ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗାଁ କୁ ଫେରିଲା ଦାଦନ ଶ୍ରମିକ ର ଶବ ,କାନ୍ଦ ବୋବାଳି ରେ ଫାଟି ପଡିଲା ଗାଁ ଦାଣ୍ଡ

କୋକସରା,୦୬/୧୨/ଘର ର ଏକମାତ୍ର ପୁଅ ପରିବାର ପୋଷିବା ପାଇଁ ଦାଦନ ଖଟିବାକୁ ସିକନ୍ଦରାବାଦ କୁ ଯାଇଥିଲା,ହେଲେ ଗତ ଶନିବାର ଅପରାହ୍ନ ରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜୀବନ ଗଲା।ସାଥିରେ ଥିବା ଶ୍ରମିକ ଏନେଇ ଘର କୁ ଖବର ଦେଇଥିଲେ ପରେ ଘର ଲୋକେ ଯୁବକଙ୍କ ଶବ ଆଣିବାକୁ ସିକନ୍ଦରାବାଦ ଯାଇ ଠିକାସଂସ୍ଥା ର ସହାୟତା ରେ ସୋମବାର ଭୋର ସମୟରେ ଏକ ଆମ୍ବୁଲାନ୍ସ ରେ ମୃତ ଯୁବକ ର ଶବ ଗାଁ ପହଞ୍ଚିଛି । ଶବ ଆସିବା ପରେ ଗାଁ ରେ ଶୋକାକୁଳ ପରିବେଶ ମଧ୍ୟରେ ଗାଁ ମଶାଣି ରେ ଶବ ସତ୍କାର କରାଯାଇଛି। ସୂଚନା ଅନୁସାରେ କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ସିର୍ଲିଗୁଡା ଗ୍ରାମର ଯୁବକ ଗୟାଧର ନାଏକ ଙ୍କ ପୁଅ ତେଜରାଜ ନାଏକ(୨୭) ଗତ ୭ ମାସ ତଳେ ଦାଦନ ଖଟିବାକୁ ଯାଇ ସିକନ୍ଦରାବାଦ ନିକଟରେ ଥିବା କାମପାଳି ର ଓମ ସାଇ Gelexi ନାମକ ଏକ ଠିକାସଂସ୍ଥା ରେ ଶ୍ରମିକ ଭାବେ ନିୟୋଜିତ ରହିଥିଲା ଓ ଶନିବାର ଦିନ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିଲା। ତେବେ ଠିକାସଂସ୍ଥା ପକ୍ଷରୁ ଶ୍ରମିକ ଙ୍କ ପରିବାର କୁ ୨ ଲକ୍ଷ ଆର୍ଥିକ ସହାୟତା ଦିଆଯାଇଛି। ଗମ୍ଭାରୀଗୁଡା ଗ୍ରାମ ପଞ୍ଚାୟତ ପକ୍ଷରୁ ମଧ୍ୟ ସରପଞ୍ଚ ଇଶରାମ ସୁନାନୀ ଓ ନାଏବ ସରପଞ୍ଚ ନନ୍ଦିନୀ ନାଗ ମୃତକ ଙ୍କ ଘର କୁ ପହଞ୍ଚି ହରିଶ୍ଚନ୍ଦ୍ର ଯୋଜନା ର ୨ ହଜାର ଟଙ୍କା ପ୍ରଦାନ କରିଛନ୍ତି।

ମସିହା ନିଉଜ ସର୍ଭିସ୍ 

 

Related posts

ଶରତ ଚନ୍ଦ୍ର ପଣ୍ଡା ଙ୍କ କବିତା ମା

ବାବା ସାହେବଙ୍କ ୧୩୨ତମ ଜନ୍ମ ଜୟନ୍ତୀ ପାଳନ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!