ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଣ୍ଠ ଶିଳ୍ପୀ ଅକ୍ଷୟ ମହାନ୍ତିଙ୍କୁ ସଙ୍ଗୀତମୟ ଶ୍ରଦ୍ଧାଞ୍ଜଳି

ରାଉରକେଲା :/ ସଙ୍ଗୀତ ତରଙ୍ଗ ମ୍ୟୁଜିକାଲ କ୍ଲବ ପକ୍ଷରୁ ଓଡ଼ିଶାର ସ୍ବନାମଧନ୍ୟ କଣ୍ଠଶିଳ୍ପୀ ଅକ୍ଷୟ ମହାନ୍ତିଙ୍କ ୧୭ ତମ ପୁଣ୍ୟତିଥି  ଅବସରରେ ଏକ ସଙ୍ଗୀତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଜଗଦାସ୍ଥିତ ଡାମିଟ୍ସ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି l ଏହାକୁ ଜଗଦା ସାଂସ୍କୃତିକ ପରିଷଦର ଉପଦେଷ୍ଟା ସଂଜୀବ ମହାନ୍ତି, ଡାମିଟ୍ସର ଅଧ୍ୟକ୍ଷ ଡଃ ଭବାନୀ ଶଙ୍କର ଦାସ ପ୍ରମୁଖ ପ୍ରଦୀପ ଜାଳି ଉଦଘାଟନ କରିଥିଲେ l ଏଥିସହ ଅତିଥିମାନେ ଏବଂ ଉପସ୍ଥିତ ସମସ୍ତ ଶିଳ୍ପୀ ଅକ୍ଷୟଙ୍କ ଫଟୋଚିତ୍ର ନିକଟରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ l ଏହାପରେ ଅକ୍ଷୟଙ୍କ କଣ୍ଠସଂଗୀତ ‘ତୋ ବିନା ଲାଗେନା ଭଲ କିଛି ‘ କୁ ଏହି ଦିବସର ସନ୍ଦେଶ ରଖାଯାଇ ମୁଖ୍ୟତଃ ଅକ୍ଷୟଙ୍କ ସଙ୍ଗୀତ ଗୁଡ଼ିକ ଗାନ କରିଥିଲେ ଉପସ୍ଥିତ ଶିଳ୍ପୀ ଓ ଅକ୍ଷୟପ୍ରେମୀ ମାନେ l ସତ୍ୟବ୍ରତ ଓ ରୀନାଙ୍କ ଦ୍ୱାରା କଥା ତ ଏତିକି.., ତପନ ଓ ରାଜଲକ୍ଷ୍ମୀ ଯାଯାବର..ମନମୋର ଓ ଅନ୍ୟ କଣ୍ଠଶିଳ୍ପୀ ମାନେ ଅନେକ ମନଛୁଆଁ ସଙ୍ଗୀତ ପରିବେଷଣ କରିଥିଲେ l ଦେବଜିତ ରଭା, ଡକ୍ଟର ପି.କେ. ସାହୁ, ପ୍ରଦୀପ ମହନ୍ତ, ଅଶ୍ୱିନୀ ସିଂ, ଅଶୋକ ପଟେଲ, ନରେନ୍ଦ୍ର ପାତ୍ର, ବିଭୁଦତ୍ତ ରଥ, ସୁଖପାଲ ସିଂ, ଫିରୋଜ ଅହମ୍ମଦ, ଦିଲୀପ ପରିଡ଼ା, ଶୁଭଶ୍ରୀ, ରୀନା କଦମାବାଲା, ଲିନା ସେନାପତି, ଝୁନୁ ନାୟକ, ପ୍ରାଞ୍ଜଳି ନାଗ, ମିନତୀ ତ୍ରିପାଠୀ, ରାଜଲକ୍ଷ୍ମୀ କବି ଓ ପ୍ରଜ୍ଞା ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୨ ଅନୁଷ୍ଠିତ

Sunil Chandra Nayak

ବର୍ଷା କାରଣରୁ ବାତିଲ ହେଲା ଅଲ ଇଣ୍ଡିଆ ଏନ ସି ସି ପର୍ବତାରୋହଣ କାର୍ଯ୍ୟକ୍ରମ

Sunil Chandra Nayak

ରିଜର୍ଭ ବ୍ୟାଙ୍କ ଲୋକପାଳ ଉପରେ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!