ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶାସକ ଦଳର ତାଳଚେର ବନ୍ଦ କାହା ସ୍ୱାର୍ଥରେ

ଶାସନ, ପ୍ରଶାସନ ସବୁ ବିଜେଡି ର, ତାଳଚେର ବାସୀ କଣ ଭୁଲ କଲେ ଯେ ତାଳଚେର ବନ୍ଦ କରି ଲୋକଙ୍କ ରୋଜଗାର ସହ ଖେଳୁଛନ୍ତି ତାଳଚେର ବିଧାୟକ। ନା ବାଳିକା ଅସଦାଚରଣ ମାମଲାରେ ଜଣେ ବିଚାରଧିନ ଅପରାଧୀ ଙ୍କ ଆକସ୍ମିକ ମୃତ୍ୟୁ ପାଇଁ ତାଳଚେର ବାସୀ ଙ୍କର କଣ ଦୋଷ ହେଲା ଯେ ତାଳଚେର ବନ୍ଦ ହେବ। ସରକାର, ପୋଲିସ, ପ୍ରଶାସନ ସବୁ ବିଜେଡି ର ,ତଦନ୍ତ ରେ ଯଦି ସନ୍ତୁଷ୍ଟ ନାହାଁନ୍ତି ନ୍ୟାୟାଳୟ ର ଆଶ୍ରୟ ନିଅନ୍ତୁ, ଉଚ୍ଚସ୍ତରୀୟ ତଦନ୍ତ କରିବା ମୁଖ୍ୟମନ୍ତ୍ରୀ ଙ୍କ ଅଫିସ ଘେରାଉ କରନ୍ତୁ ,ନହେଲେ ଇସ୍ତଫା ଦିଅନ୍ତୁ କିନ୍ତୁ ସାଧାରଣ ଲୋକ କଣ କଲେ ଯେ ତାଳଚେର ବନ୍ଦ -ଡିଲେଶ୍ୱର ପ୍ରଧାନ

