ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ଜଞ୍ଜାଳ ବଢୁଛି ଚିନ୍ତା ବି ବଢୁଛି
    ଘରକୁ ବେକାର ଜନ
ସଂସାର ଭିତରେ ଦୁଃଖ କଷ୍ଟ ସହି
    ସମାଧାନ ଭଗବାନ।
ସକାଳ ପବନ ଶରୀର ଉତ୍ତମ
       ପ୍ରଭାତ ସ୍ନାନ ଦର୍ଶନ
ଗୁହାରୀ ଜଣାଇ ପ୍ରାର୍ଥନା କରୁଛି
      ସୁଖେ ଯାଉ ଆଜ ଦିନ।
ମଙ୍ଗଳ ଆରତୀ ଘେନ ମୋ ମିନତି
      ପୃଥିବୀରୁ ଦୁଃଖ ଯାଉ
ପ୍ରଶାନ୍ତି ଦିଅନ୍ତୁ ସରବ ହୃଦୟେ
     ଆର୍ଶିବାଦ ମହାବାହୁ।
କହି କହି କଥା ଚିନ୍ତା ବଢେ ମଥା
      ଭାରା ମୋ ମୁଣ୍ଡ ଉପରେ
 ଲାଗୁ ନାହିଁ ନିଦ ଅନିଦ୍ରା ହେଉଛି
      ଶାନ୍ତି ଦିଅ ହୃଦୟରେ।
ଚିନ୍ତା ର ମଣିଷ ପ୍ରଭୁ ଆଶା ବଞ୍ଚେ
     ଭରସା ତାହା ଠାକୁର
ଭଜନ କୀର୍ତ୍ତନ ସମୟ ଦେଉଛି
       ପ୍ରଭୁ ନାମ ଏକ ମାତ୍ର।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଜାତୀୟ ରାଜପଥ ରୁ ହିଂଜିଲିବାହିଲି ରାସ୍ତା ଶୋଚନୀୟ

Sunil Chandra Nayak

ଚନ୍ଦ୍ରକଳା ଦେବୀ ଙ୍କ କବିତା ରଥ ଯାତ

Sunil Chandra Nayak

ବାଲେଶ୍ବର – ଝଡତୋଫାନରେ ଗଛପଡି ରାସ୍ତା ଅବରୋଧ, ଭାଙ୍ଗିଲା ଘର

Sunil Chandra Nayak

Leave a Comment

error: Content is protected !!