ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଡ଼ିଆଳ ମହାତ୍ମା ଗାନ୍ଧୀ ବିଜ୍ଞାନ କଲେଜ ପକ୍ଷରୁ ସର୍ଵଭାରତୀୟ ଜୁନିୟର ଖୋ ଖୋ କ୍ରୀଡା ପ୍ରତିଯୋଗିତା ଆରମ୍ଭ , ୧୦ ଗୋଟି ରାଜ୍ୟର କୋଡିଏଟି ଦଳ ଯୋଗଦାନ

ନୂଆପଡା/, ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ପଡ଼ିଆ ଠାରେ ଖଡ଼ିଆଳ ମହାତ୍ମା ଗାନ୍ଧୀ ବିଜ୍ଞାନ କଲେଜ ପକ୍ଷରୁ ସର୍ଵ ଭାରତୀୟ ଜୁନିୟର ଖୋ ଖୋ କ୍ରୀଡା ପ୍ରତିଯୋଗିତା ଶନିବାର ଦିନ ଆରମ୍ଭ ହୋଇଛି l ଏହି ଖୋ ଖୋ କ୍ରୀଡା ପ୍ରତିଯୋଗିତା ରେ ୧୦ ଗୋଟି ରାଜ୍ୟରୁ ପ୍ରାୟ କୋଡିଏ ଗୋଟି  ଅଣ୍ଡର ୧୭  ଓ ୧୯ ବୟସର ଉଭୟ ଛାତ୍ରଛାତ୍ରୀ ଖୋ ଖୋ ଦଳ ଅଂଶଗ୍ରହଣ କରିଛନ୍ତି। ଏହି ସର୍ବ ଭାରତୀୟ ଖୋ ଖୋ ଦଳ ମଧ୍ୟରେ ଦିଲ୍ଲୀ, ପଶ୍ଚିମ ବଙ୍ଗ, ମହାରଷ୍ଟ୍ର, ଓଡିଶା, ଆନ୍ଦ୍ର ପ୍ରଦେଶ, ଛତିଶଗଡ଼, ତ୍ରିପୁରା, ଉତ୍ତରପ୍ରଦେଶ, ଗୁଜୁରାଟ, ବିହାର ଆଦି ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ରୁ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିବା ଖଡ଼ିଆଳ ମହାତ୍ମାଗାନ୍ଧୀ ବିଜ୍ଞାନ ମହାବିଦ୍ୟାଳୟ ର ଚୈରମେନ ନବୀନ ସୁନା ସୂଚନା ଦେଇଛନ୍ତି । ଏହି ଖୋ ଖୋ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଖଡ଼ିଆଳ ବନଖଣ୍ଡ ଅଧିକାରୀ ସୁଶୀଲ କୁମାର ତ୍ରିପାଠୀ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଖଡ଼ିଆଳ ସ୍ଵୟଂ ଶାସିତ କଲେଜର  ଅଧକ୍ଷ ଡ଼ଃ.ତରୁଣ କୁମାର ପ୍ରଧାନ,ସ୍ଵୟଂ ଶାସିତ କଲେଜ ଖେଳ ଅଧ୍ୟାପକ ସରୋଜ କୁମାର ପଣ୍ଡା,ଖଡ଼ିଆଳ ବ୍ଲକ ଅଧକ୍ଷା ପୁଷ୍ପାଞ୍ଜଳୀ ନନ୍ଦ, ବିଧାୟକ ପ୍ରତିନିଧି ଅକ୍ଷୟ ନନ୍ଦ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ମହେଶ କୁମାର ଦଣ୍ଡସେନା, ଅବସର ପ୍ରାପ୍ତ ଖେଳ ଶିକ୍ଷକ ମସିଚରଣ ନାଗ,ମୋଡେଲ ସ୍କୁଲ ଅଧକ୍ଷ ଅକ୍ଷୟ ସାହୁ ,ସର୍ବ ଭାରତୀୟ ସେଭେନ ବ୍ଲକ ଖୋ ଖୋ ଆଶ୍ସୋସିଏସନ ର ସମ୍ପାଦକ ଡାକ୍ତର ବି ଆର ଯାଦବ  ପ୍ରମୁଖ ଯୋଗ ଦେଇଥିଲେ।ଖଡ଼ିଆଳ ମହାତ୍ମା ଗାନ୍ଧୀ ବିଜ୍ଞାନ ମହାବିଦ୍ୟାଳୟର ଚୈରମେନ ନବୀନ ସୁନା ଓ ନିର୍ଦେଶକ ଦୀପକ କୁମାର ସୁନା ଙ୍କ ପ୍ରତକ୍ଷ ତତ୍ୱାବଧାନରେ ଏହି ସର୍ବ ଭାରତୀୟ ଖୋ ଖୋ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି l ଉକ୍ତ ମହାବିଦ୍ୟାଳୟର କ୍ରୀଡା ଶିକ୍ଷକ ଦେବାଶିଷ ନାଗ ଏହି ପ୍ରତିଯୋଗିତାକୁ ସୁଚାରୁ ରୂପେ ପରିଚାଳନା କରୁଛନ୍ତି lଏହି ପ୍ରତିଯୋଗିତା ଚଳିତ ମାସ ତିନି ଓ ଚାରି ତାରିଖ ଦୁଇ ଦିନ ଧରି ହେବାକୁ ଥିବା ବେଳେ ଶନିବାର ଦିନ ଅନୁଷ୍ଠାନିକ ଭାବରେ ମୁଖ୍ୟ ଅତିଥି ଙ୍କ ଦ୍ୱାରା ଉଦଘାଟନ ହୋଇଯାଇଛି l

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଗମ୍ଭାରୀଗୁଡା ମଣ୍ଡି ରେ ପଡିଛି ଧାନ, ଉଠାଉନାହିଁ ପ୍ରଶାସନ

Sunil Chandra Nayak

ବୌଦ୍ଧ ବ୍ଲକ ସ୍ତରୀୟ ଅକ୍ଟୋବର ମାସର ଦ୍ଵିତୀୟ ଶିକ୍ଷା ସମୀକ୍ଷା ବୈଠକ

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ଭିଜା ମାଟିର ବାସ୍ନା

Sunil Chandra Nayak

Leave a Comment

error: Content is protected !!