Uncategorizedବେଣୁଧର ସୂତାର ଙ୍କ କବିତା ପ୍ରେରଣା by Sunil Chandra NayakNovember 29, 20220156 Share0 ପ୍ରେରଣା ବେଣୁଧର ସୂତାର ବିଶ୍ବାସର ପୁଣ୍ୟ ପଣତରେ ଭରିଦେଇ ପ୍ରେରଣା ପୀୟୂଷ ଜୀବନର ସବୁଜ କ୍ଷେତରେ ସ୍ବପ୍ନ ଦେଖେ ମାଟିର ମଣିଷ ।। ପ୍ରାଣେ ଭରେ ନବ ଉଦ୍ଦୀପନା ଜୀବନରେ ମଧୁର ପ୍ରେରଣା ସ୍ନେହ ପ୍ରୀତି ମମତାରେ ଭରା ମହକାଏ ମନର ଅଗଣା ।। ପ୍ରେରଣାର ନିଃସର୍ତ୍ତ ଆବେଗେ ପ୍ରାଣେଦିଏ ନୂଆ ସମ୍ଭାବନା ବିଶ୍ୱାସର ପୀୟୂଷ ପ୍ରବାହେ ହୃଦେ ତୋଳେ ପବିତ୍ର ଭାବନା ।। ସମ୍ପର୍କର ମଧୁର ବନ୍ଧନେ ବୟସର ଛନ୍ଦିତ ସପନେ ଜୀବନରେ ଭରିଦିଏ ସୁର କର୍ତ୍ତବ୍ୟ ର ମନ୍ଦ୍ରିତ ଆହ୍ବାନେ ।। ପ୍ରେରଣାର ବହଳ ରୋମାଞ୍ଚେ ଜୀବନରେ ଛନ୍ଦ ଭରେ ନୂଆ ପ୍ରିୟ ପରିଜନ ପ୍ରୀତି ନେଇ ମଧୁମୟ ଲାଗେଏ ଦୁନିଆଁ ।। ନିରାଶାର ନିଥର ବୁକୁରେ ପ୍ରେରଣା ଟି ଅମିୟ ଝରଣା ସଞ୍ଜିବନୀ ମହାମନ୍ତ୍ର ପରି ହରିନିଏ ଜୀବନ ଯନ୍ତ୍ରଣା ।। ପିତା ମାତା ଭାଇ ବନ୍ଧୁ ଗୁରୁ ମହନୀୟ ସଂସ୍କାର ଧିଷଣା ପ୍ରେରଣାର କୈବଲ୍ୟ କଣିକା ମମତାର ମଧୁବର୍ଷି ବୀଣା ।। ପ୍ରେରଣାରେ ଉଦୀପ୍ତ ଯା ମନ ସୌଭାଗ୍ୟର ପୁଣ୍ୟ ନିକେତନ କର୍ତ୍ତବ୍ୟର ବିଭୂତି ଵୈଭବେ ଜୀବନକୁ କରେ ମୂଲ୍ୟାୟନ ।। କେଶଦୁରାପାଳ କେନ୍ଦୁଝର