ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଝରିଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ଦ୍ବାରା ବିଶ୍ଵ ଏଡ୍‌ସ ଦିବସ ପାଳିତ 

ସଚେତନତା ମାଧ୍ୟମରେ ହିଁ ରୋକି ହେବ ଏଡସ 

ଝରିଗାଁ / ପ୍ରତିବର୍ଷ ଏଡ୍‌ସ ସଚେତନତା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ସତ୍ତ୍ୱେ କ୍ରମାଗତ ରୋଗୀଙ୍କ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ଗ୍ରାମାଞ୍ଚଳ ହେଉ କି ସହରାଞ୍ଚଳ ସେଠାରେ ସଚେତନତା ଅଭାବ ଯୋଗୁଁ ଏଡ୍‌ସ ବଢୁଛି l ଏହାକୁ ରୋକିବା ପାଇଁ ପ୍ରଶାସନ କିମ୍ବା ଅନୁଷ୍ଠାନ ତରଫରୁ କେବଳ ବିଶ୍ଵଏଡ୍‌ସ ଦିବସରେ ହିଁ ସଚେତନତା କାର୍ଯ୍ୟକ୍ରମ ଅନଷ୍ଠିତ କରିଥାଏ l ନବରଙ୍ଗପୁର ଜିଲ୍ଲା ଝରିଗାଁ ସଦର ମହକୁମା ଉଚ୍ଚ ମାଧ୍ୟମିକ ବିଦ୍ୟାଳର ଯୁବ ରେଡକ୍ରସ୍ ଦ୍ଵାରା ଚଳିତ ବିଶ୍ଵ ଏଡ଼ସ ଦିବସ ପାଳନ କରାଯାଇଛି l ଛାତ୍ରଛାତ୍ର ମାନଙ୍କ ଦ୍ବାରା ନଗର ପରିକ୍ରମା ସହିତ ଏଡ଼ସ ସମ୍ପର୍କିତ ବିଭିନ୍ନ ସ୍ଲୋଗାନ ଦେଇଥିଲେ l ଏହାପରେ ଅନୁଷ୍ଠାନରେ ଏକ ସଚେତନତା ସଭା ଆୟୋଜନ ହୋଇଥିଲା l ଶିକଷାନୁଷ୍ଠାନର ଅଧ୍ୟକ୍ଷ ଶିବପ୍ରସାଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଡାକ୍ତର ଜିତେନ୍ଦ୍ର କୁମାର ନାୟକ ଯୋଗ ଦେଇଥିବା ସ୍ଥଳେ ସମ୍ମାନୀତ ବକ୍ତା ଭାବେ ଚନ୍ଦ୍ର ଶେଖର ପଟ୍ଟନାୟକଙ୍କ ସହ ଅଧ୍ୟାପକ ଗୋପାଳ ମହାରଣା, ଅଧ୍ୟାପକ ଶଙ୍କର କୁମାର ନାଲା, ଅଧ୍ୟାପିକା ତୁଷାରୀ କୁମାରୀ ପଟ୍ଟନାୟକ, କ୍ରୀଡା ଶିକ୍ଷକ କୈଳାଶ ଚନ୍ଦ୍ର ପ୍ରଧାନ, ଗ୍ରନ୍ଥ ପାଳକ ମନୋଜ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ l ଯୁବ ରେଡକ୍ରସ୍ କାଉନସିଲର ଅଧ୍ୟାପକ ସନ୍ତୋଷ କୁମାର ଖିଲାର ସମସ୍ତ କାର୍ଯ୍ୟକ୍ରକୁ ପରିଚାଳନା କରିବା ସହ ୟୁଥ୍ ରେଡକ୍ରସ୍ ର ଗଠନର ମୂଳ ଲକ୍ଷ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ l ମୁଖ୍ୟ ଅତିଥି ଏଡ଼ସ ର କାରଣ ଏବଂ ଏହାର ନିରାକରଣ ସମ୍ପର୍କରେ ଅବଗତ କରାଇବା ସହ ଏଚ୍‌ଆଇଭି ଏକ ମାରାତ୍ମକ ରୋଗ। ଯାହା ହ୍ୟୁମାନ ଇମ୍ୟୁନଡେଫିସିଏନ୍ସି ଭାଇରସ୍‌ ଯୋଗୁ ବ୍ୟାପେ, ଯାହାକୁ ଏଚଆଇଭି କୁହାଯାଏ। ଏହାକୁ କେବଳ ସଚେତନତା ମାଧ୍ୟମରେ ରୋକାଯାଇପାରିବ ବୋଲି ଡାକ୍ତର ଶ୍ରୀ ନାୟକ ପ୍ରକାଶ କରିଛନ୍ତି l ସଭା ଶେଷରେ ଉପସ୍ଥିତ ଛାତ୍ରୀଛାତ୍ର ମାନଙ୍କୁ ନେଇ ଏଡ଼ସ ସମ୍ପର୍କିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ କୃତି ହୋଇଥିବା ଛାତ୍ରୀଛାତ୍ର ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l ଅନୁଷ୍ଠାନର ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ସୁମିତ ଚନ୍ଦନ ପଟ୍ଟନାୟକ, ଦିବାକର ଗୌଡ଼ ଏବଂ ସିମାଞ୍ଚଳ ବେହେରା ପ୍ରମୁଖ ସହଯୋଗ କରିଥିଲେ l

ଝରିଗାଁ ରୁ କିଶୋର ଚନ୍ଦ୍ର ମଣ୍ଡଳ ଙ୍କ ରିପୋର୍ଟ 

Related posts

ଅବକାରୀ ବିଭାଗ ଦ୍ୱାରା ସୁଦୃକୁମ୍ପା ଅଞ୍ଚଳ ରୁ ୮କୁଇଣ୍ଟାଲ ମହୁଲ ଫୁଲ ଜବତ

Sunil Chandra Nayak

ସରକାରୀ ଆଇ ଟି ଆଇ ସ୍ଥାନାନ୍ତର କୁ ବିରୋଧ କରି ମିଳିତ ବୈଠକ

ମଧୁସୂଦନ ମହାପାତ୍ର ଙ୍କ କବିତା  ଭଗ୍ନ କୋଣାର୍କ

Sunil Chandra Nayak

Leave a Comment

error: Content is protected !!