଗାଇଲେ
        ଛାଡି ଯାଏ ମୋ ବିପଦ।
ସକାଳ ସମୟ ସକାଳ ପବନ
      ଦେହ ପାଇଁ ବଡ଼ ହିତ
ସ୍ନାନ କରି ଗଲେ ମନ୍ଦିର ଦର୍ଶନ
     ପ୍ରଭୁ ପଦ ମୋ ଅମୃତ।
ଚାହିଁ ଦେଲେ ପ୍ରଭୁ ମିଳେ ଯାଏ ସବୁ
    ଭକ୍ତିରେ ମୋର ଠାକୁର
ହାତ ଯୋଡ଼ି କରି ନମସ୍କାର କଲେ
    ଗଢ଼ା ପୂଜା ମୋ ଈଶ୍ୱର।
ତୁମକୁ ଛାଡ଼ିଲେ କିଛି ଦିଶେ ନାହିଁ
     ଦୃଶ୍ୟ ମୋର ଅନ୍ଧକାର
ତୁମକୁ ଚିନ୍ତିଲେ ତୁମକୁ ଭାବିଲେ
       ପ୍ରଦାନ ଆଲୋକ ଧାର।
ତୂଳସୀ ଧଣ୍ଡାର ପାଦୁକା ପାଇଲେ
      ମନ ହୁଏ ମୋର ଶୁଦ୍ଧ
ଭକ୍ତି ଚିନ୍ତା ଧାରା ମନ ମୋ ପବିତ୍ର
     ଦର୍ଶନେ ମୋ ମନ ବୋଧ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ବିଶିଷ୍ଟ ସମାଜସେବୀ ସାଉଲ ସେନାପତି ଙ୍କ ଦେହାନ୍ତ

Sunil Chandra Nayak

ମ.ରାମପୁର ବ୍ରାହ୍ମଣ ସମାଜ ଗଠିତ

Sunil Chandra Nayak

ଶ୍ରୀମତୀ କଲ୍ୟାଣୀ ନନ୍ଦ ଙ୍କ ପ୍ରବନ୍ଧ ସମ୍ବଲପୁରୀ ଦିବସ

Sunil Chandra Nayak

Leave a Comment

error: Content is protected !!