ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ବିଶ୍ଵବିଦ୍ୟାଳୟ ର ପୋଷାକ ଶୃଙ୍ଖଳା

ଭବାନୀପାଟଣା ତା ୫.୧୨.୨୦୨୨ ଆଜି କଳାହାଣ୍ଡି ବିଶ୍ଵବିଦ୍ୟାଳୟ ପି ଜି ପ୍ରଥମ ବର୍ଷ ଛାତ୍ର ଛାତ୍ରୀଙ୍କ ପାଇଁ ନୂଆ ୟୁନିଫର୍ମ ପ୍ରଚଳନ କରିଛନ୍ତି।ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ ଆଜି ନିଜ ହାତରେ ନୂଆ ୟୁନିଫର୍ମ ଛାତ୍ର ଛାତ୍ରୀ ଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିଥିଲେ। ଛାତ୍ର ଛାତ୍ରୀ ମାନେ ହାବସପୁରୀ ପୋଷାକ ପିନ୍ଧିବେ। କୁଳପତି ଅଭିଭାଷଣରେ କହିଲେ ଯେ ହାବସ୍ପୁରୀ ହସ୍ତ ତନ୍ତ କଳାହାଣ୍ଡିର ପରିଚୟ। କିନ୍ତୁ ଏହା ବର୍ତ୍ତମାନ ପୃଷ୍ଠ ପୋଷକତାର ଅଭାବ ହେତୁ ଦୁର୍ଦ୍ଦିନରେ ଗତି କରୁଛି। ଏହାର ପୁନରୁଦ୍ଧାର ପାଇଁ କଳାହାଣ୍ଡି ବିଶ୍ଵବିଦ୍ୟାଳୟ ଅଣ୍ଟା ଭିଢ଼ିଛି । ଏହାଦ୍ବାରା କାରିଗର ମାନେ ବହୁଳ ଭାବରେ ଉପକୃତ ହେବେ l ଏହି ଉପଲକ୍ଷେ ଶହ ଶହ ଛାତ୍ର ଛାତ୍ରୀ ଉପସ୍ଥିତ ରହି ଏଭଳି ପଦକ୍ଷେପ କୁ ସ୍ବାଗତ କରିଥିଲେ। ଏହି ଉତ୍ସବରେ ବିଶ୍ଵବିଦ୍ୟାଳୟ ର ରେଜିଷ୍ଟ୍ରାର ଶ୍ରୀ ପିତାମ୍ବର ଭୋଇ, ବିତ୍ତ ଅଧିକାରୀ ଶ୍ରୀ ସୁରେଶ ପିଡିଶିକା, ହାବସ୍ ପୁରୀ ଫେଶନ ଡିଜାଇନର ଶ୍ରୀ ସୁଜିତ ମେହେର, ପିଜି କାଉନସିଲ ମେଜର ଡକ୍ଟର ଜୟଦେବ ସାହୁ, ଓଡ଼ିଆ ବିଭାଗ ମୁଖ୍ୟ ଡକ୍ଟର ପଲ୍ଲୀଶ୍ରୀ ପଟ୍ଟନାୟକ, କେସିଙ୍ଗା ମହାବିଦ୍ୟାଳୟ ଅଧ୍ୟକ୍ଷ, ସମ୍ବାଦଜିଲ୍ଲା ପ୍ରତିନିଧି ଶ୍ରୀ ଦେବେନ୍ଦ୍ର ବିଶି, ସକାଳ ଜିଲ୍ଲା ପ୍ରତିନିଧି ଶ୍ରୀ ସ୍ଵାଧୀନ ପାତ୍ର, ଦୂରଦର୍ଶନ ଡାଇରେକ୍ଟର ଉପସ୍ଥିତ ଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ଗୋଳାମୁଣ୍ଡା ବ୍ଲକରେ ବିଦ୍ୟାଳୟ ମାନଙ୍କର ନଗ୍ନ ଚିତ୍ର

Sunil Chandra Nayak

ଟେମରି ଗ୍ରାମ ପଞ୍ଚାୟତର ଭାଇ ଜିଉଁନ୍ତିଆ ଉପଲକ୍ଷେ ନାଟକ ପ୍ରଦର୍ଶନ

Sunil Chandra Nayak

ବାପାଙ୍କ ସ୍ମୃତି ଉଦ୍ଦେଶ୍ୟରେ ମୋ ସ୍କୁଲ ଅଭିଯାନକୁ ହାତ ବଢ଼ାଇଲେ ଝିଅ

Sunil Chandra Nayak

Leave a Comment

error: Content is protected !!