ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ଲକ କୃଷକ ପରାମର୍ଶ କମିଟି ବୈଠକ

ଡାବୁଗାଁ, ୩/୧୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମା ସ୍ଥିତ କୃଷି, ସୂଚନା ଓ ପରାମର୍ଶ କେନ୍ଦ୍ର ଠାରେ ଆତ୍ମା ସଂଯୋଜକ ଦୁର୍ଯ୍ୟଧନ ଜାନୀ ଙ୍କ ଅଧ୍ୟକ୍ଷତାରେ ବ୍ଲକ କୃଷକ ପରାମର୍ଶ କମିଟି ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ନିଜ ନିଜ ବିଭାଗରେ ଥିବା ସରକାର ଙ୍କ ର ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ | ଏହି ବୈଠକରେ ସହକାରୀ କୃଷି ଅଧିକାରୀ ସୌମେନ୍ଦ୍ର କୁମାର ବିଶ୍ଵାସ, ସହକାରୀ ମତ୍ସ୍ୟ ଅଧିକାରୀ ଗିରିଜା ଶଙ୍କର ପଟ୍ଟନାୟକ, ସହକାରୀ ଉଦ୍ୟାନ ଅଧିକାରୀ ରବି ଶଙ୍କର ପଣ୍ଡା, କୃଷି ଅଧିଦର୍ଶକ ମମତା ସାହୁ, ଗ୍ରାମ୍ୟ କୃଷି କର୍ମଚାରୀ ସୁଶାନ୍ତ କୁମାର ରାଉତ, ବିଟିଏମ ସୁରେନ୍ଦ୍ର ସିଂ କୌରବ, ଏଟିଏମ କେ. ଉଦୟା କୁମାରୀ, ଆତ୍ମା କମିଟି ସଭ୍ୟ ସତ୍ୟରଞ୍ଜନ ପାତ୍ର, ଡି. ଚନ୍ଦ୍ର ଶେଖର ରାଓ, ଚନ୍ଦ୍ର ଶେଖର ନିହାଲ, ପ୍ରଜ୍ଞାରଞ୍ଜନ ପରିଡା ଏବଂ ଅନ୍ୟ ସମସ୍ତ ସଭ୍ୟା ସଭ୍ୟ ମାନେ ଉପସ୍ଥିତ ଥିଲେ |

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଭାରସାମ୍ୟ ହରାଇ ଓଲଟି ପଡିଲା ପ୍ଲାଏବାର୍ଡ ବଝେଇ ପିକ୍ଓପ୍ ଭେନ୍

Sunil Chandra Nayak

ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ଶତବାର୍ଷିକୀ ଉତ୍ସବ ପାଳନ କରିବା ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ପଟ୍ଟାମୁଣ୍ଡାଇ ସ୍ଥିତ ଶ୍ରୀ ଶ୍ରୀ ରାଧାରମଣ ମଠ ରେ ଧର୍ମୀୟ ସଭା  

Sunil Chandra Nayak

Leave a Comment

error: Content is protected !!