ତାଳଚେର :ତା 03/12:ତାଳଚେର ଗ୍ରୀନ ପାର୍କ ହୋଟେଲ ଠାରେ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି |ବିଜେଡି ତଥା ତାଳଚେର ବିଧାୟକ ଙ୍କ ପ୍ରାୟୋଜିତ ଆଜିର ତାଳଚେର ବନ୍ଦ କୁ ନେଇ ବିଜେପି ପକ୍ଷରୁ ଏହି ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି |ବିଜେପି ମିଡ଼ିଆ ସେଲ ପକ୍ଷରୁ ଆହୁତ ସାମ୍ବାଦିକ ସମ୍ମିଳନୀ ରେ ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଡିଲେଶ୍ୱର ପ୍ରଧାନ ଯୋଗଦେଇ ତାଳଚେର ସୁରକ୍ଷା ମଞ୍ଚ ତଥା ପ୍ରଚ୍ଛଦ ପଟରେ ଥିବା ତାଳଚେର ବିଧାୟକ ଏବଂ ବିଜେଡି ଦ୍ୱାରା ଦିଆ ଯାଇଥିବା ତାଳଚେର ବନ୍ଦ କୁ ନା ପସନ୍ଦ କରାଯିବା ସହ ହଜାର ହଜାର ଶ୍ରମିକ, ବ୍ୟବସାୟୀ, ଠିକା କର୍ମଚାରୀ ଗୋଟିଏ ଦିନର ରୋଜଗାର ହରାଇଛନ୍ତି, ତାଙ୍କୁ ତାର ମୂଲ୍ୟ କିଏ ଦେବ ବୋଲି ପ୍ରଶ୍ନ କରିଥିଲେ |ସାମ୍ବାଦିକ ସମ୍ମିଳନୀ ପ୍ରାରମ୍ଭ ରେ ଡାକ୍ତର ପ୍ୟାରୀ ମୋହନ ପ୍ରଧାନ ଙ୍କ ଅକାଳ ବିୟୋଗରେ ବିଜେପି ପକ୍ଷରୁ ଶୋକବ୍ୟକ୍ତ କରାଯିବା ସହ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅପୂରଣୀୟ କ୍ଷତି ଘଟିଲା ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ | ତାଳଚେର ରେ ଦୁଇଦିନ ହେଲା ଏକ ପ୍ରକାର ଅରାଜକତା ଦେଖା ଦେଇଛି,ଗତକାଲି କୋଇଲା ଖଣି ସବୁ ବିନା ନୋଟିସ ରେ ବନ୍ଦ ଆଜି କୋଇଲା ଖଣି ସମେତ ତାଳଚେର ବନ୍ଦ, ଏ ବନ୍ଦ କାହିଁକି? କାହା ସ୍ୱାର୍ଥରେ? ନାବାଳିକା କୁ ଅସଦାଚରଣ ଅଭିଯୋଗ ରେ ଜଣେ ବିଚାରାଧୀନ ଡାକ୍ତର ଙ୍କର ଯଦି ଆକସ୍ମିକ ମୃତ୍ୟୁ ହୁଏ, ତେବେ ଶାସନ, ପ୍ରଶାସନ, ପୋଲିସ ପ୍ରଶାସନ ସବୁ ଶାସକ ବିଜେଡି ଦଳର, ତାଳଚେର ବିଧାୟକ ଙ୍କ ପ୍ରଛଦ ପଟରେ ତାଳଚେର ସୁରକ୍ଷା ମଞ୍ଚ ଏବଂ ବିଜେଡି ଦଳର ଲୋକ ପ୍ରତିନିଧି ମାନଙ୍କର ଏହି ତାଳଚେର ବନ୍ଦ କାହିଁକି,ଯଦି ତାଙ୍କ ସରକାର ଏବଂ ତାଙ୍କ ର ପ୍ରଶାସନ ଉପରେ ଭରସା ନାହିଁ ନ୍ୟାୟାଳୟ ର ଆଶ୍ରୟ ନିଅନ୍ତୁ, ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ଦାବୀ ଜଣାନ୍ତୁ ନଚେତ ଇସ୍ତଫା ଦିଅନ୍ତୁ, ଏହା ନକରି ଶ୍ରମିକ, ଖଟିଖିଆ, ମଜୁରିଆ, ବ୍ୟବସାୟୀ ମାନଙ୍କର ପେଟ ରେ କାହିଁକି ଲାତ ମାରୁଛନ୍ତି, ତାଳଚେର ବାସୀ ଙ୍କର କଣ ଭୁଲ ରହିଲା ଯେ ଜନସାଧାରଣ ଦଣ୍ଡ ପାଇବେ ତାଳଚେର ବନ୍ଦ ହେବ,ବୋଲି ଜିଲ୍ଲା ବିଜେପି ସଭାପତି ଡିଲେଶ୍ୱର ପ୍ରଧାନ ପ୍ରଶ୍ନ କରିଛନ୍ତି |ସରକାର ଏବଂ ପ୍ରଶାସନ ବିଜେଡି ର ବିଜେଡି ନେତା ମାନଙ୍କର ତାଙ୍କ ସରକାର ଉପରେ ଭରସା ନାହିଁ ତେବେ ଏଭଳି ଛଦ୍ମ ଆଚରଣ ନକରି ଶାସକ ଦଳର ଲୋକପ୍ରତିନିଧି ମାନେ ଇସ୍ତଫା ଦିଅନ୍ତୁ, ସାଧାରଣ ସ୍ୱାଭିମାନୀ ତାଳଚେର ବାସୀ ଙ୍କୁ ତାଳଚେର ବନ୍ଦ କରି ଅଯଥା ରେ ହଇରାଣ ତଥା ତାଙ୍କର ରୋଜଗାର ରେ ବାଧକ ସାଜନ୍ତୁ ନାହିଁ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି | ତାଳଚେର ବିଜେପି ମିଡ଼ିଆ ସେଲ ସଂଯୋଜକ ସୁଶାନ୍ତ ସାମଲ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀ ରେ ଜିଲ୍ଲା ସଭାପତି ଶ୍ରୀ ପ୍ରଧାନ ଙ୍କ ସମେତ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା,ବରିଷ୍ଠ ନେତା ରାଜେନ୍ଦ୍ର ସିଂହ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ମହାରଣା ଓ ସୁଦିପ ଗଡ଼ନାୟକ, ଜିଲ୍ଲା ଉପ ସଭାପତି ମନୋଜ ପ୍ରଧାନ,ଜିଲ୍ଲା ସମ୍ପାଦକ ପ୍ରଶାନ୍ତ ନନ୍ଦ, ମଣ୍ଡଳ ସଭାପତି ବରୁଣ ସାହୁ, ନରେଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ |

ତାଳଚେର ରୁ ଆର୍ତ୍ତତ୍ରାଣ ପାଣି ଙ୍କ ରିପୋର୍ଟ 

 

Related posts

ଧରାପୃଷ୍ଟ ରେ ଜଗତଜନନୀ ମା ମଙ୍ଗଳା ଙ୍କ ଅବତରଣ ଓ ଖୁଦୁରୁକୁଣୀ ଓଷା ପାଳିତ

Sunil Chandra Nayak

ଆପଣଙ୍କ ପାଖରେ ପହଞ୍ଚିବ ଜୀ ସାର୍ଥକର ଏଲଇଡି ଭ୍ୟାନ – ଭିନ୍ନ ଢ଼ଙ୍ଗର ପ୍ରଚାର ଅଭିଯାନ 

Sunil Chandra Nayak

ଶ୍ରବଣ ବାଧୀତ ଓ ବାକଶକ୍ତି ଅକ୍ଷମତା ପିଲାଙ୍କ ପାଇଁ ତ୍ରୀଦିଵସୀୟ ତାଲିମ ଶିବିର

Sunil Chandra Nayak

Leave a Comment

error: Content is protected !!