ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦେବର୍ଷି ନାରଦ ସମ୍ମାନରେ ସମ୍ମାନିତ ହେଲେ କର୍ଲାମୁଣ୍ଡା ଧରିତ୍ରୀ ପ୍ରତିନିଧି

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା ତୈଲିକ ବୈଶ୍ୟ ହଳଦିଆ ସାହୁ ସମାଜର ଶତ ବାର୍ଷିକ ଉତ୍ସବ ରବିବାର ନର୍ଲା ବ୍ଲକ ରୁପ୍ରା ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ବିଧାୟକ ଭୁପିନ୍ଦର ସିଂ, ଜିଲ୍ଲା ସଭାପତି ନୀଳମଣି ସାହୁ, ସାଧାରଣ ସମ୍ପାଦକ ନବୀନ କିଶୋର ସାହୁ ଓ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ଉପସ୍ଥିତରେ କର୍ଲାମୁଣ୍ଡା ଧରିତ୍ରୀ ପ୍ରତିନିଧି ପ୍ରଦୀପ କୁମାର ସାହୁଙ୍କୁ ଦେବର୍ଷି ନାରଦ ସମ୍ମାନ ପ୍ରଦାନ କରାଯାଇଥିଲା। ସେହିପରି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବ୍ୟକ୍ତି ବିଶେଷ ମାନଙ୍କୁ ସମ୍ମାନିତ କରାଯାଇଥିଲା। ଶ୍ରୀ ସାହୁଙ୍କ ସଫଳତା ପାଇଁ ପ୍ରେସ କ୍ଳବ ସଭାପତି ନରୋତ୍ତମ ସେଲମା, ଉପ ସଭାପତି ଯୁବରାଜ ସାହୁ, ସହ ସମ୍ପାଦକ ଭଜଶ୍ୟାମ ସାହୁ, ସାଂଗଠନିକ ସମ୍ପାଦକ ସୁଶାନ୍ତ ରଣା, କୋଷାଧ୍ୟକ୍ଷ ସତ୍ୟ କୁମାର, ଉପଦେଷ୍ଟା କମ୍ବୁପାଣି ସାହୁ, ସଭ୍ୟ ଜଗଦୀଶ ପ୍ରସାଦ ରଣା, ପ୍ରଦୀପ କୁମାର ରଣା, ସତ୍ୟବ୍ରତ ବଗର୍ତ୍ତି ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ଶ୍ରୀଜଗନ୍ନାଥ ଜଣାଣ

Sunil Chandra Nayak

ପ୍ରଧାନ ଶିକ୍ଷକ ମହମ୍ମଦ ଅବଦୁଲ ବାରୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

Sunil Chandra Nayak

ଶ୍ଯାମା ପ୍ରସାଦ୍ ବୋଷ୍ ଙ୍କ କବିତା ଲୁହରେ ଲେଖୁଛି ଚିଠି 

Sunil Chandra Nayak

Leave a Comment

error: Content is protected !!