ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ବ୍ଲକ ରେ ଖରିଫ ଧାନ ମଣ୍ଡି ଉଦଘାଟନ କଲେ ଜନ ପ୍ରତିନିଧି ଓ ଅଧିକାରୀ

କୋକସରା,୨୯/୧୧ (ମ ନି ସ)  କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ଯୋଗାଣ ବିଭାଗ ପକ୍ଷରୁ ଜିଲ୍ଲାରେ ଗତ ୨୫ ତାରିଖରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ କୋକସରା ବ୍ଲକରେ ସୋମବାର ଠାରୁ ବ୍ଲକର ଲଡୁଗାଁ, ଆମପାଣି, ଟେମରା ଓ କାଶିବାହଲ, ପେକ୍ସ ଅଧୀନରେ ମଣ୍ଡି ଆରମ୍ଭ କରାଯାଇଛି। ଲଡୁଗାଁ ମଣ୍ଡିରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ତହସିଲଦାର ଦେବବ୍ରତ କରାଟି, ଲଡୁଗାଁ ପେକ୍ସ ସଭାପତି ଅମର ଅଗ୍ରୱାଲ, ଲଡୁଗାଁ ପେକ୍ସ ସମ୍ପାଦକ ପଦ୍ମନ ବାଗ, ମିଲର୍ସ ବଣ୍ଟି ଅଗ୍ରୱାଲ, ଲିଙ୍ଗରାଜ ଅଗ୍ରୱାଲ, ସଞ୍ଜୟ ଅଗ୍ରୱାଲ, ସୁରେଶ ଅଗ୍ରୱାଲ, ମୋହନ ଦାସ ଉପସ୍ଥିତ ଥିଲେ । ସେହିପରି କାଶିବାହଲ ପେକ୍ସ ଫୁପଗାଁ ଠାରେ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ତହସିଲଦାର ଦେବବ୍ରତ କରାଟି, ପେକ୍ସ ସଭାପତି ନିହାର ରଞ୍ଜନ ବେହେରା, ପ୍ରଣବ କୁମାର ବେହେରା, ପେକ୍ସ ସମ୍ପାଦକ ନିରଞ୍ଜନ ପ୍ରସାଦ ବାଗ, ସ୍ଥାନୀୟ ଚାଷି, ପେକ୍ସ ଓ ଆରଏମସି କର୍ମଚାରୀ ଉପସ୍ଥିତ ରହି ମଣ୍ଡି ଉଦଘାଟନ କରିଥିଲେ। ଚାଷିଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବାକୁ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଅଗ୍ରୱାଲ ଉପସ୍ଥିତ ପ୍ରଶାସନିକ ଅଧିକାରୀଙ୍କୁ କହିଛନ୍ତି। ଆମପାଣି ମଣ୍ଡିରେ ପେକ୍ସ ସଭାପତି ବିରଞ୍ଚି ନାରାୟଣ ପଣ୍ଡା, ଉପ ସଭାନେତ୍ରୀ ତିଲୋତ୍ତମା ନାଏକ, ପେକ୍ସ ସମ୍ପାଦକ ବିକାଶ ରଞ୍ଜନ ପଣ୍ଡା, ସ୍ଥାନୀୟ ଚାଷି, ପେକ୍ସ କର୍ମଚାରୀ ଉପସ୍ଥିତ ରହିଥିବା ବେଳେ ଟେମରା ମଣ୍ଡିକୁ ଟେମରା ସରପଞ୍ଚ କ୍ଷିତିରାମ ପାତ୍ର, ପେକ୍ସ ସଭାପତି ନବୀନ ପୁଝାରି , ସମିତି ସଭ୍ୟା ଅନୁସୂୟା ମାଝୀ, ବ୍ଲକ ସାଂସଦ ପ୍ରତିନିଧି ସୁଧୀର କୁମାର ପାତ୍ର, ଚାଷି ହେମନ୍ତ ବାଣୁଆ, ରାଜେନ୍ଦ୍ର ନାଏକ, ଜୟଲାଲ ନାଏକ, ସୁଦାମ ଚରଣ ମାଝୀ, ଟେମରା ପେକ୍ସ ସମ୍ପାଦକ ରଞ୍ଜନ କୁମାର ପାଣିଗ୍ରାହୀ , ଆରଏମସି କର୍ମଚାରୀ ଶିଶିର କୁମାର ପାତ୍ର ଓ କର୍ମଚାରୀ ଉପସ୍ଥିତ ରହି ଉଦଘାଟନ କରିଛନ୍ତି।

ମସିହା ନିଉଜ ସର୍ଭିସ୍ 

Related posts

ଡାବୁଗାଁ ରେ ବିଶ୍ଵକର୍ମା ଙ୍କ ପୂଜା ପାଳିତ

Sunil Chandra Nayak

କାର୍ଯ୍ୟରତ ସାମ୍ବାଦିକ ଙ୍କୁ ଏଏସପି ଙ୍କ ଆକ୍ରମଣ ଘଟଣା

Sunil Chandra Nayak

କୋକସରା ବ୍ଲକ ପ୍ରେରକ ସଙ୍ଘର ସାଙ୍ଗଠନିକ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!