ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉମେରଗ୍ରାମ ରେ ମହାଭାରତ ମହାଯଜ୍ଞ ର ଭୂମି ପୂଜନ ଉତ୍ସବ ଅନୁଷ୍ଠିତ

ଭବାନୀପାଟଣା – – କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଉମେର ଗ୍ରାମ ଆମ୍ବ ତୋଟା ଠାରେ ମହା ସମାରୋହର ସହ ମହାଭାରତ ମହାଯଜ୍ଞ ନିମନ୍ତେ ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଭୂମି ପୂଜନ କାର୍ଯ୍ୟକ୍ରମ ରେ ସ୍ଵର୍ଗତ ନନ୍ଦୀ କିଶୋର ମୁଣ୍ଡ ଙ୍କ ସୁପୁତ୍ର ହିମାଦ୍ରୀ ମୁଣ୍ଡ ଓ ତାଙ୍କ ଧର୍ମପତ୍ନୀ ରାଜେଶ୍ୱରୀ ମୁଣ୍ଡ କର୍ତ୍ତା ଦାୟିତ୍ଵ ସମ୍ପାଦନ କରିଥିବା ବେଳେ ବବ୍ରୁବାହାନ ମୁଣ୍ଡ ଓ ହିମାଦ୍ରୀ ନାରାୟଣ ମୁଣ୍ଡ ସହଯୋଗ କରିଥିଲେ। ଭବାନୀ ଶଙ୍କର ପାତ୍ର ପୂଜକ ଦାୟିତ୍ଵ ନିର୍ବାହ କରିଥିଲେ। ଏବଂ ଏହି ପବିତ୍ର ଉତ୍ସବ କୁ ଭାଲୁବୁଟରା ଗ୍ରାମର ଶରତ ଚନ୍ଦ୍ର ମୁଣ୍ଡ ଉଦଘାଟନ କରିଥିଲେ। ଆଗାମୀ ୬.୪. ୨୦୨୩ ରୁ ୬.୫.୨୦୨୩ ପର୍ଯ୍ୟନ୍ତ ଏକ ମାସ ବ୍ୟାପୀ ହେବାକୁ ଥିବା ଏହି ମହାଭାରତ ଜ୍ଞାନଯଜ୍ଞ ପରିଚାଳନା ନିମନ୍ତେ ସଭାପତି ଓ ଉପସଭାପତି ଭାବେ ଯଥାକ୍ରମେ ପ୍ରତାପ କିଶୋର ପଣ୍ଡା ଓ ଅମରେଶ ପଣ୍ଡା ରହିଥିବା ବେଳେ ସମ୍ପାଦକ ଭାବେ ରମେଶ ଚନ୍ଦ୍ର ପଣ୍ଡା ଏବଂ କୋଷାଧ୍ୟକ୍ଷ ଭାବେ ତୁଷାରକାନ୍ତ ମୁଣ୍ଡ ଦାୟିତ୍ଵ ନିର୍ବାହ କରୁଛନ୍ତି। ଭୂମି ପୂଜନ ଉତ୍ସବ ରେ ଶତାଧିକ ମହିଳା ପୁରୁଷ ଓ ଶ୍ରଦ୍ଧାଳୁମାନେ ଯୋଗଦେଇ ଥିବାବେଳେ ଭଜନ ମଣ୍ଡଳୀ ଙ୍କ ଦ୍ଵାରା ଅତ୍ୟନ୍ତ ସୁଲଲିତ କଣ୍ଠରେ ଭଜନ ପରିବେଷଣ ସାଙ୍ଗକୁ ପୂଜା କାର୍ଯ୍ୟକ୍ରମ ପରିବେଶ କୁ ଭକ୍ତି ରସାମୃତ କରିଥିଲା। ସମସ୍ତଙ୍କ ନିମନ୍ତେ ଜଳପାନ ଓ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା।

ଅର୍ଜୁନ ପଟ୍ଟନାୟକ , ସହ ସଂପାଦକ ଙ୍କ ରିପୋର୍ଟ 

Related posts

ସାମ୍ବାଦିକଙ୍କ ପୃତ୍ୟୁ ବିୟୋଗ

Sunil Chandra Nayak

ପ୍ରାଚୀର ପତ୍ରିକା ଶ୍ରାବଣୀ ର ତ୍ରୟବିଂଶତମ ସ୍ଵନକ୍ଷତ୍ର ଉତ୍ସବ , ରାମକୃଷ୍ଣ ହାଇସ୍କୁଲ ରେ ଗଙ୍ଗାଧର ମେହେର ଜୟନ୍ତୀ

Sunil Chandra Nayak

ଗଞ୍ଜେଇ  ଚୋରାଚାଲାଣ ବେଳେ କେସିଙ୍ଗା ପୋଲିସ୍ ଦ୍ୱାରା ଧରପଗଡ ୪ ଗିରଫ

Sunil Chandra Nayak

Leave a Comment

error: Content is protected !!