ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଯୁବକଙ୍କୁ ପଥରରେ ଛେଚି ହତ୍ୟା ଘଟଣା, ଅଭିଯୁକ୍ତ ୨ ଭାଇ କୋର୍ଟ ଚାଲାଣ

କୋକସରା,୦୧/୧୨- କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ମହୁଳମୁଣ୍ଡା ଗ୍ରାମରେ ଗତ ସୋମବାର ସନ୍ଧ୍ୟାରେ ସେହି ଗ୍ରାମର ଯୁବକ ଦୟାନିଧି ଦୁଣ୍ଡକିଆ (୫୨) ଙ୍କୁ ଗାଁ ପାଖ ଏକ ଧାନ ଖଳାରେ ନୃଶଂସ ଭାବେ ପଥରରେ ଛେଚି ହତ୍ୟା ଅଭିଯୋଗ ହୋଇଥିଲା । ଜମିବାଡି ବିବାଦକୁ ନେଇ ହତ୍ୟା କରିଥିବା ମୃତକ ଙ୍କ ପତ୍ନୀ ସାଧନୀ ଦୁଣ୍ଡକିଆ ପୋଲିସ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ତାକୁ ଭିତ୍ତି କରି କୋକସରା ପୋଲିସ ଘଟଣାର ତଦନ୍ତ ଚଲାଇଥିଲେ । ମୃତକର ବଡବାପା ପୁଅ ରୂପଧର ଦୁଣ୍ଡକିଆ(୪୦) ଓ କାକା ପୁଅ ଦେବରାଜ ଦୁଣ୍ଡକିଆ(୫୦)କୁ ଗିରଫ କରି ପଚରାଉଚରା ଚଲାଇଥିଲେ । ସଂପୃକ୍ତ ୨ ଜଣ ହତ୍ୟା ଘଟଣାରେ ଅଭିଯୁକ୍ତ ପାଇ ସମସ୍ତ ତଥ୍ୟ ଆଧାରରେ ବୁଧବାର କୋର୍ଟ ଚାଲାଣ କରାଯାଇଛି । ଏନେଇ କୋକସରା ଥାନା କେଶ ନମ୍ବର ୨୯୬/୨୨ରେ ଏକ ହତ୍ୟା ମାମଲା ରୁଜୁ କରି ଧାରା ୩୦୨, ୩୪ ଆଇପିସିରେ ଦୁଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନା ଅଧିକାରୀ ପ୍ରସନ୍ନ କୁମାର ବେହେରା ସୂଚନା ଦେଇଛନ୍ତି।

ମସିହା ନିଉଜ ସର୍ଭିସ୍ 

Related posts

କନ୍ଦାଗଡ଼ ରାସ୍ତାରେ ପଡ଼ିଥିବା ଗଛକୁ ହଟାଇଲେ ଅଗ୍ନିଶମ କର୍ମଚାରୀ

Sunil Chandra Nayak

ମମତା ସାହୁ ଙ୍କ କବିତା ନୂଆଖାଇ ତିହାର

Sunil Chandra Nayak

ଗୋବର୍ଦ୍ଧନପୁରଠାରେ ବରଯାତ୍ରୀ ଗାଡି ଦୁର୍ଘଟଣା

Leave a Comment

error: Content is protected !!