ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମଦ ବିରୋଧ ଆନ୍ଦୋଳନ ଓ ଜନ ସଚେତନ କରିବା ପାଇଁ ଏକ ବୈଠକ ଅନୁଷ୍ଠିତ

କାମାକ୍ଷାନଗର(ମନିସ)୨୯/୧୧ / ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ର ବାଇଶିଙ୍ଗା ପଂଚାୟତ ଅନ୍ତର୍ଗତ ମାଳପୁରା ଗ୍ରାମ ରେ ସନ୍ଧ୍ୟା ସମୟ ରେ ଏକ ମଦ ବିରୋଧ ଓ ଜନ ସଚେତନ କାର୍ଯ୍ୟକ୍ରମ ରାମମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇ ଥିଲା lଉକ୍ତ ସଭା ରେ ଶତାଧିକ ପୁରୁଷ ଓ ମହିଳା ଏକତ୍ରିତ ହୋଇ ଥିଲେ l ବୈଠକ ର ମୂଳ ଲକ୍ଷ୍ୟ କିପରି ଦେଶୀ ମହୁଲି ମଦ କୁ ବିରୋଧ କରାଯିବ l ଗ୍ରାମ ର ଏକ ନିର୍ଦ୍ଧାରିତ ସାହି ରେ ଦେଶୀ ମଦ କାରବାର ହେଉ ଥିବାରୁ ଅଧିକାଂଶ ଯୁବକ ମଦ୍ୟ ପାନ କରି ଉନ୍ମତ୍ତ କାଣ୍ଡ ଘଟାଉଛନ୍ତି ଫଳ ରେ ନିଜ ଜୀବନ କୁ ଅନ୍ଧାର ଭିତରକୁ ଠେଲି ଦେଉଛନ୍ତି l କମିଟି ତରଫରୁ ଗ୍ରାମ ର ଯୁବକ ମାନଙ୍କୁ କିପରି ମଦ ଠାରୁ ଦୁରେଇ ରଖା ଯିବ ଓ ସମାଜ ରେ କିପରି ଭଲ ମଣିଷ ହେବେ ସେ ସମ୍ପର୍କ ରେ କମିଟି ତରଫରୁ କଡା ନିଷ୍ପତ୍ତି ନିଆଯାଇଛି l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବଜ୍ରପାତରେ ଦିଘିଆବେଡା ଗ୍ରାମର ଟ୍ରାନର୍ସଫର୍ମର ପୋଡ଼ି;ବିଜୁଳି ସଂଯୋଗ ପାଇଁ ଗ୍ରାମବାସୀଙ୍କ କୁସୁମି ବିଦ୍ୟୁତ୍ କାର୍ଯ୍ୟାଳୟ ଦ୍ବାରସ୍

Sunil Chandra Nayak

ପ୍ରେମିକା କୁ ଦୁଷ୍କର୍ମ କରି ପଥର ଛେଚି ହତ୍ୟା କରିଥିବା ପ୍ରେମିକ କୁ ଗିରଫ କଲା ପୋଲିସ

Sunil Chandra Nayak

ରେଙ୍ଗାଳପାଲି ସ୍କୁଲ କର୍ମଚାରୀଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!