ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଧାନ ଶିକ୍ଷକ ମହମ୍ମଦ ଅବଦୁଲ ବାରୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ଥୁଆମୂଳ ରାମପୁର: ୦୧/୧୨ – (ମ.ନି.ସ) :- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଡୁମେର ପଦର ଗ୍ରାମ ସ୍ଥିତ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ବାରା ପରିଚାଳିତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମହମ୍ମଦ ଅବଦୁଲ ବାରୀ ଗତ ୩୦/୧୧/୨୦୨୨ ତାରିଖ ବୁଧବାର ଦିନ ଅବସର ଗ୍ରହଣ କରିଥିଲେ। ଏହି ଅବସରରେ ଏକ ଅବସରକାଳୀନ ସଭା ପରିସରରେ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ଯକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀ ପ୍ରଧାନୀ ନାଏକ ବିଦ୍ୟାଳୟର ସମସ୍ତ ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିବା ବେଳେ ଛାତ୍ର ଶ୍ରୀ ଧନୁରାଜ ମାଝୀ ଓ ଛାତ୍ରୀ ସସ୍ମତା ମାଝୀ ତାଙ୍କର ବ୍ଯକ୍ତବ୍ଯ ରଖିଥିଲେ। ଦାୟିତ୍ୱଧାରୀ ପ୍ରଧାନ ଶିକ୍ଷକ ଶ୍ରୀ ଶକ୍ତି ପ୍ରସାଦ ରଥ, କେନ୍ଦ୍ରମଣି ମାଝୀ, ଶ୍ରୀ ସତ୍ଯ ପ୍ରକାଶ ଗଉଡିଆ, ଶ୍ରୀ ଭୀମସେନ ମେହେର, ଶ୍ରୀ ଡୋଲାମଣି ମାଝୀ, କୁମୁଦିନୀ ମାଝୀ ପ୍ରମୁଖ ଅବସର ଗ୍ରହଣ କରିଥିବା ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅବଦୁଲ ବାରୀଙ୍କ ଗୁଣଗାନ କରିଥିବା ବେଳେ ଶିକ୍ଷକ ଶ୍ରୀ କିଶୋର ସାହୁ ମଞ୍ଚ ପରିଚାଳନା ଓ ଶିକ୍ଷକ ଶ୍ରୀ ଦିବ୍ଯ ପ୍ରସାଦ ବଛା ଧନ୍ଯବାଦ ଅର୍ପଣ କରିଥିଲେ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ନବରଙ୍ଗପୁର ବିଧାୟକଙ୍କ ବିଭିନ୍ନ କାର୍ଜ୍ୟକ୍ରମ ରେ ଯୋଗଦାନ୍

Sunil Chandra Nayak

ପିଲାଙ୍କୁ ସ୍କୁଲରେ ଜଗିବ ସିସି କ୍ୟାମେରା….

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!