ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଇସିକ୍ୟୁସିସି – ୨୨ : ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରର ୫ଟି ସ୍ଵର୍ଣ ପଦକ ହାସଲ

ଅନୁଗୋଳ: ତା ୨୨.୧୧.୨୦୨୨ ରିଖ; ଇଣ୍ଡୋନେସିଆର ଜାକର୍ତାଠାରେ ଅନୁଷ୍ଠିତ ହୋଇଥିବା ଇଣ୍ଟରନେସନାଲ କନଭେନସନ ଅନ କ୍ଵାଲିଟି କଣ୍ଟ୍ରୋଲ ସର୍କଲସ – ୨୨ (ଆଇସିକ୍ୟୁସିସି)ରେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ଉତ୍କୃଷ୍ଟ ପ୍ରଦର୍ଶନ l ନଭେମ୍ବର ୧୫ରୁ ୧୮ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଏହି ଅନ୍ତରାଷ୍ଟ୍ରୀୟ ପ୍ରତିଯୋଗିତାରେ ଜେଏସପିର ଅନୁଗୋଳ ପ୍ରକଳ୍ପରୁ ୪ଗୋଟି ଏବଂ ଟେନଶାର ଏକ ଦଳ ଅଂଶ ଗ୍ରହଣ କରି ବିଭିନ୍ନ ବର୍ଗରେ ୫ ଗୋଟି ସ୍ଵର୍ଣ ପଦକ ଲାଭ କରିଛନ୍ତି l ଆଇସିକ୍ୟୁସିସି ହେଉଛି କ୍ଵାଲିଟି କଣ୍ଟ୍ରୋଲ ସର୍କଲସ କ୍ଷେତ୍ରରେ ସମଗ୍ର ବିଶ୍ଵର ଗ୍ରହଣୀୟ ମାନ୍ୟତା ଏବଂ ଏହି କନଭେନସନରେ ସମଗ୍ର ୧୪ଗୋଟି ରାଷ୍ଟ୍ରରୁ ୭୫୭ ଜଣ ଇଞ୍ଜିନିୟର ଅଂଶ ଗ୍ରହଣ କରି ନିଜ ନିଜର ଅନନ୍ୟ କୌଶଳ ପ୍ରଦର୍ଶନ କରିଥିଲେ l ଜେଏସପି ଠାରେ ଟୋଟାଲ ପ୍ରଡ଼କ୍ଟିଭ ମେଣ୍ଟେନାନ୍ସ (ଟିପିଏମ) ନିମନ୍ତେ ସର୍ବଦା କାର୍ଯ୍ୟ କରାଯାଇଥାଏ l ଟିପିଏମ ହେଉଛି ଏକ ଜାପାନୀ ପ୍ରକ୍ରିୟା ଏବଂ ଏଥିରେ ପ୍ଳାଣ୍ଟର ସମସ୍ତ କର୍ମଚାରୀ ଲଗାତାର ଭାବରେ ପ୍ରଗତି ନିମନ୍ତେ କାର୍ଯ୍ୟ କରିଥାନ୍ତି l ଏଥି ସହିତ ଜେଏସପିରେ କାର୍ଯ୍ୟରତ ଶ୍ରୀ ଭୁବନ ପ୍ରତାପ – ଏଭିପି ଏବଂ ମୁଖ୍ୟ (ଟିପିଏମ), କେନ୍ଦ୍ରୀୟ ଟିକ୍ୟୁଏମ, ଶକ୍ତି ପରିଚାଳନା, ଆଇସିକ୍ୟୁସିସି ପାଇଁ ସାର୍ଟିଫାଇଡ ବିଚାରକର୍ତା ଭାବେ ସ୍ଵୀକୃତୀ ଲାଭ କରିଛନ୍ତି l 

 ଅନୁଗୋଳ ରୁ ଆର୍ତ୍ତତ୍ରାଣ ପାଣି ଙ୍କ ରିପୋର୍ଟ 

Related posts

ମା ତାରିଣୀ କଂ ପବିତ୍ର ପିଠ ଘଟଗାଁ ଠାରେ ତ୍ରିରଙ୍ଗା ଯାତ୍ରା ମହାସମାରୋହରେ ପାଳିତ

Sunil Chandra Nayak

କଳାହାଣ୍ଡି ଜିଲ୍ଲା ଜିଲ୍ଳାପରିଷଦ ୧୩ ଗୋଟି ଜୋନରୁ ବିଜେପି ୪ଟି ଆସନରେ ଓ ବିଜଡି ୯ଟି ଆସନ ରେ ଆଗୁଆ

Sunil Chandra Nayak

ଉଷଶ୍ରୀ ଜେନା ଙ୍କ କବିତା ଜୀବନ ଓ ଯନ୍ତ୍ରଣା 

Sunil Chandra Nayak

Leave a Comment

error: Content is protected !!