ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଯୁବକଙ୍କୁ ପଥରରେ ଛେଚି ହତ୍ୟା ଘଟଣା, ଅଭିଯୁକ୍ତ ୨ ଭାଇ କୋର୍ଟ ଚାଲାଣ

କୋକସରା,୦୧/୧୨- କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ମହୁଳମୁଣ୍ଡା ଗ୍ରାମରେ ଗତ ସୋମବାର ସନ୍ଧ୍ୟାରେ ସେହି ଗ୍ରାମର ଯୁବକ ଦୟାନିଧି ଦୁଣ୍ଡକିଆ (୫୨) ଙ୍କୁ ଗାଁ ପାଖ ଏକ ଧାନ ଖଳାରେ ନୃଶଂସ ଭାବେ ପଥରରେ ଛେଚି ହତ୍ୟା ଅଭିଯୋଗ ହୋଇଥିଲା । ଜମିବାଡି ବିବାଦକୁ ନେଇ ହତ୍ୟା କରିଥିବା ମୃତକ ଙ୍କ ପତ୍ନୀ ସାଧନୀ ଦୁଣ୍ଡକିଆ ପୋଲିସ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ତାକୁ ଭିତ୍ତି କରି କୋକସରା ପୋଲିସ ଘଟଣାର ତଦନ୍ତ ଚଲାଇଥିଲେ । ମୃତକର ବଡବାପା ପୁଅ ରୂପଧର ଦୁଣ୍ଡକିଆ(୪୦) ଓ କାକା ପୁଅ ଦେବରାଜ ଦୁଣ୍ଡକିଆ(୫୦)କୁ ଗିରଫ କରି ପଚରାଉଚରା ଚଲାଇଥିଲେ । ସଂପୃକ୍ତ ୨ ଜଣ ହତ୍ୟା ଘଟଣାରେ ଅଭିଯୁକ୍ତ ପାଇ ସମସ୍ତ ତଥ୍ୟ ଆଧାରରେ ବୁଧବାର କୋର୍ଟ ଚାଲାଣ କରାଯାଇଛି । ଏନେଇ କୋକସରା ଥାନା କେଶ ନମ୍ବର ୨୯୬/୨୨ରେ ଏକ ହତ୍ୟା ମାମଲା ରୁଜୁ କରି ଧାରା ୩୦୨, ୩୪ ଆଇପିସିରେ ଦୁଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନା ଅଧିକାରୀ ପ୍ରସନ୍ନ କୁମାର ବେହେରା ସୂଚନା ଦେଇଛନ୍ତି।

ମସିହା ନିଉଜ ସର୍ଭିସ୍ 

Related posts

ରତିନାରାୟଣ ରାଉତ ଙ୍କ କବିତା ପ୍ରତୀକ୍ଷା

Sunil Chandra Nayak

କବିତା – ଜୀବନେ ସତ୍ୟ ଟି ଏହି

Sunil Chandra Nayak

ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ଯାଳୟ ପରିସରରେ ଜନ ପ୍ରତିନିଧି ଙ୍କ ବିଶ୍ରାମଗାର ଓ ଶୌଚାଳୟ ପାଇଁ ଦାବି

Sunil Chandra Nayak

Leave a Comment

error: Content is protected !!