ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତେନ୍ତୁଳିଖୁଣ୍ଟି ବ୍ଲକ ର ପଂଚାୟତ ମାନଙ୍କ ରେ ଲୋକ ଙ୍କ ଅଭିଯାନ ର ପ୍ରଥମ ଗ୍ରାମସଭା

ତେନ୍ତୁଳିଖୁଣ୍ଟି -୦୫/୧୨/୨୨ ରାଜ୍ୟ ପଞ୍ଚାୟତିରାଜ ବିଭାଗ ର ନିର୍ଦ୍ଦେଶନାମା ପ୍ରକାରେ ତଥା ବିଡ଼ିଓ ଦୁର୍ଯ୍ୟୋଧନ ଭୋଇ ଙ୍କ ଆଦେଶ ପ୍ରକାରେ ଆଜି ତେନ୍ତୁଳିଖୁଣ୍ଟି ପଂଚାୟତ ସମିତି ର ପନ୍ଦର ଟି ଯାକ ପଂଚାୟତ ରେ ଲୋକ ଯୋଜନା ଅଭିଯାନ ୨୦୨୨ରେ ପ୍ରଥମ ଗ୍ରାମ ସଭା ଅନୁଷ୍ଠିତ ହୋଇ ଯାଇଛି। ଏହି ଗ୍ରାମ ସଭା ଗ୍ରାମ ପଞ୍ଚାୟତ ମାନଙ୍କ 2023 -24ଆର୍ଥିକ ବର୍ଷ ପାଇଁ ବିକାଶ ମୂଳକ କାର୍ଯ୍ୟକ୍ରମ ର ଖସଡ଼ା ପ୍ରସ୍ତୁତ କରାଯିବା ଉଦେଶ୍ୟ ଅଟେ। ଗ୍ରାମ ସଭା ରେ ପଂଚାୟତ ର ସମସ୍ତ ବିଭାଗ ର ଅଵଶ୍ୟକତା ଅନୁଯାୟୀ ଅନୁଦାନ ସଂଯୋଗୀକରଣ କରି ପ୍ରାଥମିକତା ଭିତ୍ତି ରେ ପ୍ରକଳ୍ପ ପ୍ରସ୍ତାବ ଆହ୍ୱାନ କରାଯାଇଥିଲା। ବିଭାଗ ଗୁଡିକ ଆବଶ୍ୟକ ଭିତ୍ତିଭୂମି ଉପରେ ଗ୍ରାମସଭାରେ ବିସ୍ତୃତ ଭାବେ ଆଲୋଚନା କରାଯିବା ସହ 9 ଟି ବିଷୟବସ୍ତୁ ମଧ୍ୟରୁ ଅନ୍ୟୁନ ଗୋଟିଏ ବା ସର୍ବାଧିକ ତିନୋଟି ବିଷୟବସ୍ତୁ କୁ ଅପଣାଇ ସଂକଳ୍ପ ଗ୍ରହଣ କରାଯାଇଛି। ସଂକଳ୍ପ ବିଷୟବସ୍ତୁ କୁ ପ୍ରାଧାନ୍ୟ ଦିଆଯାଇ ଅନୁଦାନର ପଚାଶ ପ୍ରତିଶତ ଅର୍ଥ ବିନିଯୋଗ ପାଇଁ ପ୍ରବଧାନ ରଖିବା ସହ ଅନ୍ୟ ବିଷୟ ବସ୍ତୁ ରୁ ମଧ୍ୟ ପ୍ରକଳ୍ପ ଚୟନ ପାଇଁ ନିର୍ଦେଶନମା ପ୍ରକାରେ ନିଷ୍ପତ୍ତି ନିଆଯାଇଛି। କିନ୍ତୁ ଗ୍ରାମସଭା ରେ ଯଥେଷ୍ଟ ମାତ୍ରା ରେ ଜନତା ଉପସ୍ଥିତ ନଥିବା ଦେଖାଯାଇଛି। ଗ୍ରାମସଭା ର ଅଧ୍ୟକ୍ଷତା ସରପଞ୍ଚ ମାନେ ନିଜ ନିଜ ପଂଚାୟତ ରେ କରିଥିବା ବେଳେ ପଂଚାୟତ ନିର୍ବାହୀ ଅଧିକାରୀ ଓ ଗ୍ରାମ ରୋଜଗାର ସେବକ ପରିଚାଳନା ରେ ସହଯୋଗ କରିଥିଲେ।ଲମତାଗୁଡା ଗ୍ରାମ ପଞ୍ଚାୟତ ରେ ଦୀର୍ଘ ପାଞ୍ଚ ମାସ ପରେ ପଂଚାୟତ ସ୍ତରୀୟ ବୈଠକ ହୋଇଥିବାରୁ ୱାର୍ଡ ସଭ୍ୟ ସଭ୍ୟା ମାନେ ଖୁସି ବ୍ୟକ୍ତ କରିଛନ୍ତି। କଣ ଯେଉଁ ଉଦେଶ୍ୟ ନେଇ ଲୋକ ଙ୍କ ଯୋଜନା ବୋଲି ନାମକରଣ କରି ଜନ ଭାଗିଦାରୀ ବୃଦ୍ଧି ପାଇଁ ପ୍ରସ୍ତାବ ରଖାଯାଇଛି ତାହା ସତରେ ଉଦ୍ଦେଶ୍ୟ ପୂର୍ଣ୍ଣ ହେବ? ଦ୍ବିତୀୟ ଗ୍ରାମସଭା ଜାନୁୟାରୀ 5 ରେ ହେବ।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ପରିବା ବ୍ୟବସାୟୀ ମକରନ୍ଦ ସାହୁଙ୍କ ଘର ସମ୍ମୁଖରେ ଥିବା ପିକଅପ୍ ଭେନ୍ ଚୋରି

Sunil Chandra Nayak

ଶିକ୍ଷକ ଙ୍କ ବଦଳି ବାତିଲ ନେଇଁ ବିଦ୍ୟାଳୟ ରେ ତାଲା ଠୁଙ୍କିଲେ ଗ୍ରାମବାସୀ, ଗଣ ମାଧ୍ୟମ ପ୍ରତିନିଧି ଙ୍କ ହସ୍ତକ୍ଷେପ ପରେ ଖୋଲିଲେ ତାଲା 

Sunil Chandra Nayak

ରାଇରଙ୍ଗପୁର ସତସଙ୍ଗ ବିହାର ପରିସରରେ ଶ୍ରୀ ଶ୍ରୀ ବଡ଼ ମା’ଙ୍କର ୧୨୯ ତମ ଜନ୍ମୋତ୍ସବ ପାଳିତ

Sunil Chandra Nayak

Leave a Comment

error: Content is protected !!