ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାଷ୍ଟର ସେଣ୍ଟର ଉଦଘାଟ

ବାଲିଆପାଳ/ଲଙ୍ଗଳେଶ୍ଵର-01/12/22(ମ ନି ସ) ଗ୍ରାମାଞ୍ଚଳର ଲୋକମାନଙ୍କୁ ବ୍ୟାଙ୍କ ସହିତ ଯୋଡିବା ତଥା ଘରପାଖରେ ଟଙ୍କା ଉଠାଇବା ସହିତ ATM ସୁବିଧା ଯୋଗାଇ ଦେବା ପାଇଁ ଆଜି ବକ୍ରାଙ୍ଗି ଲିମିଟେଡ ପକ୍ଷରୁ ବାଲିଆପାଳ ବ୍ଲକ ରତାଇ ପଞ୍ଚାୟତରେ ଏକ ମାଷ୍ଟର ଫ୍ରାନ୍ଚାଇଜ୍ ସେଣ୍ଟର୍ ଉଦ୍ଘାଟିତ ହୋଇଯାଇଛି। ତେବେ ସ୍ଥାନୀୟ ଲୋକମାନେ ନିଜର ପାସବୋକ୍ ରୁ ଟଙ୍କା ଉଠାଇବା ପାଇଁ ହେଲେ ଲଙ୍ଗଳେଶ୍ଵର,ପ୍ରତାପପୁର କିମ୍ବା ବାଲିଆପାଳରେ ଥିବା ATM ସେଣ୍ଟର୍ ଉପରେ ନିର୍ଭର କରୁଥିବା ବେଳେ କୋଡିଏ କିଲୋମିଟର ପର୍ଯ୍ୟନ୍ତ ଲୋକଙ୍କୁ ଯିବାକୁ ପଡୁଥିଲା। ତେବେ ଲୋକଙ୍କ ଏପରି ସମସ୍ୟାକୁ ଦେଖି ବକ୍ରାଙ୍ଗୀ ଲିମିଟେଡ ପକ୍ଷରୁ ଆଜି ATM ସହ ମାଷ୍ଟର ସେଣ୍ଟର ଉଦଘାଟନ ହୋଇଛି। ତେବେ ଏହି ଉଦଘାଟନ ଉତ୍ସବରେ ବକ୍ରାଙ୍ଗୀ ଲିମିଟେଡ ର ରାଜ୍ୟ ମୁଖ୍ୟ ଦେବକାନ୍ତ ସାମଲ ଫିତାକାଟି ଉଦ୍ଘାଟନ କରିଥିବା ବେଳେ ବାଲିଆପାଳ ଶାଖା ICICI Bank ମ୍ୟାନେଜର ଦୀପକ୍ ପ୍ରଧାନ,ରତାଇ ସରପଞ୍ଚ ସୁପ୍ରଭା ପାଢୀ, ପୂର୍ବତନ ଜିଲ୍ଲାପରିଷଦ ବିମଳ ସାହୁ, ପୂର୍ବତନ ସରପଞ୍ଚ ଶାନ୍ତନୁ ପାଢୀ,ଅରୁଣ ବିଶ୍ବାଳ,ସଚିନ୍ଦ୍ର ବିଶ୍ବାଳ, ହରେକୃଷ୍ଣ ବିଶ୍ବାଳ ଓ ପୃଥ୍ୱୀରାଜ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ବାଲିଆପାଳ ରୁ ଦିଲୀପ କୁମାର ଜେନା ଙ୍କ ରିପୋର୍ଟ୍ 

Related posts

ଚିତ୍ତ ରଞ୍ଜନ ନନ୍ଦ ଙ୍କ ପ୍ରବନ୍ଧ – ନିଆଁଖୁଣ୍ଟା’ ମହାପାତ୍ର , ଗୋଦାବରୀଶ ମହାପାତ୍ର

Sunil Chandra Nayak

ଅହିଂସା ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

Sunil Chandra Nayak

ରାଇରଙ୍ଗପୁର ଉଚ୍ଚ ବାଳିକା ବିଦ୍ୟାଳୟରେ ୫ ଟି ଦକ୍ଷତା ବିକାଶ ପ୍ରଶିକ୍ଷଣ ଶିବିର

Sunil Chandra Nayak

Leave a Comment

error: Content is protected !!