ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ଜଳେ ସ୍ନାନ କଲେ ଶରୀର ପବିତ୍ର
        ମନ୍ତ୍ର ପାଠ ମନ ଶୁଦ୍ଧ
ଧୂପ ଦୀପ ଦେଇ ପୂଜା କଲେ ପ୍ରଭୁ
        ପରିବେଶ ରହେ ଶୁଦ୍ଧ।
ଦୀପଟି ଜାଳୁଛି ମନ କଥା କହି
       ଦୁଃଖକୁ ଦେଉଛି ବାଢ଼ି
ଜଣାଣ ଭଜନ କୀର୍ତ୍ତନ କରୁଛି
      ପ୍ରଭୁ ପାଦେ ହାତ ଯୋଡ଼ି।
ତୂଳସୀ ଚଉଁରା ମୂଳେ ବସି ଜପ
    ପାପ ସଦା ଯାଉ ଛାଡ଼ି
ଧରଣୀ ବାସୀଙ୍କୁ ମଙ୍ଗଳ କରନ୍ତୁ
    ଏତିକି ମୋପଦ ଯୋଡ଼ି।
ପ୍ରଭୁଙ୍କ ସ୍ମରଣ ସଦା କାଳେ ଧ୍ୟ୍ୟାନ
    ତାଙ୍କ ଆଶ୍ରା ମୋ ଜୀବନ
ପଥକୁ ଦେଖାଇ ନିଏ ସେଆଗେଇ
     ସେ ମୋ ପାଇଁ ମହାଧନ।
କାର୍ତ୍ତିକ ମାସକୁ ପୁଣ୍ୟ ଧର୍ମ ମାସ
     ଏ ଆକାଶ ଦୀପ ଜଳେ
ଅନ୍ଧାର ଦୂରେଇ ଆଲୋକ ପଥରେ
     ସ୍ମୃତି ଛବି ମହୀ ସ୍ଥଳେ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ସରସ୍ଵତୀ ହେଲେ ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା

Sunil Chandra Nayak

ଉମାକାନ୍ତ ଦାସ ଙ୍କ କବିତା କୃଷ୍ଣଙ୍କ ଗୁରୁ ଭକ୍ତି

Sunil Chandra Nayak

ପୁଣି ଇନ୍ଦ୍ରାବତୀ ବାମ କେନାଲ ରେ ଘାଇ….ଲୋକଙ୍କ ଘରେ ପଶିଲା ପାଣି.. ବହୁ ଚାଷ ଜମି ଜଳମଗ୍ନ

Sunil Chandra Nayak

Leave a Comment

error: Content is protected !!