ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଜୀବ ଲୋଚନ ପାଣିଗ୍ରାହୀ ଙ୍କ କବିତା ଏ ଯୁଗ ରାବଣ

ଏ ଯୁଗ ରାବଣ

ପାଳ ନଡା ରେ ତିଆରି
ରାବଣ କୁ ଆମେ 
କାହିଁକି ପୋଡିବା
ସେ ଥିଲା ଲଙ୍କାର
ରାଜା ରାବଣ
ଥିଲା ତାର ମୁକୁଟ
ଥିଲା ସ୍ଵର୍ଣ ସାମ୍ରାଜ୍ୟ 
ତାହାର ଉଚ୍ଚ ଥିଲା ବିଚାର
ଅନୁମତି ବିନା ସେ
କରି ନ ଥିଲା ଅତ୍ୟାଚାର |
ଧର୍ମର ମର୍ଯ୍ୟାଦା
ରଖିଥିଲା ସେ 
ଆମ ଭିତରେ
ଏବେ ମୁକୁଟ ବିହୀନ
ବିନା ସାମ୍ରାଜ୍ୟ ର
ଅସଂଖ୍ୟ ରାବଣ
କରିଚାଳନ୍ତି ଅନେକ
ଅତ୍ୟାଚାର ବ୍ୟଭିଚାର |
ସେହି ରାବଣ ମାନେ
ଛାଡ଼ନ୍ତିନି କାହାକୁ
ନାରୀ ବୃଦ୍ଧା ଅବା
ଶିଶୁ ନିରୀହ ନିର୍ବୋଧ 
ଲୋଡ଼ା ନାହିଁ ତାଙ୍କୁ
ନିର୍ଯ୍ୟାତିତା ର ସ୍ୱୀକାର
କରି ଚାଲନ୍ତି ଅତ୍ୟାଚାର
ସେମାନେ ସବୁ ନିଶାଖୋର |
ରାବଣ ଗଡ଼ରେ
ଥିଲା ଏକ ସୁପନଖା
ଯିଏ କରିଥିଲା
ରାମଙ୍କୁ ପ୍ରେମ ନିବେଦନ
ଏବେ ସମାଜରେ
ଦେଖିବେ ସୁପନଖା ଅନେକ
କରନ୍ତିନି ଆଉ ନିବେଦନ
ସୁନ୍ଦର ଧନୀ ପୁରୁଷ ଙ୍କୁ
କରନ୍ତି ନିଖୋଜ ଓ ପରେ
ଅତ୍ୟାଚାର ବ୍ୟଭିଚାର
ଆଉ କେହି କେହି
ପାଉଡର ମଖା ମୁଖର
 ସୁନ୍ଦର ପଣରେ
ଫସାଇ ତା ସହ
କରି ସହଵାସ
ଆପଣନ୍ତି ଆଇନ ର ଆଶ୍ରୟ
ସେତିକିରେ ନ ସରିଲେ କଥା
ତମ୍ବୁ ଟାଣି ଶାଶୂଘର
ପିଣ୍ଡାରେ ନିଅନ୍ତି ଆଶ୍ରୟ
ବୋହୁ ହେବାର ରଖନ୍ତି ପ୍ରସଙ୍ଗ |
ଏବେ ଆଉ ନାହାନ୍ତି ରାବଣ
କାମୁକ ଭାବାକୁ ଚୁଲିରେ ମାରି
ପୁଅ ମାନେ ହେଲେଣି ଦେବଦାସ
ଡର ଏବେ ଆଧୁନିକ ଝିଅଙ୍କୁ
ବାହା ହେବାକୁ କେବେ
ପକାନ୍ତି ଫାସ ଅବା
ବାହା ହେଲା ପରେ କରନ୍ତି ନିସ୍ଵ |
ଏବେ କୁଆଡେ ମରିବ ମଣିଷ
ଅଭାବ ନାହିଁ ଏ ଜଗତେ ରାବଣ
କି ସୂର୍ପନଖା ଜାଣ
ଏବେ ବିଭୁ ପାଦେ ରଖି ଲୟ
କର ଧ୍ୟାନ ସେ ଅଦୃଶ୍ୟ ଶକ୍ତିକୁ
ଏ ଜୀଵନ ନିଷ୍କଳଙ୍କେ
ତୁମ ନାମ ଧ୍ୟାୟୀ
କେମିତି କାଟିବ |

ରାଜୀବ ଲୋଚନ ପାଣିଗ୍ରାହୀ

ରଘୁନାଥ ନଗର, ଆସିକା, ଗଞ୍ଜାମ

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ସମାଜସେବୀ ଙ୍କ ଉଦ୍ୟମ ବଳରେ ମାନଝରି ଗାଁ ରେ ଲାଗିଲା ଟ୍ରାନ୍ସଫରମର   

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!