ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସଂଯୁକ୍ତା ସାହୁ ଙ୍କ କବିତା ……  ପ୍ରାପ୍ତି …..   

 ……  ପ୍ରାପ୍ତି …..   

କାହା ନାଲି ଓଠ କୃଷ୍ଣଚୂଡ଼ା ସେ ତ 
ଗୋଟିଏ ଚାଉଳେ ଗଢା …
ଏଇ ମନ ନଈ ଭାରି ତ ମନୋଇ 
ନୀଳାଚଳ ର ଅବଢ଼ା ….
ନିଃଶବ୍ଦ ରାତିରେ ଅବୁଝା ଚିଠିରେ 
ପାଦ ଆଉ ପ୍ରଜାପତି 
ନିଶିଗନ୍ଧା ହସେ ପ୍ରେମିକ ପରଶେ
ଦଗ୍ଧ ଫୁଲବନେ ରତି ….
ଲାଜକୁଳୀ ଲତା ଲାଜେ ଲାଜେ ସିକ୍ତା 
ଝାଉଁଳଇ ଦେଲେ ଛୁଇଁ …
ତୁମ ପାଇଁ ପରା ମୁଁ ଶୀତୁଆ ଖରା
ହୃଦୟରୁ ଥାଏ ଉଇଁ …
ଆଙ୍କୁଥାଏ ମୁଁ ଯେ ନକ୍ସା ମୁହଁସଞ୍ଜେ
ରତରତ ହେଲେ ବେଳ
ଅଫେରା ଅତୀତ ହେଵ ପ୍ରତିଭାତ
ପ୍ରୀତି ପରଶ ର ମେଳ …
ତାରାଫୁଲ ଥାଳି ହାତେ ଦେଇ ଢାଳି 
ଓଠ ଯିବ ଯେବେ ଚୁମି..
ନଶୋଇ ନିଦରେ ରଖିବି ହୃଦରେ 
ରାତି ଯାଉଥିବ ଝୁମି…
ସାତରଙ୍ଗ ଗୁଡି଼ ଯାଉଥିବ ଉଡି଼
ଭାବନାରେ ତୁମ ବାସ୍ନା 
ମନତଳେ ରହି ଦେଉଥିଵି ଚେଇଁ
ନୀଳ ନିର୍ବାଣର ତୃଷ୍ଣା…
ପ୍ରୀତିର ପ୍ରାନ୍ତର ଉଚ୍ଚାଟରେ ସ୍ଥିର
ହେଉ କି ନହେଉ ମିତ,
ମନେ ସଜଫୁଲ ଭାବ ତା ଅମୂଲ
ଚଇତିର ମଧୁଗୀତ..
ଘୁଞ୍ଚଇ ପାହାଡ଼ ନଈ ହୁଏ ଜଡ଼
ତମେ ଥିଲେ ମୋର ପାଶେ,
ମଣ୍ଡିହୁଏ ଜୁଡ଼ା ନାଲି କୃଷ୍ଣଚୂଡ଼ା
ନିର୍ଲିପ୍ତ ନିଦାଘ ହସେ…
କୋମଳ ଅନ୍ଧାର କେତେ ଯେ ସୁନ୍ଦର 
ଆସୁ ନିନ୍ଦା ଆସୁ ଝଡ଼,
ପୋହଳା ଦ୍ବୀପର ସ୍ୱପ୍ନ ସୈାଦାଗର ରାଣୀ ମୁଁ ଲବଙ୍ଗ ଗଡ଼…
ମୁଁ ତୁମ ଛାତିର ସୋରିଷ କ୍ଷେତର
ହଳଦୀ କଅଁଳ ଖରା 
ଯଉବନ ତୀରେ ସରସ୍ୱତୀ ନୀରେ 
ପ୍ରତୀତିରେ ଆତ୍ମହରା …
ସମ୍ପର୍କର ପରିଭାଷା…
ପାଚିଲା କ୍ଷେତରେ ପବନର ଦୋଳି
କିଚିରି ମିଚିରି ଆଶା..
ନଈ ଏକମୁହାଁ ଗୀତ…
ଭରା ଆବେଗରେ ମିଶିବ ସାଗରେ
ତୃଷ୍ଣା ତୀରେ ଘନ ଶୀତ …
ମହୁଆ ଚୋରା ନଜର…
କରିଛି କିମିଆ ଆକାଶର ଛୁଆଁ 
ପାହାଡ଼ରେ ଖଞ୍ଜି ସୁର…
ତୁମେ ସେଠି ମୁଁ ଯେ ଏଠି…
ତଥାପି ବି ନଈ ଗର୍ଭବତୀ ହୋଇ
ଗୋପନ ନୀଡ଼ରେ ସମ୍ଭ୍ରମତା ନେଇ
ବାଟ ଜଗିଛି କେଉଁଠି
ବାଲୁକାଶଯ୍ୟାରେ ଲୋଟି 
ସ୍ବପ୍ନ କଢ଼ି କୋଟି କୋଟି ….!!!!!!!

    ସଂଯୁକ୍ତା ସାହୁ,

ବଡସୁଆଁଳୋ, ଢେଙ୍କାନାଳ

Related posts

ଯବାନଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

ବୈଜ୍ଞାନିକ ମନୋଭାବ ପତ୍ରିକାର ଉନ୍ମୋଚନ

Sunil Chandra Nayak

କୁସୁର୍ଲା ଅଙ୍ଗନୱାଡି କେନ୍ଦ୍ରରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!