ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଟ୍ରାଫିକ ସମସ୍ୟା ଜଟିଳ ପୋଲିସ ନିରବ

ରାଇଘର 04/12/22 ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ରେ ଥିବା ମୁଖ୍ୟ ବଜାର ରାସ୍ତା ରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ଜଟିଳ ହେବାକୁ ଯାଉଛି ଯାହା ଫଳରେ ଗମନାଗମନ ରେ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ସାଧାରଣ ଜନତା | ସୁଦୂର ଆନ୍ଧ୍ର ପ୍ରଦେଶ, କୋରାପୁଟ. ଜେୟପୁର ଓ ପାପଡାହାଣ୍ଡି ଠାରୁ ଆରମ୍ଭ କରି ରାଇଘର ରାଜ ପଥ ଦେଇ ଛତିଶଗଡ ଓ ମଧ୍ୟପ୍ରଦେଶ କୁ ଦିନକୁ ଦୁଇଶହ ରୁ ଉର୍ଦ୍ଧ ଛୋଟ ଓ ବଡ ଭାରି ଜାନ ଯାତାୟାତ କରୁଛି | ରାଇଘର ଠାରେ ରବିବାର ଦିନ ସାପ୍ତାହିକ ହାଟ ବସୁଥିବାରୁ ରାସ୍ତାର ଦୁଇପାର୍ଶ୍ୱ ରେ ଉଠାଦୋକାନୀ ମାନେ ଭିଡ ଜମାଉଥିବାରୁ ରାଜରାସ୍ତା ଟି ସଂକୁଚିତ ହୋଇଯାଉଛି ଯାହା ଫଳରେ ଟ୍ରକ ବସ ଓ ଦୁଇଚକିଆ ଗାଡି ଚଳାଚଳ ରେ ବହୁ ଅସୁବିଧା ହେଉଛି ଦିନକୁ ଘଣ୍ଟା ଘଣ୍ଟା ଧରି ରାସ୍ତା ଅବରୋଧ ହୋଇ ସାଧାରଣ ଜନତା ହଇରାଣ ହରକତ ହେଉଥିବାର ନଜରକୁ ଆସିଛି | ଏହିପରି ସବୁଦିନ ଛୋଟ ବଡ ଦୁର୍ଘଟଣା ମାନ ମଧ୍ୟ ଦେଖିବାକୁ ମିଳିଛି ପୋଲିସ ପ୍ରଶାସନ ତରଫରୁ କୌଣସି ସୁବିଧାଜନକ ପଦକ୍ଷପ ନିଆଯାଉନାହିଁ ରାଇଘର ଥାନାରେ ପନ୍ଦର ରୁ ଅଧିକ ହୋମ ଗାର୍ଡ ଓ ଅନ୍ୟାନ୍ୟ ଦଶରୁ ଅଧିକ କର୍ମଚାରୀ ଥିବାରୁ ଥାନା ଅଧିକାରୀ କର୍ମଚାରୀ ମାନଙ୍କୁ ଟ୍ରାଫିକ ଓ ରାସ୍ତାରେ ଠିକ ଭାବେ କାର୍ଯ୍ୟ ରେ ଲଗାଇ ପାରୁନାହାନ୍ତି ବୋଲି ସାଧାରଣ ରେ ଚର୍ଚ୍ଚା ର ବିଷୟ ପାଲଟିଛି |ରାସ୍ତା ଉପରେ ମଟରସାଇକଲ ଓ କାର ଗୁଡାକ ଘଣ୍ଟା ଘଣ୍ଟା ଧରି ରଖୁ ଥିବାରୁ ଏହିଭଳି ସମସ୍ୟା ଦେଖିବାକୁ ମିଳିଛି |ଏହିଭଳି ସମସ୍ୟା କୁ ଓ ଟ୍ରାଫିକ ନିୟମ ମାନିବା ସହ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହେଉଛି |

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଶ୍ରୀଧର ସମର୍ଲିଆ ଫାଉଣ୍ଡେସନ ପକ୍ଷରୁ ପୁରସ୍କାର ବିତରଣ

Sunil Chandra Nayak

କାର ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତ୍ୱର

Sunil Chandra Nayak

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ହଜିଲା ଦରବ

Sunil Chandra Nayak

Leave a Comment

error: Content is protected !!