ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କପଡା ଦୋକାନରେ ସିଟି ଓ ଜିଏସଟି ଏନଫୋର୍ସ ମେଣ୍ଟ ସ୍କ୍ୱାର୍ଡ ର ଚଢ଼ାଉ

ଜୁନାଗଡ଼ ,୧/୧୨(ମ ନି ସ) ଜିଏସଟି କମିଶନର ଓଡିଶା ଙ୍କ ନିର୍ଦେଶ କ୍ରମେ ଆଜି କଳାହାଣ୍ଡି ଜ଼ିଲ୍ଲା ଜୁନାଗଡ଼ ସହର ତାଳବନ୍ଦ ପଡା ସ୍ଥିତ ରାହୁଲ ଏଣ୍ଡ କୋ ରେଡ଼ିମେଡ଼ ଗାର୍ମେଣ୍ଟ ହୋଲସେଲର ଗୋଦାମ ରେ ଜିଏସଟି ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଦ୍ୱାରା ଚଢ଼ାଉ କରାଯାଇ ଥିଲା l ସିଟି ଓ ଜିଏସଟି ଡେପୁଟି କମିଶନର କଳାହାଣ୍ଡି ସମୀର କୁମାର ମାଝୀ ଙ୍କ ନେତୃତ୍ୱ ରେ ଚାଲିଥିବା ଏହି ଚଢ଼ାଉ ରେ ଜିଏସଟି ଅଫିସର ନୀଳାଦ୍ରି ଦାଢ଼ିଆ, ପାରେଶ୍ୱର ସାହୁ, ଏଡିସନାଲ ଜିଏସଟି ଅଫିସର ହରେକୃଷ୍ଣ ସାହୁ, ଭବାନୀ ପଟେଲ, ଆସିଷ୍ଟାଣ୍ଟ ଜିଏସଟି ଅଫିସର ଟଙ୍କଧର ସାହୁ, ସୁଧାଂଶୁ ବେହେରା, ନେମିଶ ସାହୁ, ଏଡିସନାଲ ଜିଏସଟି ଅଫିସର ଏମ୍. ଡି. ଅlଜ଼ାରୁଧୀନ, ଧରଣୀଧର ପୁରୋହିତ, ଶ୍ରୀକାନ୍ତ ପଣ୍ଡା ପ୍ରମୁଖ ଅଂଶଗ୍ରହଣ କରିଥିଲେ l ତେବେ ଏହି ରେଡ ସମ୍ପର୍କ ରେ ଡେପୁଟି କମିଶନର ଶ୍ରୀ ମାଝୀ ଙ୍କୁ ପଚାରିବାରୁ ସେ କହିଥିଲେ ଯେ ଏହି ଚଢ଼ାଉ ରେ ଅନେକ ଗୁଡିଏ ଜିଏସଟି ସମ୍ବନ୍ଧିତ ଗୁରତ୍ୱପୁର୍ଣ କାଗଜପତ୍ର ଜବତ କରାଯିବା ସହ ପ୍ରୋପାଇଟର ନଭଲ କୁମାର ଅଗ୍ରୱାଲ ଙ୍କୁ ସମନ ଜାରି କରିବା ସହ ଆସନ୍ତା ତିନି ଦିନ ମଧ୍ୟରେ ଅଫିସ ରେ ଉପସ୍ଥିତ ହୋଇ ପକ୍ଷ ରଖିବାକୁ ନିର୍ଦେଶ ଦିଆଯାଇଛି l ଏହି ଚଢାଉ ରେ ଓଡିଶା ପୋଲିସର ସହାୟତା ନିଆଯାଇ ଥିଲା l ଏହି ଚଢ଼ାଉ ଫଳରେ କିଛି ଅସାଧୁ ବ୍ୟବସାୟୀ ମଧ୍ୟ୍ୟ ରେ କୋକୁଆ ଭୟ ଦେଖିବାକୁ ମିଳିଥିଲା lଜୁନାଗଡ଼ ସହର ଏକ ବ୍ୟବସାୟିକ ପେଣ୍ଠ ହୋଇଥିବାବେଳେ ଏଠାରେ ଅନେକ ଅସାଧୁ ବ୍ୟବସାୟୀ ଟିକସ ଫାଙ୍କି କାରବାରରେ ଲିପ୍ତ ରହି ନିଜର ବ୍ୟବସାୟିକ କାରବାର ଚଳାଇଥିବା ଦେଖିବାକୁ ମିଳୁଛି।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ତିନି ଫେରାର ଆସାମୀ ଗିରଫ

Sunil Chandra Nayak

ଧର୍ମଗଡ଼ରେ OBC, ST, SC ମହାମଞ୍ଚର ଜନଗର୍ଜନ ସମାବେଶ ଓ ୧୦ଦଫା ଦାବିପତ୍ର ପ୍ରଦାନ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଅନଳ ବର୍ଷା

Leave a Comment

error: Content is protected !!