ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାରୁଦ୍ର ଯୁବକ ସଂଘ ପକ୍ଷରୁ ଆନ୍ତର୍ଜାତୀୟ ସ୍ୱେଚ୍ଛାସେବୀ ଦିବସ ପାଳିତ  

 କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଯୋରାଡବରା ପଞ୍ଚାୟତ କୁସୁର୍ଲା ହଜାରୀପଡା ଗ୍ରାମର କଳାରୁଦ୍ର ଯୁବକ ସଂଘ ପକ୍ଷରୁ ଆନ୍ତର୍ଜାତୀୟ ସ୍ୱେଚ୍ଛାସେବୀ ଦିବସ ପାଳିତ ହୋଇଯାଇଛି l ସ୍ୱେଚ୍ଛାସେବୀ ଦିବସ ଉପଲକ୍ଷେ କଳାରୁଦ୍ର ଯୁବକ ସଂଘର ସ୍ୱେଚ୍ଛାସେବୀ ତଥା ଯୁବକ ସଂଘର ସମସ୍ତ କର୍ମକର୍ତ୍ତା ମାନେ ମିଶି ଗ୍ରାମରେ ଥିବା ସମସ୍ତ କୂପ, ନଳକୂଅ, ଡ୍ରେନ ଓ ପାଣି ଜମି ରହୁଥିବା ଜାଗାରେ ବ୍ଲିଚିଙ୍ଗ ପାଉଡର ପକାଇ ସଫା କରିଥିଲେ l ପରେ ଆଗକୁ ସମାଜ ଲାଗି କିଛି ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କରିବା ପାଇଁ ଶପଥ ପାଠ କରିଥିଲେ l ଏଥିରେ କଳାରୁଦ୍ର ଯୁବକ ସଂଘର ସାଂସ୍କୃତିକ ସମ୍ପାଦକ ତ୍ରିଲୋଚନ ସାହୁ, ଭଗତ ସାହୁ, ହରପ୍ରସାଦ ସାହୁ, ଅରବିନ୍ଧ ସାହୁ, ହେମନ୍ତ ସାହୁ, ଶିବ ସାହୁ, ଦୟାନିଧି ସାହୁ, କବିରାଜ ସାହୁ ପ୍ରମୁଖ ସହଯୋଗ କରିଥିବା ବେଳେ ହଜାରୀପଡା ରାମଜୀ କମିଟିର ସଭାପତି ଶ୍ୟାମରାଜ ସାହୁ, ଗଣେଶ୍ୱର ସାହୁ, ହେମସାଗର ସାହୁ, ବିଷ୍ଣୁ ସାହୁ ଉପସ୍ଥିତ ଥିଲେ l ଶେଷରେ ନେହେରୁ ଯୁବ କେନ୍ଦ୍ର ଜାତୀୟ ଯୁବ ସ୍ୱେଚ୍ଛାସେବୀ ତଥା କଳାରୁଦ୍ର ଯୁବକ ସଂଘର ପୂର୍ବତନ ସଭାପତି ସନତ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ସଂଯୁକ୍ତା ସାହୁ ଙ୍କ କବିତା ରଥ,ପଥ,ଜଗନ୍ନାଥ 

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ହଜ୍‌ବ୍ଯାଣ୍ଡ୍

Sunil Chandra Nayak

ଚୋରା ବାଲି ଚାଲାଣ ଉପରେ ପ୍ରଶାସନିକ ଅଧିକାରୀଙ୍କ ନଜର ପଡିବ କେବେ

Sunil Chandra Nayak

Leave a Comment

error: Content is protected !!