ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସସ୍ମିତେଶ ସାହୁ ଙ୍କ କବିତା ତୁମକୁ ଖୋଜିବା ମୁହୂର୍ତ୍ତରେ

ତୁମକୁ ଖୋଜିବା ମୁହୂର୍ତ୍ତରେ

ସକାଳର ରକ୍ତିମ ସୂର୍ଯ୍ୟ କିରଣରେ
ଶୀତୁଆ କାକରର ସ୍ୱଚ୍ଛ ଟୋପାରେ
ଆକାଶର ବିସ୍ତୀର୍ଣ୍ଣ ନୀଳିମାରେ
ବଗିଚାରେ ହସୁଥିବା ପ୍ରତି ଫୁଲ ପାଖୁଡ଼ାରେ
ଗାଁ ପୋଖରୀର ଚହଲା ପାଣିର ଛବିରେ
ସୁନେଲି ସୋରିଷ ଫୁଲ କିଆରୀରେ
ଉଡନ୍ତା ଚଡ଼େଇର ଚିଁ ଚିଁ ଶବ୍ଦରେ
ସ୍ମୃତିର ମନ ଆଇନାରେ
ଖୋଜେ ମୁଁ ତୁମକୁ
ମୋ ଭାବନାର ପ୍ରତି ମୁହୂର୍ତ୍ତରେ ।
ସଦା ଖୋଜେ ମୁଁ ତୁମକୁ
ଶୂନ୍ୟ ଆକାଶର ସୀମାହୀନ ବୁକୁରେ
ଦୂର ଦିଗ୍ ବଳୟର ମିଳନ ସ୍ଥଳେ
ଇନ୍ଦ୍ରଧନୁର ସାତଟି ରଙ୍ଗରେ 
ଖୋଜେ ପୁଣି ବହୁଥିବା ପବନର 
ନିଶ୍ଚଳ ନୀରବ ଶବ୍ଦରେ ।
ସେ ଶବ୍ଦ ସବୁ ହିଁ 
ଆଜି ମୃଦୁ ଗୁଞ୍ଜରିତ ହୁଅନ୍ତି
କହି କହି କେବଳ ତୁମ କଥା
ମୋ ଦୁଇ କାନରେ ।।🌹।।

 ©ସସ୍ମିତେଶ ସାହୁ

   ଶଙ୍ଖଚିଲା,ଯାଜପୁର

Related posts

ମ.ରାମପୁର ରେ ରଥ ଯାତ୍ରା

ଥୁଆମୂଳ ରାମପୁର  ତାଲବନ୍ଦ ପଡାଠାରେ ରଙ୍ଗାରଙ୍ଗ ଧାମାକା ମେଲୋଡି ଅନୁଷ୍ଠିତ

Sunil Chandra Nayak

ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ପ୍ରଜାପତି ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ, ରାଇରଙ୍ଗପୁରରେ ରାଜଯୋଗ ଏବଂ ତପସ୍ୟା ଭଟ୍ଟି

Sunil Chandra Nayak

Leave a Comment

error: Content is protected !!